ସରଗରମ ହେଉଛି ଜଗତସିଂହପୁର ରାଜନୀତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଳିପିଙ୍ଗଳ ଠାରେ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଭୋଟ ବର୍ଷ, ତେଣୁ ଧୀରେ ଧୀରେ ଉସ୍ମ ହେଲାଣି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଜଗତସିଂପୁର ରାଜନୀତି | ଆଶାୟୀଙ୍କ ଭିତରେ ଭରିଲାଣି ଉତ୍ସାହ | ଧୀରେ ଧୀରେ ଆରମ୍ଭ ହେଲାଣି ଲୋକସମ୍ପର୍କ ଓ ବନ୍ଧୁମିଳନ | ଜଗତସିଂହପୁର ବ୍ଲକ ଅନ୍ତର୍ଗତ 2 ନମ୍ବର ଜୋନ ର ଆଳିପିଙ୍ଗଳ ଠାରେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ତଥା ଜଣାଶୁଣା ସଂଗଠକ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ର ବୟୋଜ୍ୟେଷ୍ଠ ନେତୃବୃନ୍ଦ, ମା, ମାଉସୀ, ଓ ଯୁବଛାତ୍ର ମାନଙ୍କୁ ନେଇ ଏକ ବିରାଟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ପ୍ରାରମ୍ଭରେ ଆଳିପିଙ୍ଗଳ କାଠପୋଲ ଠାରୁ ଶହ ଶହ ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ମାନଙ୍କ ଦ୍ୱାରା ବିରାଟ ଶୋଭାଯାତ୍ରା ରେ ଶ୍ରୀ ଦାସ ଙ୍କୁ ଆଳିପିଙ୍ଗଳ ବନ୍ଧୁ ମିଳନ ସଭା ନିକଟକୁ ପାଛୋଟି ନେଉଥିବା ଦେଖାଯାଇଥିଲା l ଏହା ପରେ ବିଜୁ ଜନତା ଦଳ ର ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ବିଜୁ ପଟ୍ଟନାୟକ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରା ଯାଇ ଥିଲା l
ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ବ୍ଲକ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ ଜଗତସିଂହପୁର ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଆଳିପିଙ୍ଗଳ ପଞ୍ଚାୟତ ବିଜୁ ଜନତାଦଳ ପୂର୍ବତନ ସଭାପତି ଧୋବେଇ ଚରଣ ସ୍ୱାଇଁ, ଆଳିପିଙ୍ଗଳ ପଞ୍ଚାୟତ ଯୁବ ସଂଗଠକ ସଞ୍ଜୟ ପଲେଇ, ଜଗତସିଂହପୁର ବ୍ଲକ ପୂର୍ବତନ ଆତ୍ମା ଅଧ୍ୟକ୍ଷ ବରୋଦା ପ୍ରସନ୍ନ ରାୟ, ବିଶିଷ୍ଠ ଶିକ୍ଷାବିତ ବିଦୁଭୂଷଣ ତ୍ରିପାଠୀ, ଶାଳଜଙ୍ଗ ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ଉତ୍ତମ ପୃଷ୍ଟି, ରମେଶ ମହାପାତ୍ର, ସ୍ମୃତି ରଞ୍ଜନ ମିଶ୍ର, ପଲ୍ଲୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ଲିପା ସାହୁ, ଆଳିପିଙ୍ଗଳ ପଂଚାୟତ ର ପୂର୍ବତନ ସରପଞ୍ଚ ନିର ବେହେରା ଙ୍କ ପତ୍ନୀ ରୁନା ବେହେରା , ନୀଳକଣ୍ଠ ମଲ୍ଲିକ,ତୁମ୍ବା ଅଣ୍ଡେଇ ସାହି ପୂର୍ବତନ ସମିତିସଭ୍ୟ ଅଜିତ କୁମାର ଲେଙ୍କା, ଛାତ୍ର ନେତା ଜୁବୁଲା ରାୟ, ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ଅତିଶ ସ୍ୱାଇଁ, ଏସ .କେ. ଇମ ତିଆଜ, ନାଉଁଗା କଲେଜ ପୂର୍ବତନ ଛାତ୍ର ସଂସଦ ସଭାପତି ତାପସ ଦାସ, ବିଦୁର ନାୟକ, ସୌମ୍ୟ ରଞ୍ଜନ ପଣ୍ଡା, ନାଉଁଗା ବ୍ଲକ ଅଲଣା ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ମଲ୍ଲିକ, ଯୁଝିଷ୍ଠିର ସ୍ୱାଇଁ, ଅଳସୁଧା ପଞ୍ଚାୟତ ସରପଞ୍ଚ ଭ୍ରମରବର ସ୍ୱାଇଁ, ପିତେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ବେହେରା, ଦେବୀ ପ୍ରସାଦ ସାହାଣୀ, ସେକ ରକିବ ଉଦ୍ଧିନ, ପୂର୍ବତନ ପାରିଷଦ ସୁଶାନ୍ତ ସ୍ୱାଇଁ, ରାଜ କିଶୋର ଦାସ, ମାଇନର କମ୍ୟୁନିଟ ନେତା ଫିରୋଜ ଖାଁ, ଙ୍କ ସମେତ ତିନି ହଜାର ବରିଷ୍ଠ, ଯୁବ ଛାତ୍ର ମହିଳା କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l

0
0
0
s2sdefault