ହେଡଲାଇନସ୍:

କର୍ମଚାରୀ ଅଭାବ ରୁ ଅକାମି ହୋଇଛି ଜଳ ସମ୍ପଦ ବିଭାଗ ଜିରିଡାମାଳି ସ୍ଥିତ କାର୍ଯ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର -ରାଜ୍ୟ ସରକାର ଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଥିବା ରେଙ୍ଗାଳି ବାମ କେନାଲ ସର୍କଲ ଜିରିଡାମାଳି ସ୍ଥିତ କାର୍ଯ୍ୟାଳୟ ଏବେ ଖାଁ ଖାଁ l ନା ଅଛି ଉଚ୍ଚ ଅଧିକାରୀ ଙ୍କ ଦେଖା ନା ଅଛନ୍ତି ଆବଶ୍ୟକୀୟ କର୍ମଚାରୀ l ଯାହାର ଅସୁବିଧା ଭୋଗ କରୁଛନ୍ତି ସାଧାରଣ ଲୋକେ ଏବଂ ଅସହାୟ ବିଭାଗୀୟ କର୍ମଚାରୀ ଓ ପେନସନ ଭୋଗୀ l କାର୍ଯ୍ୟାଳୟ ରେ କିରାଣୀ ଙ୍କ ଅଭାବ ଯୋଗୁ କାର୍ଯ୍ୟରତ କର୍ମଚାରୀ ଙ୍କ ଦରମା ବିଲ, ବକେୟା ମହଙ୍ଗା ଭତ୍ତା, ଅବସର ପ୍ରାପ୍ତ କର୍ମଚାରୀ ଙ୍କ ପ୍ରଭିଜିନାଲ ପେନସନ ବିଲ, ଇତ୍ୟାଦି ଅଫିସ ର ଫାଇଲ ଗଦା ଭିତରେ ପଡି ରହୁଛି l ଫଳରେ ଏହି ସବୁ କର୍ମଚାରୀ ମାନେ ନିଜର ପ୍ରାପ୍ୟ ସଠିକ ଭାବେ ନପାଇବାରୁ ସେମାନଙ୍କ ପରିବାର ଚଳାଇବା ସେମାନଙ୍କ ପକ୍ଷେ ଅତ୍ୟନ୍ତ ଦୁର୍ବିସହ ହୋଇ ପଡୁଛି l ପିଲା ମାନଙ୍କ ବିଦ୍ୟାଳୟ ଖର୍ଚ୍ଚ, ରାସନ ଖର୍ଚ୍ଚ, ଓ ଅନ୍ୟ ନିତ୍ୟ ବ୍ୟବହୃତ ଖର୍ଚ୍ଚ ସହ ସର୍ବୋପରି ଦେହ ଖରାପ ହେଲେ ମଧ୍ୟ ସେମାନେ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି l କାର୍ଯ୍ୟାଳୟ ପରିସର କୁ ଯେ କୌଣସି ସମୟରେ ଗଲେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଙ୍କ ଅଫିସ ବନ୍ଦ ଥିବାବେଳେ ସମ୍ପୃକ୍ତ ଅଧିକାରୀ ସଞ୍ଜୀବ ପଟ୍ଟନାୟକ ଙ୍କ ଦେଖା ମିଳେନାହିଁ l କିଛି ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ସଞ୍ଜୀବ ପଟ୍ଟନାୟକ ମହାଶୟ ଏଠାରେ କାଁଭାଁ ରହୁଥିବା ବେଳେ ଅନେକ ସମୟରେ ଭୁବନେଶ୍ୱର ରେ ରୁହନ୍ତି l ଯାହା ଫଳରେ ଅଫିସ ରେ କଣ ହେଉଛି ବା ନହେଉଛି ସେ ବିଷୟରେ ସେ କିଛି ଜାଣି ପାରନ୍ତି ନାହିଁ l କିଛି ଦିନ ତଳେ ଖୋଦ ରାଜ୍ୟ ସରକାର ଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠି, ଏବଂ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ସମ୍ପୃକ୍ତ ଅଧିକାରୀ ଙ୍କ ଅନୁପସ୍ଥିତ କୁ ନେଇ ତାଙ୍କୁ ତାଗିଦ ମଧ୍ୟ କରିଥିଲେ l କିନ୍ତୁ ତାହାର କୌଣସି ପ୍ରଭାବ ଉକ୍ତ ଅଧିକାରୀ ଙ୍କ ଉପରେ ପଡି ପାରିଲାନାହିଁ l ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ କିପରି ଜଳସମ୍ପଦ ବିଭାଗ ର କିରାଣୀ ତଥା ଅନ୍ୟ କର୍ମଚାରୀ ଙ୍କ ତୁରନ୍ତ ନିଯୁକ୍ତି କରି ଏହାର ସ୍ଥାୟୀ ସମାଧାନ କରିବେ l ଯାହା ଫଳରେ ଏହି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବର୍ତମାନ ର କର୍ମଚାରୀ ଓ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ଯାହା ବକେୟା ବିଲ ରହି ଯାଇଛି ତାହା କାର୍ଯ୍ୟକାରୀ ହୋଇପାରିବ l

0
0
0
s2sdefault