ନିଖିଲ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟ ପରିସରରେ ସଭାପତି ପ୍ରଧ୍ୟାପକ ସାଧୁଚରଣ ଗଡତିଆଙ୍କ ଅଧ୍ୟକ୍ଷତାରେ ନିଖିଲ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଳା ଶାଖାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ ପୂର୍ବକ ବାଗଦେବୀଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଚ ପ୍ରଦାନ କରିଥିଲେ । ଏହି ସମ୍ମଳନୀ ରେ ଅନୁଦାନପ୍ରାପ୍ତ, ବ୍ଳକଗ୍ରାଂଟ ପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ସମସ୍ତ ବର୍ଗର ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ପ୍ରକାର ର ସମସ୍ୟା ଓ ଏହାର ସମାଧାନ ପାଇଁ ବିଚାର ବିମର୍ଶକରାଯାଇଥିଲା । ରାଜ୍ୟ ସଂଘ ର ଯୁଗ୍ମ ସମ୍ପାଦକ ପ୍ରଧ୍ୟାପକ ଅଶ୍ୱିନୀ ସୁପକାର ଓ ସଂଗଠନ ସମ୍ପାଦକ ପ୍ରଧ୍ୟାପକ ପ୍ରଣୟାନନ୍ଦ ତ୍ରିପାଠୀ ମଦ୍ୟ ଏହି ସମ୍ମିଳନୀରେ ଉଦବୋଧନ ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମଳନୀରେ ଜିଲ୍ଳାର ପ୍ରାୟ ସମସ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଦିଂବଗତ ଅଧ୍ୟାପକ ନୀଳାଚଳ ବାରିକ ଓ ଅଧ୍ୟାପକ ଡ. ମିତ୍ରଭାନୁ ସାହୁ ତଥା ରାଜ୍ୟର ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ନୀରବ ପ୍ରର୍ଥନା କରାଯାଇଥିଲା । ଜିଲ୍ଳା ସଂଘ ର ସାଧାରଣ ସଂପାଦକ ପ୍ରଧ୍ୟାପକ ପ୍ରଫୁଲ୍ଳ ମିଶ୍ର, କାର୍ଯ୍ୟକାରୀ ସଭାପତୀ ପ୍ରଧ୍ୟାପକ ବିଦ୍ୟାଧର ଦାଶ, ସଂଗଠନ ସଂପାଦକ ସୁଦୀପ୍ତ କୁମାର ଦାଶ ତଥା ମେଲଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଭାପତୀ ତଥା ରାଜ୍ୟନେତୃ ବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଦ୍ୱତୀୟ ପର୍ଯ୍ୟାୟରେ ସଂଘର କର୍ମକର୍ତା ନିର୍ବାଚନ କରାଯାଇଥିଲା । ସର୍ବସମ୍ମତୀକ୍ରମେ ପ୍ରଧ୍ୟାପକ ବିଧ୍ୟାଧର ଦାଶ, ପ୍ରଧ୍ୟାପକ ପ୍ରଦୀପ କୁମାର ପ୍ରଧାନ କାର୍ଯ୍ୟକାରୀ ସଭାପତୀ, ପ୍ରଧ୍ୟାପକ ବିନୋଦ ବିହାରୀ ମିଶ୍ର ଓ ପ୍ରଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଉପ ସଭାପତୀ, ପ୍ରଧ୍ୟାପକ ସୁଦୀପ୍ତ କୁମାର ଦାଶ ସାଧାରଣ ସଂପାଦକ, ପ୍ରଧ୍ୟାପକ ଧୃବ ଚରଣ ସା ସଂଗଠନ ସଂପାଦକ, ପ୍ରଧ୍ୟାପିକ ଜୟଶ୍ରୀ ସାହୁ ଓ ପ୍ରମୋଦ ସାହୁ ଯୁଗ୍ମ ସଂପାଦକ, ଅଧ୍ୟାପକ ଶାନ୍ତାନୁ କୁମାର ସାହୁ ଓ ପ୍ରଧ୍ୟାପିକା ପଦ୍ମନୀ ଦାଶ ସହ-ସଂପାଦକ, ଅଧ୍ୟାପକ ନାରାୟଣ ମିଶ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault