ହେଡଲାଇନସ୍:

କୃଷିବିଜ୍ଞାନ କେନ୍ଦ୍ର ରେ ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ଉଦଯାପିତ ।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତକୁମାରଦାସ:- ନେହେରୁ ଯୁବସଂଗଠନ ଆନୁକୂଲ୍ୟରେ ତିର୍ତୋଲ ନିମକଣା ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଗତ ଜାନୁଆରୀ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ୬ ତାରିଖ ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବ ରେ କୃଷିବିଜ୍ଞାନ କେନ୍ଦର ବୈଜ୍ଞାନିକ ଜୀବନଜ୍ୟୋତି ସେନ ମୁଖ୍ୟଅତିଥି ଓ ସମ୍ମାନିତଅତିଥି ଭାବେ ନେହେରୁଯୁବସଂଗଠନର ଜିଲ୍ଲାଅଧିକାରୀ ନିଖିଳକୋକୁଲା, ମଣିଜଙ୍ଗା ସରପଞ୍ଚ ଶଶୀଧର ମଲ୍ଲିକ, ସମିତିସଭ୍ୟା ନଚିକେତା ଦାସ କୋଷାଧକ୍ଷ ତପନକୁମାର ସାହୁ ପ୍ରମୁଖ ପ୍ରଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅପରାହ୍ନରେ ରାମକୃଷ୍ଣମିଶନର ସ୍ୱାମୀଜୀ ସୁଦର୍ଶନ ନନ୍ଦ ପରିବେଶବିତ ଉତ୍କଳରଞ୍ଜନ ମହାନ୍ତି, ଓ ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଯୁବନେତୃତ୍ୱରେ ସୁସ୍ଥ ସମାଜଗଠନ ଓ ସାମାଜିକ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ଜଗତସିଂହପୁର ଜିଲ୍ଲାର ଆଠଗୋଟି ବ୍ଲକ ଓ ଦୁଇଟି ପୌରପରିଷଦ ରୁ ୪୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ l ଉଦଯାପନୀ ଉତ୍ସବ ରେ ବ୍ୟାସଫାଉଣ୍ଡେସନ ର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ ମୁଖ୍ୟଅତିଥି, ସାରଳା ସାହିତ୍ୟ ସଂସ୍କୃତି ଓ ମହିମାପ୍ରଚାରକ ରମାକାନ୍ତ ରାଉଳ ମୁଖ୍ୟବକ୍ତା ଓ ସମ୍ମାନିତଅତିଥିଭାବେ କେବିକେ ର ବୈଜ୍ଞାନିକ ଦେବାଶିଷ ପଣ୍ଡା ମୂର୍ତ୍ତିକା ବୈଜ୍ଞାନିକ ପ୍ରଦୀପ ମାଝୀ ଓ ସର୍ବୋପରି ତିନିଦିନଧରି ପ୍ରଶିକ୍ଷଣ ଦେଉଥିବା ଶ୍ରୀ ସୋମ ଙ୍କ ସମେତ କେବିକେ ର ସମସ୍ତ ବୈଷୟିକଅଧିକାରୀ ମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ସଭାରେ ସଭାପତିତ୍ବ କରିଥିଲେ ମନୋଜ ରଞ୍ଜନ ସ୍ବାଇଁ ଅତିଥିମାନଙ୍କଦ୍ୱାରା ପ୍ରଶିକ୍ଷଣ ଓ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଯୁବପ୍ରତିଭା ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିବାବେଳେ ସାମ୍ବାଦିକ ସୁମନ୍ତ କୁମାର ଦାସ ଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ଅନୁଷ୍ଠାନିକ ଭାବେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିବାର ଦେଖିବାକୁ ମିଳିଥିଲା। ସଭା ପରିଶେଷରେ ତପନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।।

0
0
0
s2sdefault