ହେଡଲାଇନସ୍:

"ଜ୍ଞାନ ପ୍ରକାଶ"ର ସପ୍ତମ ବାର୍ଷିକ ଉତ୍ସବ ଓ ଜାତୀୟ ସମ୍ମିଳନୀ : ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ଆଶାଲତା ପାଣିଗ୍ରାହୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୌଦ୍ଧ ମାଟିର ଶିକ୍ଷା , ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପତ୍ରିକା "ଜ୍ଞାନ ପ୍ରକାଶ"ର ସପ୍ତମ ବାର୍ଷିକ ଉତ୍ସବ ଓ ଜାତୀୟ ସମ୍ମିଳନୀ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।
ଜ୍ଞାନ ପ୍ରକାଶର ସଭାପତି ଶ୍ରୀଯୁକ୍ତ ଜ୍ଞାନଚାନ୍ଦ ଶତପଥୀ ଓ ସଂପାଦିକା ଶ୍ରୀମତୀ ଅମ୍ବିକା ସ୍ୱାଇଁଙ୍କ ତତ୍ବାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଓଡିଶା ଅଗ୍ନିଶମ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ମହେଶ୍ଵର ସ୍ବାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଫେସର ଲକ୍ଷ୍ମୀଧର ବେହେରା , ଚିତ୍ତରଞ୍ଜନ ପାଣିଗ୍ରାହୀ , ରାଜେନ୍ଦ୍ର ମେହେର , କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ଉକ୍ତ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ପାରଳାଖେମୁଣ୍ଡିର ବିଶିଷ୍ଟ ସମାଜସେବୀ , ସୁସାହିତ୍ୟିକା , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କୁ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସମ୍ମିଳନୀରେ ଜ୍ଞାନ ପ୍ରକାଶର ଗଜପତି ଜିଲ୍ଲା ଅଧ୍ୟକ୍ଷା ସ୍ନିଗ୍ଧାରାଣୀ ମିଶ୍ର , ସଦସ୍ୟ ରାଜେନ୍ଦ୍ର ରଥ , ଅଧ୍ୟାପିକା ଡ. କଲ୍ଯାଣୀ ମିଶ୍ରଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା।
ସେହିପରି ଜ୍ଞାନପ୍ରକାଶ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଅନଲାଇନ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ପାରଳାଖେମୁଣ୍ଡିର ସୁଶ୍ରୀ ସୁଲଗ୍ନା , ସୁଶ୍ରୀ ଅର୍ଚ୍ଚନା , ସୁଶ୍ରୀ ଆଦ୍ୟାଲିପ୍ସା , ସୁଶ୍ରୀ ଅଂଶିକା , ଶ୍ରୀମାନ ଅଂଶୁମାନ , ଶ୍ରୀମାନ ଆଦିତ୍ଯ ସାଇ , ଶ୍ରୀମାନ ସଲିଲ ଓ ଶ୍ରୀମାନ ସୁଜଲ ପୁରସ୍କୃତ ହୋଇଥିଲେ।

0
0
0
s2sdefault