ହେଡଲାଇନସ୍:

ଆଗ୍ନିକ ସଚ୍ଚିଦାନନ୍ଦ ପୃଷ୍ଟି ଙ୍କୁ ସମ୍ବର୍ଦ୍ଧନା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନ/ଅବିନାଶ ସାଥୁଆ ମହାପାତ୍ର: ପୁରୀ ବଡ଼ଦାଣ୍ଡ ସ୍ଥିତ ଲଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ସାହାସିକତାର ସହ ନିଆଁକୁ ଲିଭାଇବା ସହିତ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିବା ଆଗ୍ନିକ ସଚ୍ଚିଦାନନ୍ଦ ପୃଷ୍ଟି ଙ୍କ ସମେତ ୫ ଜଣ ଙ୍କୁ ଅଗ୍ନିଶମ ଡ଼ିଜି ଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ଷ୍ଟ୍ରାଇକିଙ୍ଗ ଫାୟାର ଫୋର୍ସ ଭାବେ କାର୍ଯ୍ୟ କରୁଥିବା ଭୁବନ ଏନ.ଏ.ସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ନୂଆଭୁବନ ବାସିନ୍ଦା ସଚ୍ଚିଦାନନ୍ଦ ପୃଷ୍ଟି ପୁରୀ ଅଗ୍ନିକାଣ୍ଡର ନିର୍ଦ୍ଦେଶ ପାଇ ସାହାସିକତାର ସହ କାନ୍ଧରେ ଅକ୍ସିଜେନ ସିଲିଣ୍ଡର ନେଇ ଭିତରକୁ ଯାଇ ନିଆଁ ଲିଭାଇଥିଲେ । ଏହି ସମୟରେ ଘରର ସିଲିଂ ତାଙ୍କ ଉପରେ ଗଳି ପଡିଥିଲା ଓ ସେ ଶ୍ୱାସରୁଦ୍ଧ ହୋଇ ଆହତ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇ ଫେରିବା ପରେ ଅଗ୍ନିଶମ ଡ଼ିଜି ଙ୍କ କାର୍ଯ୍ୟାଳୟରେ ଡ଼ିଜି ସନ୍ତୋଷ ଉପାଧ୍ୟାୟ , ଡ଼ିଆଇଜି ଚରଣ ସିଂ ମିନା , ଚିଫ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ବାଇଁ ଙ୍କ ଉପସ୍ଥିତିରେ ଶ୍ରୀ ପୃଷ୍ଟି ଙ୍କୁ ଡ଼ିଜି ଡିସ୍କ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଷ୍ଟି ଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିଭଳି ସାହାସିକତା କାର୍ଯ୍ୟ କରିଥିବାରୁ ଭୁବନ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ଶ୍ରୀ ପୃଷ୍ଟିଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

 

0
0
0
s2sdefault