-
ଏହି ପଦକ୍ଷେପ ଭାରତର ୧୦୦ରୁ ଅଧିକ ସହରରେ ୩୫ ଲକ୍ଷ ପିଲାଙ୍କୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଶିକ୍ଷିତ କରିବାର ଲକ୍ଷ୍ୟ ରଖିଛି
-
ସଂଗୃହୀତ ଆବର୍ଜନା ରିସାଇକଲ କରାଯାଇ ସେଥିରୁ ପ୍ରସ୍ତୁତ ବେଞ୍ଚ-ଡେସ୍କ ସେଟ୍ ଏହି ଭିତ୍ତିଭୂମି ଆବଶ୍ୟକ କରୁଥିବା ସ୍କୁଲଗୁଡିକୁ ଯୋଗାଇ ଦିଆଯିବ
-
୧୮୦୦୦ କେଜି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ୧୦୦୦ ରିସାଇକଲ୍ ହୋଇପାରୁଥିବା ବେଞ୍ଚ ଓ ଡେସ୍କ ତିଆରି କରାଯାଉଛି; ଏହି କାର୍ଯ୍ୟକ୍ରମ ଅଧୀନରେ ୮୦ରୁ ଅଧିକ ବେଞ୍ଚ-ଡେସ୍କ ଯୋଗାଇ ଦିଆସରିଛି
ନୂଆଦିଲ୍ଲୀ : ଏକ ସ୍ୱଚ୍ଛ, ସବୁଜ ଏବଂ ସ୍ୱାସ୍ଥ୍ୟକର ଭବିଷ୍ୟତ ପାଇଁ ଜାତୀୟ ପ୍ରତିବଦ୍ଧତାକୁ ସମର୍ଥନ କରିବା ଲକ୍ଷ୍ୟରେ ଏବଂ ମିଳିତ ଜାତିସଂଘର ଏସ୍ଡିଜି ବିଶେଷକରି ଏସଡିଜି ୧୨ (ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଉତ୍ପାଦନ) ଲକ୍ଷ୍ୟରେ ରେଖାଙ୍କିତ କରାଯାଇଥିବା ଅନୁଯାୟୀ ଆଇଟିସି ଲିମିଟେଡର ଜଣାଶୁଣା ଇନଷ୍ଟାଣ୍ଟ୍ ନୁଡଲ୍ସ ଏବଂ ପାସ୍ତା ବ୍ରାଣ୍ଡ୍ ସନ୍ଫିଷ୍ଟ ୟିପି! ଏହାର ନିକଟରେ ଆରମ୍ଭ ହୋଇଥିବା ‘ୟିପି!ବେଟର୍ ୱାର୍ଲଡ- ଟ୍ରାସ୍ ଟୁ ଟ୍ରେଜର’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିାଚାଳନା ଉପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରୁଛି । ବ୍ରାଣ୍ଡ୍ର ଲକ୍ଷ୍ୟ ହେଉଛି ଏକ ଉତ୍ତମ ବିଶ୍ୱର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଏବଂ ଏହି କାର୍ଯ୍ୟକ୍ରମ ସେହି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରୁଛି । ସନ୍ଫିଷ୍ଟ ୟିପି! ଏକ ଏନ୍ଜିଓ ପାର୍ଟନର ୱେ ଫର ଲାଇଫ୍ ସହିତ ମିଳିତ ଭାବରେ ଏହି ଅଭିଯାନର ନେତୃତ୍ୱ ନେଉଛି ।
ୟିପି! ଦ୍ୱାରା ପରିଚାଳିତ ଏହି ପଦକ୍ଷେପ ୧୦୦ରୁ ଅଧିକ ସହରରେ ସ୍କୁଲଗୁଡିକରେ ତୃଣମୂଳସ୍ତରରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୩୫ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ପରିବେଶ ଉପରେ ଏହାର ପ୍ରଭାବ, ଏହାକୁ କମ୍ କରିବା ପାଇଁ ରଣନୀତି, ଏହାର ପୁନଃବ୍ୟବହାର ଏବଂ ପୁନଃଚକ୍ରଣ ବିଷୟରେ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ଡିଜାଇନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଘରମାନଙ୍କରୁ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ସେଗୁଡିକୁ ସ୍କୁଲରେ ଥିବା କଲେକ୍ସନ ପଏଣ୍ଟରେ ଜମା କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏହିଭଳି ଭାବରେ ସଂଗ୍ରହ କରାଯାଇଥିବା ପ୍ଲାଷ୍ଟିକ ଆବର୍ଜନାକୁ ରିସାଇକଲ୍ କରାଯାଇ ସେଥିରୁ ୧୦୦୦ ସେଟ୍ ବେଞ୍ଚ ଏବଂ ଡେସ୍କ ତିଆରି କରାଯିବ ଏବଂ ଏହି ଭିତ୍ତିଭୂମି ଉପଲବ୍ଧ ନଥିବା ସ୍କୁଲଗୁଡିକୁ ଯୋଗାଇ ଦିଆଯିବ ।
ଏପର୍ଯ୍ୟନ୍ତ ୮୦ରୁ ଅଧିକ ରିସାଇକଲ୍ ହୋଇଥିବା ବେଞ୍ଚ ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସ୍କୁଲଗୁଡିକୁ ଯୋଗାଇ ଦିଆସରିଲାଣି ଏବଂ ୨୦୨୩ ମାର୍ଚ୍ଚ ଶେଷସୁଦ୍ଧା ସେହି ସ୍କୁଲଗୁଡିକୁ ୧୦୦% ଏହି ପ୍ରକାରର ବେଞ୍ଚ ଏବଂ ଡେସ୍କ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।ଅଭିଯାନ ବିଷୟରେ କହିବା ସମୟରେ ଆଇଟିସି ଫୁଡ୍ସ ଡିଭିଜନର ସ୍ନାକ୍ସ, ନୁଡଲ୍ସ ଏବଂ ପାସ୍ତାର ଚିଫ୍ ଅପରେଟିଂ ଅଫିସର ଶ୍ରୀମତୀ କବିତା ଚତୁର୍ବେଦୀ କହିଛନ୍ତି, “ପରିବେଶ ପରିଚାଳନା ଏବଂ ମୁଖ୍ୟ ସ୍ରୋତର ଜୀବିକା ନିର୍ବାହ ପାଇଁ ବହୁବିଧ ସହାୟତା ଯୋଗାଇବାରେ ଆଇଟିସି ବିଶ୍ୱସ୍ତରରେ ଉଦାହରଣ ସୃଷ୍ଟିକରିଛି । ଗ୍ରାହକ ଉତ୍ପାଦ ବ୍ୟବହାର କରିସାରିବା ପରେ ପ୍ୟାକେଟକୁ କିପରି ପରିଚାଳନା କରାଯିବ ସେ ସମ୍ବନ୍ଧୀୟ ଏକ ବୃତ୍ତାକାର ଅର୍ଥନୀତି ସୃଷ୍ଟି କରିବା ପାଇଁ ଆମର ସାଂଗଠନିକ ପ୍ରଚେଷ୍ଟା ଦ୍ୱାରା ପ୍ରେରିତ ହୋଇ ସନ୍ଫିଷ୍ଟ ୟିପି! ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ, ଏହାର ପୁନଃ ବ୍ୟବହାର ଏବଂ ପୁନଃଚକ୍ରଣରେ ସାହାଯ୍ୟ କରିବା ପାଇଁ ବିଦ୍ୟାଳୟରେ ଗୋଷ୍ଠୀ ଚମ୍ପିଆନ୍ମାନଙ୍କୁ ଗଢିବା ପାଇଁ ଏକ ଯାତ୍ରା ଆରମ୍ଭ କରିଛି । ଆମର ଦୃଢ ବିଶ୍ୱାସ ଯେ ୟିପି!ର ଟ୍ରାଶ୍-ଟୁ-ଟ୍ରେଜର ପଦକ୍ଷେପ ସ୍କୁଲ ପିଲାମାନଙ୍କୁ ଏକ ଉତ୍ତମ ବିଶ୍ୱ ସୃଷ୍ଟି ଦିଗରେ ଏକ ସଚେତନ ଉଦ୍ୟମ କରିବାକୁ ଶିକ୍ଷିତ ଓ ଉତ୍ସାହିତ କରିବ ।”