ମେରାମଣ୍ଡଳୀ:ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍୨୦୨୩ ଢେଙ୍କାନାଳ ଜିଲ୍ଲାରେ ପ୍ରବେଶ କରିଥିବାବେଳେ ଟାଟାଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ଫାଟକରେତାହାକୁଭବ୍ୟସ୍ୱାଗତକରାଯାଇଛି ।
ଓଡ଼ାପଡ଼ାବ୍ଲକ୍ର କଂଟାବଣିଆସ୍ଥିତ ଟାଟାଷ୍ଟିଲ୍ ମେରାମଣ୍ଡଳୀକାରଖାନା ଫାଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରଫିକୁ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଢେଙ୍କାନାଳଉପଜିଲ୍ଲାପାଳଶ୍ରୀ ଉଦୟ ମହାପାତ୍ର, ଉପଜିଲ୍ଲାପାଳ - ହିନ୍ଦୋଳ ଶ୍ରୀଶିବାନନ୍ଦ ସ୍ୱାଇଁ,ଜିଲ୍ଲାକ୍ରୀଡ଼ା ଅଧିକାରୀଶ୍ରୀପ୍ରଦୀପ୍ତମହାନ୍ତି, ଟିଏସ୍ଏମ୍ର ଆଇରନ୍ ମେକିଂ ମୁଖ୍ୟ ଶ୍ରୀ ଅମିତ୍ କୁମାରସିଂହଗ୍ରହଣକରିଛନ୍ତି ।
ଅନୁଗୁଳ ଜିଲ୍ଲାରୁ ଟ୍ରଫି ଆସି ପହଂଚିବା ପରେ ମଂଚରେ ଉପସ୍ଥିତଉତ୍ସାହୀମାନେଉଲ୍ଲସିତହୋଇଥିଲେ ।ଏହି ଅବସରରେଉପସ୍ଥିତ ଅତିଥିମାନେ ପୁଷ୍ପମାଲ୍ୟ ସହ ତାହାକୁସ୍ୱାଗତକରିଛନ୍ତି ।
ଏହି ଅବସରରେ ସମ୍ବୋଧିତ କରି ଶ୍ରୀମତୀ ସୀମାରାଣୀ ନାୟକକହିଛନ୍ତି ଯେ, “ଏହି ଟ୍ରଫିକୁ ସ୍ୱାଗତକରିବାଏବଂ ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମର ଅଂଶହେବାଜିଲ୍ଲାରଲୋକବିଶେଷକରି ଯୁବବର୍ଗଙ୍କ ପାଇଁ ଗୌରବ ରବିଷୟ ।କ୍ରୀଡ଼ା ଭାବେ ହକି ପ୍ରତି ଆଗ୍ରହ ଦେଖାଇବାଏବଂ ବିଶେଷ କରି ଚଳିତବର୍ଷ ଓଡ଼ିଶାରେ ଆୟୋଜନ କରାଯାଉଥିବା ହକି ବିଶ୍ୱକପ୍ ପାଇଁ ଯୁବବର୍ଗଙ୍କଭିତରେଉତ୍ସାହର ପ୍ରସାର କରିବାକୁ ଆମେ ଉଦ୍ୟମ କରୁଛୁ ।’’
ଏହି ଐତିହାସିକ ମୁହୂର୍ତର ଅଂଶହେବାଏବଂ ଟ୍ରଫିକୁ ସ୍ୱାଗତ କରିବା ଲାଗି କାର୍ଯ୍ୟକ୍ରମ ସ୍ଥଳ ଭାବେ ଟାଟାଷ୍ଟିଲ୍ ମେରାମଣ୍ଡଳୀକୁ ଚୟନ କରାଯାଇଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇ ଶ୍ରୀ ଅମିତ କୁମାର ସିଂହ କହିଛନ୍ତି ଯେ, “ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷବିଶ୍ୱକପ୍ ୨୦୨୩ର ଅଫିସିଆଲ୍ ପାର୍ଟନର୍ ଭାବେ ଢେଙ୍କାନାଳ ଜିଲ୍ଲାକୁ ଟ୍ରଫିକୁ ସ୍ୱାଗତ କରି ଟାଟାଷ୍ଟିଲ୍ ଗର୍ବିତ ମନେ କରୁଛି । ଟ୍ରଫିକୁ ପରିକ୍ରମା କରାଯିବାର ଥିବାରୁ ଆମେ ଆଶାକରୁଛୁ ଯେ ତାହା ଯୁବବର୍ଗଏବଂକ୍ରୀଡ଼ାବିତମାନଙ୍କ ଆଶାକୁ ଅନୁପ୍ରାଣିତ କରିିଏହି ସୁନ୍ଦର କ୍ରୀଡ଼ା ପ୍ରତି ସେମାନଙ୍କ ଆଗ୍ରହ ବିକାଶକରିବ ।’’
ଏହି ଅବସରରେ ଅନୁଗୁଳ ଏନର୍ଜି ଲିମିଟେଡ୍ର ପରିଚାଳନା ନିର୍ଦେଶକଶ୍ରୀଶୈଳେଶବର୍ମା, ଚିଫ୍ ସେୟାରଡ୍ ସର୍ଭିସେସ୍ ବେଦ ପ୍ରକାଶ ଠାକୁର, ଚିଫ୍ କର୍ପୋରେଟ୍ ସର୍ଭିସେସ୍ ମୋହିତ ଦାସ, ଚିଫ୍ ବିଜନେସ୍ ଫାଇନାନ୍ସ ଆଣ୍ଡ୍ ଆକାଉଂଟସ୍ ଶ୍ରୀ ଶକ୍ତିଶ୍ରୀ ଦାସଙ୍କ ସମେତ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହା ବ୍ୟତୀତ ଟାଟାଷ୍ଟିଲ୍ ଫାଉଣ୍ଡେସନ୍ରେ ତାଲିମ ହାସଲ କରୁଥିବା ସ୍ଥାନୀୟ ଗ୍ରାମର ଭଲିବଲ ଖେଳାଳି ଏବଂ ଜିଲ୍ଲା କିକ୍ ବକ୍ସିଂ ସଂଘର ସଦସ୍ୟମାନେ ମଧ୍ୟ ଉତ୍ସାହର ସହ ଏହି ସ୍ୱାଗତ ସମାରୋହରେ ଅଂଶଗ୍ରହଣ କରିଥିଲେ ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଅଫିସିଆଲ୍ ପାର୍ଟନର ହେବା ପାଇଁ ୨୦୨୨ ଡିସେମ୍ବର ୧୩ ତାରିଖରେ ଟାଟାଷ୍ଟିଲ୍ ପକ୍ଷରୁ ହକି ଇଣ୍ଡିଆ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଥିଲା । ଏହି ଟୁର୍ଣ୍ଣାମେଂଟ୍ ୨୦୨୩ ଜାନୁଆରି ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ଯେଉଁଥିରେ ୧୬ଟି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଭାଗନେବେ ।
ଶ୍ରେଷ୍ଠସ୍ତରର ଆବାସିକ ତାଲିମ ବ୍ୟବସ୍ଥା ସ୍ଥାପନ କରିବାଏବଂ ଆନ୍ତର୍ଜାତିକ ପ୍ରଶିକ୍ଷକ, ନ୍ୟୁଟ୍ରିସନିଷ୍ଟ ଏବଂ ମାନସିକ ଓ ଶାରିରୀକ ପ୍ରଶିକ୍ଷକଙ୍କ ବ୍ୟବସ୍ଥା ଆଦି ସମେତ ଭାରତରେ କ୍ରୀଡ଼ାକୁ ସମର୍ଥନ କରିବାଏବଂ ତାହାର ପ୍ରସାର କରିବାରେ ଟାଟାଷ୍ଟିଲ୍ର ଏକ ଦୀର୍ଘ ଇତିହାସ ରହିଛି ।
ଟାଟାଷ୍ଟିଲ୍ ଓ ଟାଟା ଟ୍ରଷ୍ଟ୍ସ ସହଯୋଗିତାରେ ଓଡ଼ିଶା ସରକାରଙ୍କ କ୍ରୀଡ଼ାବିଭାଗର ଏକ ଅଭିଯାନ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଂଟର୍ (ଏଚ୍ପିସି) ସାରା ରାଜ୍ୟରେ ଢେଙ୍କାନାଳ ସମେତ ୬ଟି ଜିଲ୍ଲାରେ ୧୪ ତୃଣମୂଳ କେନ୍ଦ୍ରର ପରିଚାଳନା କରୁଛି । ୩୦ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ୱାରା ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୨୨୦୦ ଯୁବ ପ୍ରଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରାଯାଉଛି । ଗତ ୧୨ ମାସଭିତରେ ୬ ଜଣ କ୍ୟାଡେଟ୍ ଭାରତୀୟ ଜାତୀୟ କନିଷ୍ଠ ମହିଳା ଶିବିରକୁ ଚୟନ ହେବା ହେଉଛି ହକି ଏଚ୍ପିସିର ଉଦ୍ୟମ ଏବଂ ଓଡ଼ିଶାରେଏହା ଚଲାଇଥିବା ତୃଣମୂଳ କାର୍ଯ୍ୟକ୍ରମ ପ୍ରତି ସ୍ୱୀକୃତି ।