ହେଡଲାଇନସ୍:

ସନ୍ଥ ଭୀମ ଭୋଇଙ୍କ ସେବା ଭାବ ଓ  ମାନବବାଦ ଆମ ସମସ୍ତଙ୍କ ଧ୍ୟେୟ ହେବ ଉଚିତ : ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବଲାଙ୍ଗୀରରେ ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଲୋକାର୍ପିତ 

ବଲାଙ୍ଗିର/ନିରୋଜ ମିଶ୍ର  -  ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି । ବଲାଙ୍ଗିର ବାସିଙ୍କ ସ୍ୱପ୍ନ ସାକାର ହୋଇଛି । ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନ  ଆଣିବା ପାଇଁ ଅନଗ୍ରସର ବଲାଙ୍ଗୀର ଜିଲ୍ଲାରେ ୨୮ ଏକର ପରିମିତ ଜମି ଉପରେ ୧୮୭.୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଲୋକାର୍ପିତ କରିଛନ୍ତି । ଏହି ମେଡିକାଲ କଲେଜରେ ଶୁକ୍ରବାର ଠାରୁ ପାଠପଢା ମଧ୍ୟ ଆରମ୍ଭ ହୋଇଛି ।   ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି  । ସହଯୋଗ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ  । କଲେଜଟି ସନ୍ଥକବି ଭୀମଭୋଇଙ୍କ ନାମରେ ନାମିତ ହୋଇଥିବାରୁ ଭୀମଭୋଇଙ୍କ ପରି ଏହି କଲେଜ ହସପିଟାଲ ଏବଂ ଏହାର ଛାତ୍ରଛାତ୍ରୀ ମନବତା ପାଇଁ ସେବା ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ  । 

ଏହି ଅବସରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡିଶାରେ ଆଉ ୩ଟି ସରକାରୀ ମେଡିକାଲ କଲେଜ କରିବାପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି । ଏଥିପାଇଁ ସରକାରୀ ଜମି ଯୋଗାଇଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ ଶ୍ରୀ ନଡ୍ଡା କହିଥିଲେ ଯେ କେନ୍ଦ୍ର ସରକାର ଓଡିଶାର ଲୋକମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଏମସ୍ ଖୋଲାଯାଇଛି ।  ସେ ଆୟୁସମାନ ଭାରତ ଉପରେ ସଚେତନତା ସୃଷ୍ଟି କରିଥିଲେ । ରାଜ୍ୟ   ଯୋଜନା ସହ କେନ୍ଦ୍ର ଯୋଜନାକୁ ମଧ୍ୟ କାର୍ଯ୍ୟ କରିବା ପାଇଁ ଶ୍ରୀ ନଡ୍ଡା କହିବା ସହ ଆୟୁସ୍ମାନ ଭାରତକୁ ପରୋକ୍ଷରେ କାର୍ଯ୍ୟକାରୀ କରିବା ପାଇଁ କହିଥିଲେ | 

ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟ ଆରମ୍ଭ କରିବା ଘଟଣାରେ ବଲାଙ୍ଗିର ରାଜନେତା ମାନେ ଏହାକୁ ବଲାଙ୍ଗିର ବାସୀଙ୍କ ଶ୍ରେୟ ଦେଇଛନ୍ତି । ଏମ.ପି. ବଲାଙ୍ଗିର କଳିକେଶ ନାରାୟଣ  ସିଂଦେଓ ମେଡିକାଲ କଲେଜରେ ବଲାଙ୍ଗିରର ୧୯ ଜଣ ପିଲା ପ୍ରଥମେ ବର୍ଷ ନାମ ଲେଖାଇ ଥିବାରୁ ତାଙ୍କୁ ଖୁସି ଲାଗୁଥିବା ପ୍ରକାଶ କରିଥିଲେ । ଗୋଟିଏ ମଂଚରେ ବସି ଶାସକଦଳ, ବିରୋଧି ଦଳ ନେତାମାନେ ବଲାଙ୍ଗିରର ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ସୂଚନା ଦେଇଥିଲେ । ମନ୍ତ୍ରୀ ପ୍ରତାପ ଜେନା ପ୍ରଥମେ କଲେଜରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଉଥିଲେ । ସେ କହିଥିଲେ ଗତ ତିନିବର୍ଷ ଭିତରେ ରାଜ୍ୟରେ ଏମ.ବି.ବି.ଏସ ସଂଖ୍ୟା ଥିଲା ୪୫୦ ରୁ ୧୦୫୦କୁ ବୃଦ୍ଧି ପାଇଛି । ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଅବଗତ କରାଇଥିଲେ । ରାଜ୍ୟରେ ଯେତୋଟି ସବସେଣ୍ଟର, ପିଏଚ୍ସି, ସିଏଚ୍ସି, ସବଡିଭିଜନାଲ, ହସପିଟାଲ, ଡିସଟ୍ରିକ୍ଟ ହେଡକ୍ୱାଟର ହସପିଟାଲରେ ସବୁବର୍ଷ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ  ଦେଇଥିବା କହିଛନ୍ତି । ବଲାଙ୍ଗିର କଲେଜ ହସ୍ପିଟାଲକୁ ଯେଉଁ ରୋଗିମାନେ ଚିକିତ୍ସା ପାଇଁ ଆସିବେ ସେମାନଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବଲାଙ୍ଗିରର ମାଗଣାରେ କେମୋଥରାପି ମାଗଣାରେ ଡାଇଲିସିସର  ସୁବିଧା ହେବାକୁ ଯାଉଛି । ନିରାମୟ ଯୋଜନା ଉପରେ ଶ୍ରୀ ଜେନା ଅବଗତ କରାଇଥିଲେ । ବଲାଙ୍ଗିର ମେଡିକାଲ କଲେଜରେ କେନ୍ଦ୍ର ଓ ରାଜ୍ୟ ସରକାଙ୍କ କେତେ % ସହଯୋଗ ରହିଛି ଲୋକଙ୍କୁ ଅବଗତ କରାଇଥିଲେ । ୬୯ ଅଣସ୍ତରୀ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିଥିବା ବେଳେ ୧୯୭ କୋଟି ଟଙ୍କା ସହଯୋଗ କରିଛନ୍ତି ରାଜ୍ୟ ସରକାର । ରାଜ୍ୟସରକାର ୨୭ ଏକର ଜମି ଯୋଗାଇ ଦେଇଥିବା କହିବା ସହ ଆହୁରି ୧୩ ଏକର ଜମି ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ମେଡିକାଲ କଲେଜ ପରିସର ମଧ୍ୟରେ ଏକ ନୂଆ ହସ୍ପିଟାଲ ତିଆରି ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ଏଥି ପାଇଁ ୯୫ କୋଟି ଟଙ୍କା ରାଜ୍ୟସରକାର ଯୋଗାଇ ଦେବେ । ଏପରିକି ଏଥିପାଇଁ ଦରକାର ପଡୁଥିବା କର୍ମଚାରୀଙ୍କ ଦରମା ସହ ହସପିଟାଲ ପାଇଁ ଯାହା ଦରକାର ହେବ ସେସବୁ ମଧ୍ୟ ରାଜ୍ୟ ସରକାର ଦେବେ ବୋଲି କହିଥିଲେ । ବଲାଙ୍ଗିର ମେଡିକାଲ କଲେଜ ରାଜ୍ୟର ଏକ ଆଗୁଆ ମେଡିକାଲ କଲେଜ ହୋଇ ପାରିବ । ମେଡିକାଲ କଲେଜରେ ଯେଉଁ ମାନେ ଫ୍ରଫେସର କାମ କରିବେ ସେମାନଙ୍କୁ ସେମାନଙ୍କ ଦରମା ବ୍ୟତୀତ ଏକ ଲକ୍ଷ ୨୫ ହଜାର ଟଙ୍କା ପ୍ରୋତ୍ସାହନରାଶି ଯୋଗାଇ ଦିଆଯିବ । ଯେଉଁମାନେ ଏସୋସିଏଟ ପ୍ରଫେସର ରହିବେ ସେମାନଙ୍କୁ ଦରମା ଛାଡି ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଯେଉଁ ମାନେ ଆସିଷ୍ଟାଣ୍ଟ   ପ୍ରଫେସର ହୋଇ ରହିବେ ସେମାନଙ୍କୁ ତାଙ୍କର ଦରମାକୁ ବାଦ୍ଦେଇ ପଚାଶ ହଜାର ଟଙ୍କା ମିଳିବ । ଶେଷରେ ସେ ବଲାଙ୍ଗିର ବାସିକର ବହୁଦିନର ସ୍ୱପ୍ନ ସାକାର ହୋଇଛି ବୋଲି କହିଥିଲେ ।

ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହ ଦେଓ ରାଜେନ୍ଦ୍ର ମହାବିଦ୍ୟାଳୟକୁ ରାଜ୍ୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଏବଂ ବଲାଙ୍ଗିର ବାଇପାସ ଉପରେ ମଧ୍ୟ ତାଙ୍କୁ ଅବଗତ କରାଇଥିଲେ । ଏହି ମେଡିକାଲ କଲେଜରେ ୮ଟି ବିଭାଗ ରହିଥିବା ବେଳେ ଏକ ଅଡିଓ ଭିଜୁଆଲ ଅଡିଟୋରିୟମ୍ , ସେଂଟ୍ରାଲ ଲାଇବ୍ରେରୀ ,ଷ୍ଟାଫ୍ କ୍ୱାର୍ଟର ,ଛାତ୍ର ଓ ଛାତ୍ରୀ ହଷ୍ଟେଲ ଇତ୍ୟାଦି ରହିଛି ।

0
0
0
s2sdefault