ହେଡଲାଇନସ୍:

ଓଡିଶା ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲ ଅଧ୍ୟକ୍ଷ ଶ୍ରୀ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର ତା 14.06.26.: ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଓକିଲ ସଂଘ ଦ୍ଵାରା,ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l
ମାନ୍ୟବର ଶ୍ରୀ ନ୍ୟାୟମୂର୍ତ୍ତି ପ୍ରମଥ ପଟ୍ଟନାୟକ ଭୁବନେଶ୍ୱରର ବିଶିଷ୍ଟ ଆଇନଜୀବୀ ସ୍ଵର୍ଗତ ଦୁର୍ଗା ପ୍ରସନ୍ନ ପଟ୍ଟନାୟକ ସୁପୁତ୍ର,ସେ ୧୯୭୫ ମସିହାରେ ଭୁବନେଶ୍ୱରସ୍ଥିତ ୟୁନିଟ୍–୧ ସରକାରୀ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ,ଏବଂ ବି.ଜେ.ବି.ମହାବିଦ୍ୟାଳୟରୁ 1979 ମସିହାରେ ସମ୍ମାନ ସହ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ପରେ ୧୯୮୧ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି ଲ' କଲେଜ,ବାଣୀବିହାରରୁ ଆଇନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ,୧୯୮୬ ମସିହାରେ ସେ ଆଇନଜୀବୀ ଭାବେ ନାମ ପଞ୍ଜୀକୃତ କରି ନିଜର ଆଇନ ବୃତ୍ତି ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ସେ ଓଡ଼ିଆ ଉଚ୍ଚ ନ୍ଯାୟାଳୟ ଏବଂ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣରେ ସରକାରୀ ଓକିଲ ହିସାବରେ କାମ କରିବା ପରେ ୨୪ ସେପ୍ଟେମ୍ବର ୨୦୧୪ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇ ଥିଲେ ପରବର୍ତ୍ତୀ କାଳରେ ବଦଳି ହୋଇ ୨୨ ଡିସେମ୍ବର ୨୦୧୪ ତାରିଖରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇ ଥିଲେ, ପରବର୍ତ୍ତୀ ସମୟରେ ପୁନର୍ବାର ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ୨୦୧୯ ରେ ବଦଳି ହୋଇ ୧୪.୦୬.୨୦୨୧ ପର୍ଯ୍ୟନ୍ତ ସେ ବିଚାରପତି ଭାବେ ନ୍ୟାୟିକ ସେବା ପ୍ରଦାନ କରିଥିଲେ।
Imageଗତ ୦୧ ଜୁଲାଇ ୨୦୨୩ ତାରିଖରୁ ଓଡ଼ିଶା ରିଅଲ୍ ଏଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରି 13 ଜୁନ 2026ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଓଡିଶା ରିଅଲ ଇଷ୍ଟେଟ ଆଇନକୁ ନେଇ ଅନେକ୍ ସ୍ଵାଗତ ଯୋଗ୍ୟ ଆଦେଶ ଦେଇଛନ୍ତି l ତାଙ୍କ ଅବସରେ ରିଅଲ ଇଷ୍ଟେଟ ଓକିଲ ସଂଘ,ଓଡିଶା ତରଫରୁ ଏକ ସମ୍ବର୍ଦ୍ଧନା ସଭା ସଂଘର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା, ଆପିଲେଟ୍ ଟ୍ରିବ୍ୟୁନାଲର ନ୍ୟାୟିକ ସଦସ୍ୟ ଶ୍ରୀ ସୌମେନ୍ଦ୍ର କୁମାର ରାଜଗୁରୁ ନ୍ୟାୟିକ ସଦସ୍ୟ,ବୈଷୟିକ ସଦସ୍ୟ ଡଃ ଭକ୍ତ କବି ଦାସ ଏବଂ ରେଜିଷ୍ଟ୍ରାର ମହେନ୍ଦ୍ର କୁମାର ସୂତ୍ରଧର ବକ୍ତବ୍ୟ ରଖିଥିଲେ l ସଂଘର ସମ୍ପାଦକ ଶ୍ରୀ ଚନ୍ଦନ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ,ସଂଘର ଉପ-ସଭାପତି ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ ନ୍ୟାୟମୂର୍ତ୍ତି ପଟ୍ଟନାୟକଙ୍କ ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ,ଏହି ସଭାରେ ସଦସ୍ୟ ସୋନାଲି ମହାପାତ୍ର,ଅଖିଳେଶ ମିଶ୍ର, ବିନାୟକ ସୁବୁଦ୍ଧି,ଅଭିଷେକ ପଟ୍ଟନାୟକ,ଗୋପିନାଥ ନାୟକ ପ୍ରଣୟ ଯେଠି ପ୍ରମୁଖ ସଭା ଆୟୋଜନ ସହଯୋଗ କରିଥିବା ବେଳେ, ଉପ-ସଭାପତି ଶ୍ରୀ ସନାତନ ପାଣି ଧନ୍ୟବାଦ ଅର୍ପଣ କରି ଥିଲେ l

0
0
0
s2sdefault