କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହାର ପାରିପାଶ୍ୱର୍ିକ ଗ୍ରାମର ଅଧିବାସୀମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ରହିଆସିଛି । ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ କମ୍ପାନୀ ଜନସାଦାରଣଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସଙ୍କଟ ଏବଂ ମହାମାରୀରୁ ସୁରକ୍ଷିତ ରଖି ସେମାନଙ୍କ ପ୍ରତି ରହିଥିବା ଆତ୍ମୀୟତା ସର୍ବଦା ପ୍ରଦର୍ଶନ କରିଆସୁଛି । ଏତଦ୍ଦ୍ୱାରା ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ୩ ପ୍ରତି ନିଜର ଅବଦାନ ରଖୁଛି ।
ଭାରତରେ ଯକ୍ଷ୍ମା (ଟିବି)ରେ ପରିସମାପ୍ତି ଘଟାଇବା ନିମନ୍ତେ “ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରୟାସ ହୋଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ୨୦୨୫ ସୁଦ୍ଧା ଦେଶରୁ ଏହି ରୋଗର ମୂଳୋତ୍ପାଟନ କରିବା । ଏହି କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଜନସାଧାରଣଙ୍କ ଯତ୍ନରେ ଉନ୍ନତିସାଧନ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ସଦର ମହକୁମା ହସପିଟାଲ ପକ୍ଷରୁ ୨୦୨୩ ଜାନୁଆରୀ ୫ ତାରିଖରେ ଉତ୍କଳ ଆଲୁମିନାଠାରେ “ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ”ର ଶୁଭାରମ୍ଭ କରାଯାଇଛି । ଏହି ପ୍ରୟାସରେ ଉତ୍କଳ ଆଲୁମିନା ଜିଲ୍ଲା ପାଇଁ ନି-କ୍ଷୟ ମିତ୍ର ଭାବରେ ନିଯୁକ୍ତ ହୋଇଛି, ଯେଉଁଠାରେ ଏହା କାଶିପୁର ବ୍ଲକର ୨୪ ଜଣ ଯକ୍ଷ୍ମାରୋଗୀଙ୍କୁ ଆଗାମୀ ଛଅମାସ ନିମନ୍ତେ ଯତ୍ନ ପ୍ରଦାନ କରିବାକୁ ଗ୍ରହଣ କରିଛି ।
ଏହି କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଡା. ଲାଲମୋହନ ରାଉତରାୟ-ସିଡିଏମ୍ ଆଣ୍ଡ ପିଏଚ୍ଓ, ରାୟଗଡା ଏବଂ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଓ ପ୍ରେସିଡେଂଟ, ଉତ୍କଳ ଆଲୁମିନାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଏଥିରେ ଡା. ମମତା ସାହୁ-ଏଡିପିଏଚ୍ଓ (ଟିବି), ଡା. ଡି କେ ଦେବ-ଟିବି ଓ ଚେଷ୍ଟ ସ୍ପେଶାଲିଷ୍ଟ, ଡିଏଚଏଚ, ରାୟଗଡା, ଡା.ଜନ୍ମେଜୟ ଦାସ, ମେଡିକାଲ ଅଫିସର ଇନ୍ଚାର୍ଜ, କାଶିପୁର, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍ ସିଏସଆର, ସିଆର୍ ଆଣ୍ଡ ସଷ୍ଟେନେବିଲିଟି, ଉତ୍କଳ ଆଲୁମିନା, ଡା.ଅରିନ୍ଦମ୍ ରୟ ଚୌଧୁରୀ, ସିଏମ୍ଓ, ଉତ୍କଳ ହସପିଟାଲ ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ନି-କ୍ଷୟ ପୋଷଣ କିଟ୍ ଉତ୍କଳ ଆଲୁମିନା ପକ୍ଷରୁ ସମସ୍ତ ୨୪ଜଣ ଯକ୍ଷ୍ମାରୋଗୀଙ୍କୁ ପ୍ରଦାନ କରାଯାଇଥିଲା ଏବଂ ତତ୍ସହିତ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ (ଏନଟିଇପି) ସମ୍ପର୍କରେ ଡିଏଚଏଚ୍, ରାୟଗଡା ପକ୍ଷରୁ ଉତ୍କଳ ଆଲୁମିନା ବେସରକାରୀ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସୁବିଧାରେ ନିୟୋଜିତ ଡାକ୍ତର ଓ ପାରାମେଡିକ୍ସଙ୍କ ନିମନ୍ତେ ଏକ ସମ୍ବେଦୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଡା.ଲାଲମୋହନ ରାଉତରାୟ, ସିଡିଏମ୍ ଆଣ୍ଡ ପିଏଚଓ, ରାୟଗଡା ଜିଲ୍ଲା ନିମନ୍ତେ ନି-କ୍ଷୟ ମିତ୍ର ହେବା ଏବଂ ଯକ୍ଷ୍ମାରୋଗୀଙ୍କୁ ସେମାନଙ୍କର ସାମାଜିକ କଲ୍ୟାଣ ନିମନ୍ତେ ଗ୍ରହଣ କରିଥିବା ଉତ୍କଳ ଆଲୁମିନାକୁ ପ୍ରଶଂସା କରିଥିଲେ । ଉତ୍କଳ ଆଲୁମିନାର ଏହି ଅବଦାନ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ ହେବା ଦିଗରେ ନିଶ୍ଚିତରେ ସହାୟକ ହେବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଆଣ୍ଡ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟଗତ ସଙ୍କଟ ଓ ମହାମାରୀର ମୁକାବିଲା କରିବାରେ ଅତୀତରେ ଜିଲ୍ଲା ପ୍ରଶାସନ ଏବଂ ଉତ୍କଳ ଆଲୁମିନା ପକ୍ଷରୁ ନିଆଯାଇଥିବା ସମ୍ମିଳିତ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇ ଆମ ଜନସମୁଦାୟଙ୍କୁ ସ୍ୱାସ୍ଥ୍ୟଗତ ସଙ୍କଟରୁ ସୁରକ୍ଷା ପ୍ରଦାନ କରିବାକୁ ଉତ୍କଳ ଆଲୁମିନା ସର୍ବଦା ପ୍ରତିବଦ୍ଧ ଓ ପ୍ରସ୍ତୁତ ରହିଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ନବିନ କିଶୋର ମହାନ୍ତି-ଡିପିସି, ଏନଟିଇ, ସୁସ୍ମିତା ମହାରଣା-ପିପିପି ସିଓ, ସୁଶାନ୍ତ ବେହେରା-ଏସଟିଏସ୍, କାଶିପୁରଙ୍କ ସହିତ ଉତ୍କଳ ଆଲୁମିନାର ଲିଆସନ, ସିଏସଆର, ସିଆର ଆଣ୍ଡ୍ ସଷ୍ଟେନେବିଲିଟି ଟିମ୍ ପରିଚାଳନା କରିଥିଲେ ।