ହେଡଲାଇନସ୍:

ପ୍ରଥମ ଉପାଧ୍ୟକ୍ଷ ଊକ୍ରଳମଣିଙ୍କୁ ସ୍ମରଣପୂର୍ବକ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌର ପରିଷଦ ପକ୍ଷରୁ ପରିଷଦ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉଦଘାଟିତ ହୋଇଥିଲା । ୩୧.୦୮.୨୦୧୮ ଶୁକ୍ରବାର ପ୍ରାତଃ ୫ଟା ସମୟରେ ପୌରପରିଷଦର ୨୮ ଗୋଟି ୱାଡର଼୍ରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ଗାନ ଓ ପୂର୍ବାହ୍ନ ୭.୩୦ମିନିଟ ସମୟରେ ସହର ମଧ୍ୟରେ ରହିଥିବା ବିଭିନ୍ନ ମହାପୁରୁଷମାନଙ୍କର ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ୧୦ଟାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ କରକମଳରେ ଜାତୀୟ ପତାକା ଉତ୍ତୋଳନ, ୧୦.୧୦ମିନିଟ ସମୟରେ ପୌରପରିଷଦ ମଧ୍ୟରେ ରହିଥିବା ପରିଷଦର ପ୍ରଥମ ଉପନଗରପାଳ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଭକ୍ତିପୁତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ ଶ୍ରୀନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ୱାୟତ୍ତ ଶାସନ ଦିବସ ସମାରୋହର ଶୁଭ ଉଦ୍ଘାଟନ କରିବା ବସରରେ ପୌରପରିଷଦ ଐତିହ୍ୟ, ଗାରିମା ସହିତ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତିକୁ ମନେ ପକାଇଥିଲେ ଏବଂ ପୌରପରିଷଦ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଦିକୁ ଉଚ୍ଛଶିତ ପ୍ରଶଂସା କରିଥିଲେ । ବାରିପଦା ପୌରପରିଷଦର ଅଧ୍ୟକ୍ଷା ବବିତା ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ  ସମ୍ମାନୀତ ଅତିଥି ଭାବେ ବାରିପଦା ଉଲଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି ସ୍ୱାୟତ୍ତ ଶାସନ ବିବସ ପାଳନର ଲକ୍ଷ୍ୟ, ଉଦେ୍ଧଶ୍ୟ ଉପରେ ଆଲୋକପାତ କରିବା ସହିତ ବିଭିନ୍ନ ସୁବିଧା ଅସୁବିଧା ଓପରେ ଆଲୋକପାତ କରିଥିଲେ । ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ ବାରିପଦା ପୌରପରିଷଦ ପକ୍ଷରୁ ବିଗତ ଦିନର ସଫଳତା ସହିତ ଭବିଷ୍ୟତରେ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଇଥିଲେ । ଏଥିସହିତ ବାରିପଦା ପୌରପରିଷଦକୁ ସରସ, ସୁନ୍ଦର ଓ ସବୁଜ ସହର ଭାବରେ ଗଢ଼ିତୋଳିବା ନିମନ୍ତେ ପୌରବାସୀ ସହଯୋଗର ହାତ ବଢ଼ାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ନଗରପାଳ ବବିତା ଦାସ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବା ସମୟରେ ୨୧ ନଂ ୱାଡର଼୍ର କାଉନସିଲର ଗୀତା ରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବରିÂ କାଉନସିଲର ପ୍ରଶାନ୍ତ ପଟ୍ଟନାୟକ, କୃଷ୍ଣନାନ୍ଦ ମହାନ୍ତି, ପ୍ରଭାତ ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ, ନିରୋଜ ସାହୁ, ସ୍ୱରୂପ କୁମାର ପଟ୍ଟନାୟକ, ସରୋଜ ମହାପାତ୍ର, ଦେବାଶିଷ ପାତ୍ର, ସୀମା ଦାସ, ଅନୁରାଧା ସୋରେନ, ଯଶୋଦା ସେଠୀ, ସୁଚିସ୍ମିତା ମହାନ୍ତି, ଚାନ୍ଦ ମଣି କିସ୍କୁ, ଶ୍ରାବଣୀ ଦାସ, ବୀଣାପାଣି ସାହୁ, ସଞ୍ଜିତା ବିଶ୍ୱାଳ  ପ୍ରମୁଖ ସହିତ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ ଶ୍ରୀନାୟକ ପୌରପରିଷଦର ବିଭିନ୍ନ ମହିଳା ସ୍ୱୟଂ ସହାୟିକା  ଦ୍ୱାରାଉତ୍ପାଦିତ  ସାମଗ୍ରୀର ପ୍ରଦର୍ଶନୀ ଷ୍ଟଲକୁ ଉଦ୍ଘାଟନ କରିଥିଲେ । ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସଂଧ୍ୟା ୬ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାର ରହିଅଛି । ଏହି ସମାରୋହ ଆସନ୍ତା ୦୨/୦୯/୨୦୧୮ରବିବାର ଉଦଯାପନ ହେବ  ବୋଲି ନିର୍ବାହୀ ଅଧିକାରୀ ଶ୍ରୀଦାଶ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ସ୍ୱାୟତ୍ତ ଶାସନ ଉଦଯାପନୀ ସମାରୋହରେ ପୌରପରିଦର ୨୮ଟି ୱାଡର଼୍ ମଧ୍ୟରୁ ୯, ୧୧,୧୨,୧୩,୧୪,୧୫,୧୮,୨୪ ଓ ୨୬ ନମ୍ବର ୱାଡର଼୍ର କାଉନସିଲରମାନେ ଅନୁପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା ।

0
0
0
s2sdefault