ହେଡଲାଇନସ୍:

୪ ଦିନିଆମହିଳା ଶିଳ୍ପୀ ଶିବିର ଉଦ୍‌ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିଳ୍ପୀ ଗଢିଲେ ୬ ଫୁଟରବୃହତ୍ କାଗଜ ମୁଖା

ପାରମ୍ପରିକ ଶିଳ୍ପକଳା ପ୍ରଦର୍ଶନୀ ଆୟୋଜନକୁବ୍ୟାପକ କରାଯିବ - ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ

ଭୁବନେଶ୍ୱର, : ଓଡ଼ିଶା ଲଳିତ କଳା ଏକାଡ଼େମୀ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରାନୀଳାଦ୍ରୀବିହାର ସ୍ଥିତବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଚାଲିଥିବା ୪ ଦିନିଆ ପାରମ୍ପରିକ କାଗଜମୁଖାଓକଣ୍ଢେଇପ୍ରସ୍ତୁତ ଶିବିର ଉଦ୍‌ଯାପିତ ହୋଇଯାଇଛି ।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ସମସ୍ତ କଳାକୃତି ଗୁଡିକ ବୁଲି ଦେଖିବା ସହ ଶିଳ୍ପୀମାନେପାରମ୍ପରିକତା ଏବଂ ମୌଳିକତାରକ୍ଷାକରି ସୁବୃହତ ମୁଖାଗୁଡିକ ତିଆରି କରିଥିବାରୁ ତାଙ୍କରଭୂୟସୀ ପ୍ରଶଂସା କରିଥିଲେ।ବିଭିନ୍ନ ବର୍ଜ୍ୟଵସ୍ତୁରୁ ପ୍ରସ୍ତୁତ କଳାକୃତି ଉଚ୍ଚକୋଟୀର ହୋଇଥିବାରୁ ସେମାନଙ୍କର କଳାନୈପୁଣ୍ୟ କୁ ଭୂପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ,ଓଡିଶା ହେଉଛି କଳାର ରାଜ୍ୟ । ଆମର ପୂର୍ବଜ ମାନେ କଳା କୃତିରେ ନିପୁଣ ଥିଲେ । ଶିଳ୍ପୀମାନଙ୍କର ଶିଳ୍ପକଳାକୁ ଉଜ୍ଜୀବିତ ରଖିବାରେ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ପାରମ୍ପରିକ ଶିଳ୍ପକଳାର ଆଦୃତି କାମନା କରିବା ସହିତ ଆଗାମୀ ଦିନରେ ଏହି ଭଳି ପ୍ରଦର୍ଶନୀ ଆୟୋଜନକୁ ଆହୁରି ବ୍ୟାପକ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ l ପ୍ରଦର୍ଶନୀରେ ରଘୁରାଜପୁର, ଗଞ୍ଜାମ, ଆଦି ବିଭିନ୍ନ ଜିଲ୍ଲାରୁ ରାଜ୍ୟର ୩୧ ଜଣ ମହିଳା ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ l ସମସ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ୧୦ ହଜାର ଟଙ୍କାର ମାନଦେୟ ପ୍ରଦାନ କରାଯାଇଥିଲା ।

ଏହି ଉଦଯାପନୀ ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦମହାରଣା, ମହେନ୍ଦ୍ରପ୍ରସାଦମହାପାତ୍ରଓସଂସ୍କୃତିବିଭାଗରଯୁଗ୍ମନିର୍ଦ୍ଦେଶକସୁବୋଧକୁମାରଆଚାର୍ଯ୍ୟପ୍ରମୁଖଏକାଡେମୀର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଶିଳ୍ପୀମାନଙ୍କ ନିଖୁଣ କଳାକୃତି ଗୁଡିକ ଆଗାମୀ ଦିନରେ ଯୁବଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ପ୍ରାରମ୍ଭରେଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତଭାଷଣଦେଇଥିଲେ। ଉକ୍ତ୪ ଦିନିଆ ଶିବିର ଅବସରରେ ଶିଳ୍ପୀମାନେ ସୁବୃହତ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ତଥା କାଠ କଣ୍ଢେଇମାନ ଗଢିଥିଲେ । କାଗଜ ମୁଖାରେ ୬ ଫୁଟର ଗଣେଶ , ୪ ଫୁଟର ଜଗନ୍ନାଥ, ୫ଫୁଟର ବାଘମୁଖା ସହ ଜଟାୟୁପକ୍ଷୀ , ନୃସିଂହ ,ହାତୀ ,ହରିଣ ,ଦେବୀ ମୁଖା ଆଦି ବେଶମନମୁଗ୍ଧକର ହୋଇଥିଲା । ପାରମ୍ପରିକ ଗୋବର କଣ୍ଢେଇରେ ଶିଳ୍ପୀମାନେ କୃଷ୍ଣ, ମନ୍ଦିର, ଗ୍ରାମୀଣ ଦୃଶ୍ୟ ଓ ଗାନ୍ଧୀଜୀଙ୍କ ତିନି ମାଙ୍କଡ ଓ ଅନ୍ୟାନ ପଶୁ ପକ୍ଷୀ ନିର୍ମାଣ କରିଥିଲେ । ସେହିପରି ପାରମ୍ପରିକ କାଠ କଣ୍ଢେଇର ସୁନ୍ଦର କାମ ଦେଖିବାକୁ ମିଳିଥିଲା, ଯାହା ଶିବିରର ତାତ୍ପର୍ଯ୍ୟକୁ ବହୁଗୁଣିତ କରିଥିଲା । କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଏକାଡ଼େମୀ କାର୍ଯ୍ୟକାରୀ କମିଟିର ସଦସ୍ୟଶ୍ୟାମସୁନ୍ଦର ମେହେର, ସଦସ୍ୟବିଜୟକୁମାରପରିଡ଼ାଓସଦସ୍ୟାସ୍ମିତାମୂଳିଆଏବଂଅନ୍ୟ ଶିଳ୍ପୀ ତଥା କଳାନୁରାଗୀ କଳାକୃତି ଗୁଡିକ ବୁଲି ଦେଖିବାସହସେସବୁର ଉଚ୍ଚପ୍ରଶଂସାକରିଥିଲେ।

0
0
0
s2sdefault