ହେଡଲାଇନସ୍:

ଭୟଙ୍କର ବଜ୍ରାଘାତରେ ଅକାଳ ମୃତ୍ୟୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 
  •  ସୂର୍ଯ୍ୟନ୍ଦୁ ଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଦାବି 

  • ଘଡ଼ଘଡ଼ି ପ୍ରଭାବ ରେ ବରପଡା ବ୍ରିଜ ରେ ଫାଟ l                                     

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ସ୍ଥିତ ତିନିମୁହାଣୀ ନିକଟରେ ଅପରାହ୍ନ ସମୟରେ ଭୟଙ୍କର ବଜ୍ରାଘାତ ରେ ନେମାଳ ଭଗବାନପୁର କଣ୍ଟାପାରୀ ଗ୍ରାମର ସୂର୍ଯ୍ୟନ୍ଦୁ ଶେଖର ସାହୁ (53) ଙ୍କ ଅକାଳ ବିୟୋଗ ଘଟିଛି l ତେବେ ସୂଚନା ମୁତାବକ ଅପରାହ୍ନ ସମୟରେ ସୂର୍ଯ୍ୟନ୍ଦୁ ସାଇକେଲ ଯୋଗେ ଚାଉଳ ନେଇ ଫେରୁଥିଲା ବେଳେ ହଠାତ ଘଡଘଡି ମାରିଥିଲା, ଘଡଘଡି ର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ସୂର୍ଯ୍ୟନ୍ଦୁ ଙ୍କ ସାଇକେଲ ଚକା, ଚାଉଳ ବସ୍ତା ଫାଟିଯାଇଥିଲା ବେଳେ ଘଟଣା ସ୍ଥଳରେ ସୂର୍ଯ୍ୟନ୍ଦୁ ଙ୍କ ମୃତ୍ୟୁ ଘଟିଥିଲା l ଏପରିକି ଏହି ଘଡ଼ଘଡ଼ି ର ପ୍ରଭାବ ଏତେ ଭୟଙ୍କର ଥିଲା କି ବରପଡା ବ୍ରିଜ କୁ ମଧ୍ୟ ଫଟାଇ ଦେଇଥିଲା l ତେବେ ସୂର୍ଯ୍ୟନ୍ଦୁ ଙ୍କ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସୂର୍ଯ୍ୟନ୍ଦୁ ଙ୍କ ପରିବାର କହିଲେ ପତ୍ନୀ ଏବଂ ଦୁଇ କନ୍ୟା ସନ୍ତାନ l ସୂର୍ଯ୍ୟନ୍ଦୁ ଙ୍କ ଏପରି ଅକାଳ ବିୟୋଗ ରେ ସ୍ଥାନୀୟ ଅଞ୍ଚଳ ଏବଂ ନିଜ ପରିବାର ଲୋକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି l ଏପରି ସ୍ଥଳେ ମୃତ ସୂର୍ଯ୍ୟନ୍ଦୁ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ସାଧାରଣରେ ଦୃଢ଼ ଦାବି ହୋଇଛି l

0
0
0
s2sdefault