ବରଗଡ / ଝାରବନ୍ଧ / ଭଟଲି :- ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ନୋଡାଲ ଉ.ପ୍ରା.ବିଦ୍ୟାଳୟ,ଝାରବନ୍ଧ ପରିସରରେଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ଅତିଥି ଯୋଗଦାନ କରି ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ସମ୍ମାନିତ ଅତିଥି ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା,ବରଗଡ ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଭରତ ପଣ୍ଡା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ କୁମୁଦିନୀ ସାହୁ(ନିଗମ), ବିଜୁ ଜନତା ଦଳ ଝାରବନ୍ଧ ବ୍ଳକ ସଭାପତି ଯତିନ ହାତୀ,ବିଜୁ ଯୁବ ଜନତା ଦଳ ଝାରବନ୍ଧ ବ୍ଳକ ସଭାପତି ଚନ୍ଦ୍ରଶେଖର ପଟେଲ,ଲିପସା ପ୍ରଧାନ ଅଧ୍ୟକ୍ଷା,ଝାରବନ୍ଧ ପଞ୍ଚାୟତ ସମିତି, ବିଜୁ ଛାତ୍ର ଜନତା ଦଳ ଝାରବନ୍ଧ ବ୍ଳକ ସଭାପତି ପ୍ରଶାନ୍ତ ବରିହା, ଆଇନଜିବୀ ଜୟ ନିଗମ, ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ରକ୍ତଦାନ ଶିବିରରେ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପଦ୍ମପୁର ରକ୍ତଭଣ୍ଡାର ର ଟେକନିସିଆନ ସଂଗ୍ରାମ କେଶରୀ ମହନ୍ତ ଏବଂ ତାଙ୍କ ସହକର୍ମୀଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା।
ସେହିଭଳି ସୋହେଲା ବ୍ଲକ ପାଣିମୋରା ଗ୍ରାମରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ବିଜୁ ପଟ୍ଟନାୟକ ଙ୍କ 26 ତମ ତିରୋଧାନ ଦିବସ ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବିଜେଡ଼ି ଯୁବନେତା ଶ୍ରୀ ସୁବ୍ରତ ସିଂହ ଉଦଘାଟନ କରିବା ସହ ସମ୍ମାନିତ ଅତିଥି ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର, ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ସୁବ୍ରତ କୁମାର ବେହେରା, ଶ୍ରୀ କୁଳମଣି ଦେୱାନ ଏବଂ ସ୍ଥାନୀୟ ସରପଂଚ ଶ୍ରୀ ଜୟମିତ୍ର ପ୍ରଧାନ, ସମିତି ସଭ୍ୟ ଶ୍ରୀମତୀ ରେଣୁକା ପରଡ଼ିଆ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ର ଯୁବ ସଭାପତି ଶ୍ରୀ ରାଜୁ ସାହୁ, ଶତୃଘ୍ନ ପ୍ରଧାନ, ଦଶରଥ ମହାପାତ୍ର, ମହେନ୍ଦ୍ର ସରାଫ, ମନ ଜେନା, ରାକେଶ ପ୍ରଧାନ, ବିବେକ ସାହୁ ଏବଂ ଦଳୀୟ ବରିଷ୍ଠ, ଯୁବ ଭାଇ ମାନେ ପ୍ରମୁଖ ଉପସ୍ଥିତ ରହି ଏହି ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ।। ଏହି ଶିବିରରେ ସର୍ବମୋଟ 35 ୟୁନିଟ ରକ୍ତ ସଂଗୃହୀତ ହେଲା।।।











