ହେଡଲାଇନସ୍:

ଧନୁଯାତ୍ରା ର ଶେଷ ଦିନରେ ସାମ୍ବାଦିକଙ୍କୁ ପୋଲିସ ର ମାଡ଼, ଦୋଷୀ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିନେ ପୂର୍ବରୁ ମହାରାଜ କଂସ ଙ୍କର ଦରବାରରେ ହୋଇଥିଲେ ସମ୍ମର୍ଧିତ

ବରଗଡ଼ :- ଗତକାଲି ସନ୍ଧ୍ୟା ସମୟରେ ବରଗଡ଼ ସହରରେ ଅୟୋଜିତ ହେଉଥିବା ଧନୁଯାତ୍ରା ର କଭରେଜ ପାଇଁ ଯାଉଥିବା ସାମ୍ବାଦିକ ବଦ୍ରୀ ପ୍ରସାଦ ସାହୁ ଙ୍କୁ କିଛି ପୋଲିସ କର୍ମଚାରୀ ଅମାନବୀୟ ଭାବରେ ମରଣାନ୍ତକ ଆକ୍ରମଣ କରି କ୍ଷତାକ୍ତ କରି ଦେଉଥିବା ଘଟଣା ଗତକାଲି ଠାରୁ ବରଗଡ଼ ଜିଲ୍ଲାର ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ଲୋକଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ପୋଲିସ ବାବୁ ମାନଙ୍କର ଏହିଭଳି ନାରକୀୟ କାଣ୍ଡ ଘୋର ନିନ୍ଦା ର ବିଷୟ ହୋଇଥିବା ବେଳେ ଗତକାଲି ଠାରୁ ସବୁ ସ୍ତରରେ ଲୋକେ ଏହି ଘଟଣାର ତୀବ୍ର ସମାଲୋଚନା କରିଛନ୍ତି । ଆଜି ପାଇକମାଲ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଏହି ଘଟଣା ରେ ସଂପୃକ୍ତ ସମସ୍ତ ଦୋଷୀ ପୋଲିସ କର୍ମଚାରୀ ମାନଙ୍କର ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପାଇକମାଲ ବିଡ଼ିଓ ଙ୍କର ଜରିଆରେ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ବଦ୍ରୀ ପ୍ରସାଦ ସାହୁ ବରବଡ଼ ଧନୁଯାତ୍ରା ର ପ୍ରଚାର କମିଟିର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିବା ପୋଲିସ ବାବୁ ଙ୍କୁ ନିଜର ପରିଚୟ ପ୍ରଦାନ କରି ପରିଚୟ ପତ୍ର ଓ ପାସ ଦେଖାଇବା ସତ୍ୱେ ପୋଲିସ କର୍ମଚାରୀ ମାନେ ତାଙ୍କୁ ସାମୁହିକ ଭାବରେ ଅତି ଅମାନୁଷିକ ଭାବରେ ମାଡ଼ ମାରିଥିଲେ । ଯାହା ଫଳରେ ତାଙ୍କରଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।

0
0
0
s2sdefault