ହେଡଲାଇନସ୍:

ମୋ ସ୍ବେଛାସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର: ଧୈର୍ଯ୍ୟ ଏକାଗ୍ରତା ଓ ସାହାସ ହିଁ ସଫଳତା ର ମୂଳ ମନ୍ତ୍ର। ଯାହାର ମନୋବଳ ଯେତେ ମଜବୁତ୍ ସେ ସେତେ ଆଗକୁ ଯାଇପାରିବ।ନିଜର ଇଛାଶକ୍ତି ଆଗରେ ଅସାଧ୍ୟ କାର୍ଯ୍ୟ ବି ସାଧନ କରିହୁଏ। ଗୋଟିଏ ଦିବ୍ୟାଙ୍ଗ ଭଉଣୀ ବର୍ତ୍ତମାନ ନିଜର ଇଛା ଶକ୍ତି ଓ ଆଗ୍ରହ ବଳରେ ଏପରି ଏକ କାମ କରିଛନ୍ତି ଯେଉଁଟା କି ପ୍ରତ୍ୟେକ ଲୋକ ମାନଙ୍କ ପାଇଁ ଗୋଟିଏ ପ୍ରେରଣା ର ଉତ୍ସ ପାଲଟି ଯାଇଛନ୍ତି। ଜନ୍ମ ରୁ ପୋଲିଓ ରୋଗରେ ପିଡିତ ଥିବା ବେଳେ ନିଜ ର ଇଛାଶକ୍ତି ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ବର୍ତ୍ତମାନ ସେ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସଵୁ ଆଡେ ଚର୍ଚ୍ଚା।ସେ ଆଜି ସମାଜ ପାଇଁ ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିପାରିଛନ୍ତି ।ଏପରି ଘଟଣା କ୍ରମରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ରମେଶ୍ବର ପୁର ଗାଁ ର ମଧୁସ୍ମିତା ସାହୁ ବୟସ ୨୯ ସେ ଜନ୍ମ ରୁ ପୋଲିଓ ରୋଗରେ ପୀଡିତ ଥିବା ସତ୍ତ୍ବେ ସେ ନିଜର କ୍ରିଡ଼ା ମାଧ୍ୟମରେ ଭଦ୍ରକ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜନ୍ମ ରୁ ପୋଲିଓ ରୋଗରେ ପୀଡିତ ଥିବା ସତ୍ତ୍ବେ ନିଜକୁ କିଛି କରି ଦେଖେବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ସଫଳ ହୋଇଛି।ସେ କେବେ ଭାଙ୍ଗି ପଡିନାହାନ୍ତି ।ନିଜର ଆର୍ଥିକ ସ୍ଥିତି ଏତେ ସ୍ବଛଳ ନଥିଲା ବେଳେ ମୋ ସ୍ବେଛାସେବୀ ସଂଗଠନ ବ୍ରାହ୍ମଣ ଗାଁ ବାସୁଦେବପୁର ର ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କ ସହଯୋଗ ରେ ସେ ନିଜର ସ୍ବପ୍ନ କୁ ସାକାର କରାଇଛନ୍ତି ।ସେ ଜାତୀୟ ହୁଇଲ୍ ଚେୟାର ଫେନ୍ସି ଚମ୍ପିୟାନସିପ୍ ୨୦୨୩ ରେ ଭିନ୍ନ ଭିନ୍ନ ବିଭାଗ ରେ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ଜିତି ଧାମନଗର ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।କେଵଳ ଏତିକି ନୁହେଁ ନିକଟ ଭବିଷ୍ୟତରେ ଥାଇଲାଣ୍ଡ ରେ ହେବାକୁ ଥିବା ଆନ୍ତର୍ଜାତୀୟ  ପ୍ରତିଯୋଗିତା ପାଇଁ ଯୋଗ୍ୟା ବିବେଚିତ ହୋଇଛନ୍ତି।ଏହି ଖୁସି କୁ ଦ୍ଵିଗୁଣିତ କରିବା ପାଇଁ ମୋ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି |ଏହି ସଭାରେଅତିଥି ଭାବ ରେ ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ସମାଜସେବୀ କୈଳାସ ଚନ୍ଦ୍ର ସାହୁ, ସରପଂଚ ଶୁଭ ଶ୍ରୀ ତ୍ରିପାଠୀ, ସମାଜ ସେବୀ ଗୁରୁ ପ୍ରସାଦ ମହାନ୍ତି, ସମାଜ ସେବୀ ସନ୍ତୋଷ ଦିକ୍ଷୀତ, ଡାକ୍ତର ପ୍ରତିକ୍ଷା ମିଶ୍ର, ସଙ୍ଗଠନ ର ସଭାପତି ସପନ କୁମାର ସାହୁ, ଉପସଭାପତି ପୁଷ୍ପ ମଞ୍ଜରୀ ବେହେରା ଯୋଗ ଦେଇ ଥିଲେ। ଏହି ଅବସର ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୋ ସେଚ୍ଛା ସେବୀ ସଂଗଠନ ର ସମସ୍ତ ମେମ୍ବର ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ ଟିକୁ ସଫଳ କରାଇଥିଲେ

0
0
0
s2sdefault