ହେଡଲାଇନସ୍:

ଭୁବନେଶ୍ୱର ଉପଖଣ୍ଡ ପାଇଁ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • • ବିଭିନ୍ନ ସଂସ୍ଥା ଦ୍ୱାରା୩୧୦ ଜଣଙ୍କୁ ନିଯୁକ୍ତି ପାଇଁ ଚୟନ

  • • ୭୫ ଜଣଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥା

ଭୁବନେଶ୍ୱର: ଦକ୍ଷତା ବିକାଶ କର୍ତ୍ତୃପକ୍ଷ,ଓଡିଶାଙ୍କ ତରଫରୁ ଜିଲ୍ଲା ପ୍ରଶାସନ,ଖୋର୍ଦ୍ଧା ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତୟୁନିଟ – ୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଭୁବନେଶ୍ୱର ସହ ଜଟଣୀ ,ବାଲିଅନ୍ତା ଓ ବାଲିପାଟଣାପଞ୍ଚାୟତ ସମିତି ଆଦି ଉପଖଣ୍ଡର ୪ଟି ପଂଚାୟତ ସମିତି ଅନ୍ତର୍ଗତବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓପ୍ରାର୍ଥିନୀମାନଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିଲା ।ଏହି ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରରେ ୧୨ଟି ନିଯୁକ୍ତିପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇଥିଲେ । ଏହା ବ୍ୟତୀତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଥିବା ୫ଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗଦେଇଥିଲେ । ଶିବିରରେ ମୋଟ ୪୩୭ ଜଣପ୍ରାର୍ଥୀ-ପ୍ରାର୍ଥିନୀମାନେ ସେମାନଙ୍କର ନାମ ପଞ୍ଜୀକରଣ କରିଥିଲେ । ତନ୍ମଧ୍ୟରୁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାମାନେ ୩୧୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ନିଯୁକ୍ତି ପାଇଁ ଚୟନ କରିଥିବା ବେଳେ ୭୫ ଜଣଙ୍କୁ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି ।ଏହି ଶିବିରରେ ଉପରୋକ୍ତ ପଞ୍ଚାୟତ ସମିତି ଅନ୍ତର୍ଗତ ରୋଜଗାର ସନ୍ଧାନରେ ଥିବା ୫ମ ଶ୍ରେଣୀ ପାସ ଠାରୁ ସ୍ନାତକ ବା ଆଇ.ଟି.ଆଇ କିମ୍ବା ଡିପ୍ଲୋମା ବା ଏ.ଏନ.ଏମ, ଜି.ଏନ.ଏମ. ଉତ୍ତୀର୍ଣ୍ଣ ହୋଇଥିବା ନିଯୁକ୍ତି ଆଶାୟୀ ଯୁବକ ବା ଯୁବତୀମାନେ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ସହ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ୟୁନିଟ୍-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ବ୍କକ ପାଇଁ ଉଦ୍ଦିଷ୍ଟ ୪ଟି କାଉଣ୍ଟରରେ ଆଶାୟୀ ପାର୍ଥୀ ପ୍ରାର୍ଥିନୀମାନେ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଏବଂ ପ୍ରସ୍ତୁତି ଅନୁସାରେ ଏହି ନିଯୁକ୍ତି ମେଳା ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଗନ୍ତ କୁମାର ରାଉତରାୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଉଭୟ ନିଯୁକ୍ତି ପ୍ରଦାନ କାରୀ ସଂସ୍ଥା ଓ ନିଯୁକ୍ତି ଆଶାୟୀ ପ୍ରାର୍ଥୀପ୍ରାର୍ଥିନୀମାନେଏହି ଶିବିରର ସୁଯୋଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକ ବିଡିଓ ଶ୍ରୀ ସମ୍ପଦ କୁମାର ଦଳାଇ, ଆଂଚଳିକ ନିର୍ଦ୍ଦେଶକ(ନିୟୋଜନ),ଭୁବନେଶ୍ୱର ଶ୍ରୀ ବିଜୟ କୁମାର ପାତ୍ର, ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ,ଓରମାସଶ୍ରୀ ଗୁଣ୍ଡିଚା ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ପ୍ରମୁଖ ଯୋଗଦେଇ ନିଯୁକ୍ତି ପାଉଥିବା ଏବଂ ପ୍ରଶିକ୍ଷଣ ପାଇଁ ଚୟନ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କର ସଫଳତା କାମନା କରିଥିଲେ । ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ମୁଖ୍ୟ ତଥା ପ୍ରତିନିଧିମାନେ ସେମାନଙ୍କର ସଂସ୍ଥାରେ ନିଯୁକ୍ତି ପରିପ୍ରେକ୍ଷୀରେ ରହିଥିବା ସୁଯୋଗ ସଂପର୍କରେ ବିଷଦ୍ ଭାବେ ଅବଗତ କରାଇଥିଲେ । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ,ଖୋର୍ଦ୍ଧା ତରଫରୁ ଶ୍ରୀ ଦେବାଶିଷ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆସନ୍ତା କାଲି ଜାନୁଆରୀ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ୬ ଗୋଟି ପଂଚାୟତ ସମିତି ଅନ୍ତର୍ଗତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ପାଇଁ ଏହିପରି ଶିବିର ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ ।

0
0
0
s2sdefault