ହେଡଲାଇନସ୍:

ଟାଟା ଷ୍ଟିଲ୍ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଡା: (ପାର୍ଥ ସାରଥି ଷଡ଼ଙ୍ଗୀ)-ଜନସାଧାରଣ, କର୍ମଚାରୀ, ଯୁବ ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସଚେତନତା ଉଦ୍ଦେଶ୍ଯ ରେ ଟାଟା ଷ୍ଟିଲ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇ ଯାଇଛି I
ଅଗ୍ନିସମ ବାହିନୀ ରେ ନିଷ୍ଠାପର ସହ କାର୍ଯ୍ୟ ସମ୍ପାଦନ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଆମର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିବା ଉଦ୍ଦେଶ୍ୟରେ, ପ୍ରତିବର୍ଷ ଅପ୍ରେଲ 14 ରୁ ଅପ୍ରେଲ 20 ତାରିଖ ଏହି ସପ୍ତାହ ପାଳନ କରାଯାଇଥାଏ I
ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯୋଡା ଇଷ୍ଟ, ଖଣ୍ଡବଣ୍ଡ ଲୌହ ଖଣି ସହ ସାହି, ବିଭିନ୍ନ ବସ୍ତି ଏବଂ ଟାଟା ଡିଏଭି ସ୍କୁଲ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
ଏଥିରେ ନିଆଁ କୁ କିଭଳି ଆୟତ୍ତ କରିହେବ, ନିଆଁ ଲିଭା ଯନ୍ତ୍ର କୁ କିଭଳି ସଠିକ୍ ବ୍ୟବହାର କରିହେବ ଏବଂ ନିଆଁ ଲାଗିବା ସମୟରେ କେଉଁ ଜିନିଷ ପ୍ରତି ଗୁରୁତ୍ୱ ଦିଆଯିବ ସେହି ଦିଗରେ ଆଲୋଚନା କରାଯାଇଥିଲା I

ଏତଦବ୍ୟତୀତ, ମକଡ୍ରଲ ମାଧ୍ୟମରେ ନିଆଁ ଲିଭାଇବା ଉପାୟ ଦର୍ଶା ଯାଇଥିଲା ଯାହା ସମସ୍ତଙ୍କ ପାଇଁ ଖୁବ୍ ଶିକ୍ଷଣୀୟ ଥିଲା I
ଅଗ୍ନିଶମ ଟିମ ଘର, ଅଫିସ,ଶିକ୍ଷାନୁଷ୍ଠାନ ତଥା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଧୂଆଁ ଚିହ୍ନଟ ମେସିନ୍ ଲଗାଇବାକୁ ପରାମର୍ଶ ଦେଇଥିଲେ I
ଖଣି ରେ ସମସ୍ତଙ୍କ ସହ କର୍ମଚାରୀ ମାନେ ଅଗ୍ନି ସୁରକ୍ଷା ସପଥ ପାଠ କରି ଏହି ସମୟରେ ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବାକୁ ଶପଥ କରିଥିଲେ I

 

0
0
0
s2sdefault