ବରଗଡ :- ବରଗଡ ଜିଲ୍ଲା ସୋହେଲା ନିକଟସ୍ଥ ଜାମପାଲି ଗ୍ରାମ ନିକଟରେ ଆଜି ମଧ୍ୟାହ୍ନ ରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ଘଟଣା ସ୍ଥଳରେ ଲିପ୍ସା ସୁନା ନାମକ ଜଣେ 10 ବର୍ଷୀୟା ଶିଶୁ କନ୍ୟା ଓ ତାଙ୍କ କାକା ବିବାନ ସୁନା ଆହତ ହୋଇଥିବା ଦେଖିବାକୁ ପାଇ ପ୍ରଥମେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ଏହାପରେ ଶିଶୁ କନ୍ୟାର ଅବସ୍ଥା ଦେଖି ତୁରନ୍ତ ବିଧାୟକ ଶିଶୁ କନ୍ୟାକୁ ନିଜ ଗାଡ଼ିରେ ଚିକିତ୍ସା ପାଇଁ ସୋହେଲା ଡାକ୍ତରଖାନା କୁ ଆଣିଥିଲେ । ବିଶେଷଜ୍ଞ ଙ୍କର ମତରେ ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଯଦି ଡାକ୍ତରୀ ସହାୟତା ପ୍ରଦାନ କରାଯାଏ ତେବେ ପୀଡିତ ଙ୍କର ଜୀବନ ରକ୍ଷା ସମ୍ଭବ । ଏଠାରେ ସୂଚନାଯୋଗ୍ୟ ଯେ ଜନସେବାରୁ ରାଜନୀତି କୁ ଆସିଥିବା ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ବାବଦରେ ଅନ୍ତତଃ କାହାରିକୁ ଅଛପା ନାହିଁ । ନିଜେ ଯେତେ ପୀଡା ଅନୁଭବ କରୁଥିଲେ ସୁଦ୍ଧା ଡାକ୍ତରୀ ସହାୟତା ଆବଶ୍ୟକ କରୁଥିବା କୋଣସି ଲୋକଙ୍କ ଖବର ପାଇବା ମାତ୍ରେ ସବୁ କାମ ଛାଡି ପୀଡିତ ଙ୍କର ନିକଟରେ ପହଂଛି ତାକୁ ସହାୟତା ଯୋଗାଇ ଦେବାର ଅନେକ ଉଦାହରଣ ରହିଛି । ଆଜି ଦୁର୍ଘଟଣା ରେ ଆହତ ଶିଶୁ କନ୍ୟା ସମେତ ତାଙ୍କର କାକା ଙ୍କୁ ଡାକ୍ତରଖାନା ପହଞ୍ଚାଇ ତାଙ୍କର ଚିକିତ୍ସା ର ସମସ୍ତ ପ୍ରକାର ବ୍ୟବସ୍ଥା କରାଇଥିଲେ ବିଧାୟକ ଶ୍ରୀ ସିଂ । ଆହତ ମାନଙ୍କୁ ସଠିକ ସମୟରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଜେ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇ ତୁରନ୍ତ ଚିକିତ୍ସା କରାଇଥିବାରୁ ଅହତଙ୍କର ପରିବାର ବର୍ଗ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।।