ବାରିପଦା,/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ ନଂ ୱାର୍ଡ ଅଙ୍କୁରାରେ ଏପ୍ରିଲ ୮ ଅପରାହ୍ନ ୩ଟାରେ ବଜ୍ରପାତ ହେବା ଯୋଗୁଁ ୩ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଆହତ ହୋଇଥିବାର ଜଣାପଡ଼ିଛି । ଅଙ୍କୁରା ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ତାର ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରେ ବଜ୍ରପାତ ହୋଇଥିଲା ଏବଂ ଗଛମୂଳେ ବସିଥିବା ଲୋକଙ୍କ ମଧ୍ୟରୁ ସୁବାସୀନୀ ଦାସ(୭୦), ଜୀବତୀ ନାଏକ(୩୦),ଗର୍ଭବତୀ ମହିଳା ହେମଲତା ହୋ(୨୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସମୟରେ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇଥିଲେ । ମୃତକ ଏବଂ ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସା ଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ଖବରପାଇ ଅଙ୍କୁରାସ୍ଥିତ ନିଜ ବାସଭବନରେ ଅବସ୍ଥାନ କରୁଥିବା କରଞ୍ଜିଆ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବା ସହ ଚିକିତ୍ସାଳୟରେ ଉପସ୍ଥିତ ରହି ଆହତମାନଙ୍କୁ ତତ୍କାଳୀନ ଚିକିତ୍ସା ର ବ୍ୟବସ୍ଥା କରାଇଥିଲେ । ସେହିପରି ଚିକିତ୍ସାଳୟରେ ପୁଲିସ ମଧ୍ୟ ପହଞ୍ଚି ମୃତକମାନଙ୍କ ଶବ ବ୍ୟବଚ୍ଛେଦ କରାଇଥିଲେ ।
ରାଜ୍ୟ
ବଜ୍ରପାତରେ ୩ ମୃତ, ୫ ଆହତ
- Hits: 317







