ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ଦ୍ୱେିତ ମହାନଗରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ ସହିତ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଡିଜିଟାଲ କମ୍ୟୁନିକେସନ ନେଇ ଆୟୋଜିତ ଦୁଇଦିନିଆ ପ୍ରଦର୍ଶନୀରେ ଜିଓ ଏକ ସ୍ୱତନ୍ତ୍ର ଲାଇଭ୍ ୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରିଛି, ଯାହା ବହୁସଂଖ୍ୟକ ଛାତ୍ରଛାତ୍ରୀ, ଯୁବବର୍ଗଙ୍କ ସହିତ ବିଭିନ୍ନ କ୍ଷେତ୍ରରୁ ବହୁ ସଂଖ୍ୟକ ବୃତିଧାରୀଙ୍କୁ ଆକୃଷ୍ଟ କରୁଛି । ଜିଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଓ କମ୍ୟୁନିଟି କ୍ଲିନିକ ମେଡିକାଲ କିଟ୍, ଶିକ୍ଷା, କ୍ଲାଉଡ ଗେମିଙ୍ଗ, ସ୍ମାର୍ଟ ଅଫିସ, ସ୍ମାର୍ଟ ସିଟି ଏବଂ ବୈପ୍ଳବିକ ଏଆର-ଭିଆର୍ ଉପକରଣ, ଜିଓ ଗ୍ଲାସ୍ ଆଦିରେ ୫ଜିର ଅନ୍ତର୍ନିବେଶୀ ଫାଇଦା ସମ୍ପର୍କରେ ଲାଇଭ୍ ପ୍ରଦର୍ଶନ କରିଛି । ଏହି ଫାଇଦାଗୁଡିକ ଓଡ଼ିଶାର ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣକାରୀ ପରିବର୍ତନ ଆଣିବ ।
ପ୍ରଦର୍ଶିତ ହୋଇଥିବା କେତେକ ୫ଜି ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ସଂକ୍ଷିପ୍ତ ବର୍ଣ୍ଣନା:
ଜିଓ ଟ୍ରୁ-୫ଜି ସ୍ପିଡ ଟେଷ୍ଟ: ଜିଓ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ରେ ଲାଇଭ୍ ସ୍ପିଡ ଟେଷ୍ଟ ଜରିଆରେ ଜିଓ ଉଚ୍ଚ ବ୍ୟାଣ୍ଡୱିଡ୍ଥ ଏବଂ ଲୋ ଲାଟେନ୍ସି ପ୍ରଦର୍ଶନ କରିଛି ଏବଂ ସେଥିରେ ହାରାହାରି ୫ଜି ସ୍ପିଡ ୧.୫ ଜିବିପିଏସ୍ ରହିଛି ।
ସ୍ୱାସ୍ଥ୍ୟଯତ୍ନ- ଗୋଟିଏ ବ୍ୟାଗ୍ରେ କ୍ଲିନିକ: ଜିଓ ଟ୍ରୁ ୫ଜି ସମର୍ଥିତ ଗୋଷ୍ଠୀ କ୍ଳିନିକଗୁଡିକ ସୀମିତ ସ୍ୱାସ୍ଥ୍ୟଯତ୍ନ ସୁବିଧା ଉପଲବ୍ଧ ହେଉଥିବା ଅଂଚଳଗୁଡିକୁ ‘କ୍ଲିନିକ ଇନ୍ ଏ ବ୍ୟାଗ୍’ ପ୍ଲାଟଫର୍ମ ଜରିଆରେ ପାରାମେଡିକ୍ସ ଉପଯୋଗରେ ଗୁଣାତ୍ମକ ସ୍ୱାସ୍ଥ୍ୟଯତ୍ନ ପ୍ରଦାନକାରୀ ସ୍ପେଶାଲିଷ୍ଟମାନଙ୍କୁ ଉପଲବ୍ଧ କରାଇବ ଅଥବା ଆଶା କର୍ମୀମାନେ ଷ୍ଟେଥୋସ୍କୋପ, ଇସିଜି ମେସିନ, ଗ୍ଲୁକୋଜ ମନିଟର, ଇଏନଟି ପ୍ରୋବ୍ ଭଳି ଉପକରଣ ଗୋଟିଏ ବ୍ୟାଗ୍ ରେ ଧରି ଦୂରଦୂରାନ୍ତରେ ଥିବା ରୋଗୀଙ୍କ ନିକଟରେ ପହଁଚିବେ ଏବଂ ଉକ୍ତ ପରୀକ୍ଷା ତଥ୍ୟକୁ ବାସ୍ତବକାଳୀନ ଭିତିରେ ଜିଓ ଟ୍ରୁ-୫ଜି ଜରିଆରେ ଯେକୌଣସି ସ୍ଥାନରେ ଥିବା ଜଣେ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଅବଗତ ଦିଆଯାଇପାରିବ । ତାହାସହିତ ଏକ କ୍ଳିନିକ ମ୍ୟାନେଜମେଂଟ ପ୍ଲାଟଫର୍ମ ରହିଛି ଯେଉଁଥିରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଇଏମଆର୍, ରୋଗୀ ଦେଖାକରିବା ସମୟ ଏବଂ ଅନ୍ୟାନ୍ୟ ବିସ୍ତୃତ ବିବରଣୀ ସ୍ଥାନପାଇବ, ଯେଉଁଗୁଡିକ ଯେକୌଣସି ସ୍ୱାସ୍ଥ୍ୟସେବା କ୍ଲିନିକ ଦକ୍ଷତାର ସହିତ କାର୍ଯ୍ୟକାରିତା ନିମନ୍ତେ ନିତାନ୍ତ ଆବଶ୍ୟକ ।
ସ୍ଥାନ ଏବଂ ଜନସଂଖ୍ୟା ନିର୍ବିଶେଷରେ ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପହଁଚାଇବା କ୍ଷେତ୍ରରେ ସଫଳତା ହାସଲ ଦିଗରେ ଏହା ଏକ ବିଶାଳ ପ୍ରୟାସ ହୋଇଛି ।କ୍ଲାଉଡ ଗେମିଙ୍ଗ: ଜିଓ ଟ୍ରୁ ୫ଜିର ଅତ୍ୟନ୍ତ ସ୍ୱଳ୍ପ ଲାଟେନ୍ସି ଏବଂ ଉଚ୍ଚ ବ୍ୟାଣ୍ଡୱିଡ୍ଥ ବଳରେ ଗେମର୍ମାନେ ଏଣିକି ଜିଓକ୍ଳାଉଡ ଗେମିଙ୍ଗରେ ଓଟିଟି ଅନୁରୂପ ସେବା ପାଇପାରିବେ, ଯେଉଁଠାରେ ସେମାନେ ଯେକୌଣସି ସ୍ଥାନରେ ଥାଇ ବ୍ୟୟବହୁଳ ହାର୍ଡୱେର ଆବଶ୍ୟକ ନକରି ଅଥବା ବ୍ୟୟବହୁଳ ଗେମ୍ ଟାଇଟଲ୍ ପୃଥକ ଭାବରେ ଖରିଦ ନକରି ଉଚ୍ଚ ମାନର ଗେମ୍ର ସୁଯୋଗ ନେବାକୁ ସମର୍ଥ ହେବେ ।
ସ୍ମାର୍ଟ ଅଫିସ: ଜିଓ ଟ୍ରୁ-୫ଜି କନେକ୍ଟିଭିଟି ଏବଂ ଜିଓ ଏୟାରଫାଇବର ବଳରେ ପରିଚାଳିତ ହେଉଥିବା କାର୍ଯ୍ୟାଳୟଗୁଡିକ ଜିଓ ଏୟାରଫାଇବର, କ୍ଲାଉଡ ପିସି, ଭିଡିଓ ଟେଲିଫୋନି ଏବଂ ଡିଜିଟାଲ ସାଇନେଜ୍ ଭଳି ସହଜ ଏବଂ ଓୟାରଲେସ୍ ପ୍ଲଗ୍ ଆଣ୍ଡ ପ୍ଲେ ସମାଧାନ ବଳରେ ଅଧିକ ସ୍ମାର୍ଟ ହେବାକୁ ଯାଉଛି ।
ସ୍ମାର୍ଟ ମିଟରିଂ ଆଣ୍ଡ ସ୍ମାର୍ଟ ଲାଇଟିଂ: ଜିଓ ଟ୍ରୁ-୫ଜି ରିଅଲ ଡାଟା ପ୍ରୋସେସିଂ, ସିଫ୍ଟ ଟୁ ଏଜ୍ କ୍ଳାଉଡ ଦିଗରେ ସହାୟକ ହେବା ସହିତ ବିବିଧ ଉପକରଣରେ ଏକାଧିକ ଷ୍ଟ୍ରିମିଂକୁ ସମର୍ଥ କରାଇବ । ଏଥିସହିତ ସ୍ଥାପନା କ୍ଷେତ୍ରରେ କୌଣସି ସୀମା ନରଖି ପାରମ୍ପରିକ କେବଲିଂ ଠାରୁ ସିସିଟିଭିର ଦ୍ରୁତ ମୁତୟନକୁ ୫ଜି ସମର୍ଥ କରାଇବ ।
ଜିଓ-ଗ୍ଲାସ ଏଆର-ଭିଆର୍ ଡିଭାଇସ: ଜିଓ-ଗ୍ଲାସ୍ ବ୍ୟବହାରକାରୀଙ୍କୁ ଜିଓ ଟ୍ରୁ-୫ଜି ବଳରେ ସଶକ୍ତ ଭାରତର ପ୍ରଥମ ମିଶ୍ରିତ ରିଅଲିଟି ଜିଓ ଗ୍ଲାସ୍ ସହି
ପରିବର୍ଦ୍ଧିତ ରିଅଲିଟିକୁ ବ୍ୟବହାର କରି ସ୍କୁଲଗୁଡିକ ଏଣିକି ଏକ ‘୩ଡି ରିଅଲିଟି ଲାବ୍’ ସ୍ଥାପନ କରିପାରିବେ ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ପାଠ୍ୟକ୍ରମରୁ ବିଷୟଗୁଡିକୁ ଜିଓ ଗ୍ଲାସ୍ ପିନ୍ଧି ଦେଖିପାରିବେ । ଏହାକୁ ସୁଯୋଗ ନେବାପାଇଁ ରହିଥିବା ଏକ ବିକଳ୍ପ ମଧ୍ୟରେ ଜଣେ ଶିକ୍ଷକ ଏକମାତ୍ର ଜିଓ ଗ୍ଲାସ ପରିଧାନ କରି ୩ଡି ବିଷୟବସ୍ତୁକୁ ନେଇ ଭାବ ବିନିମୟ କରିବେ ଏବଂ ପରେ ତାହାକୁ ୨ଡି ପରଦାରେ ପ୍ରସାରଣ କରାଯାଇ ଜିଓ ଟ୍ରୁ ୫ଜିରେ ଇଂଟରନେଟ ଜରିଆରେ ୨ଡିରେ ସ୍କୁଲଗୁଡିକ ସହିତ ସହଭାଗିତା କରାଯାଇପାରିବ । ଜିଓ ଏକ୍ସପେରିଏନ୍ସ ଜୋନ୍ରେ ଆଜି ଅନେକ ଛାତ୍ରଛାତ୍ରୀ ଏବଂ ବୃତିଧାରୀ ଜିଓ-ଗ୍ଲାସ୍ ଏଆର-ଭିଆର୍ ପରିଧାନ କରି ଏହାର ଅନୁଭୂତି ଲାଭ କରିଥିଲେ ।
ଜିଓ ଗ୍ଲାସ୍ ଛାତ୍ରଛାତ୍ରୀଙ୍କର ଏକାଗ୍ରତାରେ ବୃଦ୍ଧି ଘଟାଇବା ସହିତ ଶିକ୍ଷାଜାରି ରଖିବା ହାର ୩୦%ରୁ ଅଧିକ ବଜାୟ ରଖୁଛି । ଶିକ୍ଷକମାନେ ବିହେଭିଅରାଲ୍ ଆନାଲିଟିକ୍ସ ଜରିଆରେ ଛାତ୍ରଛାତ୍ରୀଙ୍କ ଶିକ୍ଷାହାସଲ ଯାତ୍ରା ଉପରେ ଦୃଷ୍ଟି ରଖିପାରିବେ, ୩ଡି ବିଷୟବସ୍ତୁ ନିୟନ୍ତ୍ରଣ କରିପାରିବେ ଏବଂ ଟାବ୍ଲେଟରେ ଅଳ୍ପକିଛି କ୍ଲିକ୍ କରି ଶିକ୍ଷା ଆହରଣ ଯାତ୍ରାକୁ ଗେମିଫାଏ କରିପାରିବେ । ଛାତ୍ରଛାତ୍ରୀ ୩ଡି ବିଷୟବସ୍ତୁ ସହିତ ସେମାନଙ୍କର ଭାବ ବିନିମୟ କରିପାରିବେ ଏବଂ ସେମାନଙ୍କ ନିଜସ୍ୱ ଗତିରେ ବିଭିନ୍ନ ଚିନ୍ତାଧାରା ଅନୁଧ୍ୟାନ କରିପାରିବେ, ଯାହା ସେମାନଙ୍କୁ ଅଧିକ ଭଲଭାବରେ ଶିକ୍ଷାଗ୍ରହଣ ଏବଂ ତାହା ଦୀର୍ଘକାଳ ମନେରଖିବାରେ ସହାୟକ ହେଉଛି ।
କେବଳ ଜିଓର ଷ୍ଟାଣ୍ଡଆଲୋନ୍ ଟ୍ରୁ-୫ଜି ନେଟୱର୍କ ତାହାର ହାଇ ବ୍ୟାଣ୍ଡୱିଡ୍ଥ ଏବଂ ଲୋ ଲାଟେନ୍ସିକୁ ନେଇ ଭାରତରେ ପ୍ରତିଟି ସ୍କୁଲ ଏବଂ ପ୍ରତ୍ୟେକ ଛାତ୍ରକୁ ଉଚ୍ଚ ଗୁଣମାନ, ଭାବ ବିନିମୟକାରୀ, ୩ଡି ଶିକ୍ଷା ଆହରଣ ବିଷୟବସ୍ତୁ ଯୋଗାଇ ଦେଇପାରିବ ।
ରାଜ୍ୟ
ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ ଡିଜିଟାଲ କମ୍ୟୁନିକେସନ ପ୍ରଦର୍ଶନୀରେ ଜିଓ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ କୁ ନେଇ ବିପୁଳ ଉତ୍ସାହ
- Hits: 388