କାଲି ମାରିଥିଲା, ଆଜି ମରିଗଲା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • ବେକରେ ଦଉଡି ଦେଇ ହତ୍ୟାକାରୀ ର ଆତ୍ମହତ୍ୟା

  • ଗତକାଲି କରିଥିଲା ଯୁବତୀକୁ ନିର୍ମମ ହତ୍ୟା 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ନମିତା ସତନାମୀ ଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୁକ୍ତ ଇନ୍ଦ୍ରମଣି ଧାରୁଆ (26) ର ମୃତଦେହ ଆଜି ସକାଳେ ତାର ନିଜର ଗ୍ରାମ ପାଇକମାଲ ବ୍ଲକ ନିଲାଥର ଗାଁ ମୁଣ୍ଡରେ ଥିବା ଏକ ମହୁଲ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ପୋଲିସ ଟିମ ସହିତ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଜାରି ରଖିଛନ୍ତି । ଆତ୍ମହତ୍ୟା କରିଥିବା ହତ୍ୟାକାରୀ ଇନ୍ଦ୍ରମଣି କୁ ଗତକାଲି ଠାରୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଆଜି ଝୁଲନ୍ତା ଅବସ୍ଥାରେ ହତ୍ୟାକାରୀ ର ଶବ କୁ ତାର ନିଜର ଭାଇ ପିତାମ୍ବର ଧରୁଆ ଚିହ୍ନଟ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଥା ପରବର୍ତ୍ତୀ ଅନୁସନ୍ଧାନ ରେ ଆହୁରି ଅନେକ ତଥ୍ୟ ସାମ୍ନା କୁ ଆସିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

0
0
0
s2sdefault