ହେଡଲାଇନସ୍:

ବାଃ ପ୍ରଶାସନ ବାଃ.....ସୁନ୍ଦର ପଦକ୍ଷେପ, ସବୁ ଜିଲ୍ଲା ପ୍ରଶାସନ ଏମିତି କରନ୍ତେ କି !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରିଷ୍ଠ  ନାଗରିକ ରାଧାଶ୍ୟାମଙ୍କୁ ଉପଯୁକ୍ତ ନ୍ୟାୟ ମିଳିଲା ।

ଯାଜପୁର, (ଜୟଶଙ୍କର ଦାଶ) :  ସମୟ ବଦଳିବା ସହ ବଦଳି ଯାଊଚ୍ଥି ସଂପର୍କର ପରିଭାଷା ।  ପ୍ରତ୍ୟେକ ଆଜି ନିଜର ଅହଙ୍କାର ଓ ସ୍ୱାର୍ଥକୁ ପ୍ରାଧାନ୍ୟ  ଦେଇ ଚାଲିଚ୍ଥନ୍ତି ।  କେହି ବି ଚିନ୍ତା କରୁନାହାନ୍ତି ନିଜର ସ୍ୱାର୍ଥର ଆହୁତିରେ କେତେ ସଂପର୍କ ବଳି ପଡୁଚ୍ଥି ।  ଆଜି ପୁଅ ଭୁଲିଯାଊଚ୍ଥି ପିତା ମାତାଙ୍କୁ,  ତାଙ୍କର ତ୍ୟାଗ, ବଳିଦାନ ଓ ସମର୍ପଣକୁ ।  ବାପା ମା ଆଜି ଅସହାୟ ହୋଇ ଭାଗ୍ୟକୁ ନିନ୍ଦୁଚ୍ଥନ୍ତି ବା କୋର୍ଟ କଚେରୀର ଆଶ୍ରୟ ନେଇ  ଅକୃତଜ୍ଞ ପୁଅ ଠାରୁ ନିଜ ହକ୍ ପାଇଁ ସଂଘର୍ଷ କରୁଚ୍ଥନ୍ତି ।  ହେଲେ ମଙ୍ଗଳପୁରର ରାଧାଶ୍ୟାମଙ୍କୁ ନ୍ୟାୟ ଦେବାପାଇଁ ଅଂଟା ଭିଡିଲା ପ୍ରଶାସନ , ଆଉ ଶେଷରେ କୃତଘ୍ନ ଉତ୍ତରାଧିକାରୀଙ୍କୁ ପଡିଛି ପ୍ରଶାସନିକ ଛାଟ |

 ମଙ୍ଗଳପୁର ଥାନା ଇଜାପୁର ଗ୍ରାମର ବରିଷ୍ଠ  ନାଗରିକ ରାଧାଶ୍ୟାମ ଜେନା ।  ଖଲାସି ଭାବେ ଯାଜପୁର ଜଳ ସଂପଦ ବିଭାଗରେ ଚାକିରୀ କରୁଥିବା ରାଧାଶ୍ୟାମ ପୁଅ ଅଶୋକ ପାଇଁ ସ୍ୱେଚ୍ଚ୍ଥାକୃତ ଅବସର ନେଇଥିଲେ ।  ସେତେବେଳେ ରାଧାଶ୍ୟାମ ପୁଅ ଅଶୋକକୁ ଚାକିରୀ ଦେବା ପାଇଁ ସ୍ୱେଚ୍ଚ୍ଥାକୃତ ଭାବେ ଅବସର ନେଇଥିଲେ ।  ସେତେବେଳେ ପୁଅ ଅଶୋକ ବାପା  ମା’ ଙ୍କର ସମସ୍ତ ଦାୟିତ୍ୱ ନେବେ ବୋଲି ଚୁକ୍ତିପତ୍ର କରିଥିଲେ ।   କିନ୍ତୁ ପରେ ଅଶୋକ ଓ  ପରିବାର ସଦସ୍ୟ ମାନେ ରାଧାଶ୍ୟାମକୁ ନିର୍ଯ୍ୟାତନା ଦେବାର ଅଭିଯୋଗ ଆଣନ୍ତି ରାଧାଶ୍ୟାମ ।  ଯେଊଁଥିରେ ଅତିଷ୍ଠ  ହୋଇ ରାଧାଶ୍ୟାମ ପୁଅର ଘର ଚ୍ଥାଡି ଅନ୍ୟ ସ୍ଥାନରେ ବାସ କରନ୍ତି ।  ପରିବାର ସଦସ୍ୟ ମାନେ ବିଶୃଙ୍ଖଳା ସୃଷ୍ଟି ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଅନ୍ତି ବୋଲି ବରିଷ୍ଠ  ନାଗରିକ ରାଧାଶ୍ୟାମ ଆଇନ ୨୦୦୭ ର ଧାରା ୯ ଅନୁସାରେ ଊପଜିଲ୍ଲାପାଳ ତଥା ସିନିୟର ସିଟିଜେନ ଟ୍ରିବ୍ୟୁନାଲ  ଅଥରିଟିଙ୍କୁ ଆବେଦନ କରନ୍ତି ।  ଊପଜିଲ୍ଲାପାଳ ତଥା ଟ୍ରିବ୍ୟୁନାଲ ଅଥରିଟି ନାରାୟଣ ଚନ୍ଦ୍ର ଧଳ ଊଭୟ ପକ୍ଷରୁ ଶୁଣିବା ପରେ ରାଧାଶ୍ୟାମଙ୍କ ଅଭିଯୋଗରେ ସତ୍ୟତାକୁ ଅନୁଭବ କରନ୍ତି ।  ଅଶୋକ ନିଜ ପିତା ତଥା ଜଣେ ବରିଷ୍ଠ ନାଗରିକଙ୍କପ୍ରତି ଊଚିତ ବ୍ୟବହାର କରୁ ନ ଥିବା ଓ ଯତ୍ନ  ନେଊ ନ ଥିବା ହୃଦବୋଧ ହୋଇଚ୍ଥି ।  ସେ ପିତାଙ୍କୁ ଯତ୍ନ ଓ ସେବା ଯୋଗାଇ ଦେବା କଥା ।  ଏପରିକି ରାଧାଶ୍ୟାମଙ୍କର ପେନସନ ମଧ୍ୟ ଏତେ ନୁହେଁ ଯାହାକି ତାଙ୍କ ଚଳିବା ପାଇଁ ପର୍ଯ୍ୟାପ୍ତ ହୋଇପାରିବ ।  ପୁତ୍ର ଅଶୋକ ଯେ ହେତୁ ପିତାଙ୍କ ପ୍ରଦତ୍ତ ଚାକିରୀକୁ ଊପଭୋଗ କରୁଚ୍ଥନ୍ତି ଓ ଏହି ସର୍ତ୍ତରେ ମଧ୍ୟ ଚାକିରୀ ପାଇଥିଲେ ଯେ, ସେ ପିତାଙ୍କ ସେବା, ଯତ୍ନ  ନେବେ ବୋଲି ।  କିନ୍ତୁ ତାହାର ଊଲଙ୍ଘନ ଘଟିଚ୍ଥି ବୋଲି ଉପଜିଲ୍ଲାପାଳ  କହିଥିଲେ ।  ତେଣୁ ବର୍ତ୍ତମାନ ନିଜ ଦରମାରୁ ମାସିକ ଦୁଇ ହଜାର ଟଂକା  ଅଶୋକ ପିତା ରାଧାଶ୍ୟାମଙ୍କ ବ୍ୟାଙ୍କ ଆକାଊଣ୍ଟକୁ  ପ୍ରଦାନ କରିବେ, ଯାହାକି ଜାନୁୟାରୀ ୨୦୧୮ ଠାରୁ ଲାଗୁ ହୋଇଚ୍ଥି ।  ଏହି ଅର୍ଥ ଜମା ହେଉଛି କି  ନା ନାହିଁ  ତାହାକୁ ଜଳସେଚନ ବିଭାଗର ଡି.ଡି.ଓ. ଅନୁଧ୍ୟାନ କରିବା ପରେ ଅଶୋକଙ୍କ ଦରମା କରିବା ପାଇଁ ନିର୍ଦ୍ଦେଶ  ଦିଆଗଲା ।  ସେହିପରି ଅଶୋକ ପିତାଙ୍କୁ କୈାଣସି ନିର୍ଯ୍ୟାତନା  ବା ଖରାପ ବ୍ୟବହାର ପ୍ରଦର୍ଶନ କରିପାରିବେ ନାହିଁ ।  ଏହାର ବ୍ୟତିକ୍ରମ  ହେଲେ  ରାଧାଶ୍ୟାମ ସ୍ଥାନୀୟ ପୋଲିସର ସହାୟତା ନେଇପାରିବେ ବୋଲି ଊପଜିଲ୍ଲାପାଳ  ଆଦେଶ କରିଚ୍ଥନ୍ତି ।  ବୋଧହୁଏ ଅବାଧ୍ୟ ଓ ଅକୃତଜ୍ଞ ପୁତ୍ର ମାନଙ୍କ ପ୍ରତି ଏହି ସରକାରୀ ଛାଟ ବର୍ତ୍ତମାନର ଶ୍ରେଷ୍ଠ ମହୋଷଧି ।

 

0
0
0
s2sdefault