ହେଡଲାଇନସ୍:

ଡାଲମିଆ ସିମେଣ୍ଟ ପୂର୍ବ ଭାରତରେ ଘୋଷଣା କରୁଛି ‘ଡିଏସ୍‍ପି ହର୍‍ ଘର୍‍ ହାପି ଅଫର’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଏକ ଅଗ୍ରଣୀ ଭାରତୀୟ ପ୍ରମୁଖ ସିମେଣ୍ଟ ନିର୍ମାତା ତଥା ଡାଲମିଆ ଭାରତ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‍) ତାହାର ଉପସ୍ଥିତି ଥିବା ସମଗ୍ର ପୂର୍ବାଞ୍ଚଳରେ ତାହାର ଆକର୍ଷଣୀୟ ନୂତନ ଡାଲମିଆ ସିମେଣ୍ଟର ଡିଏସ୍‍ପି ହର୍‍ ଘର୍‍ ହାପି ଅଫରକୁ ନେଇ ଗ୍ରାହକଙ୍କ ସକାଶେ ଗୃହ ନିର୍ମାଣକୁ ଏକ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିଛି । ଏକ ନୂତନ ଆରମ୍ଭ, ବିଶେଷକରି ଏକ ନୂତନ ଗୃହ ନିର୍ମାଣ ସହିତ ଶୁଭେଚ୍ଛା ଏବଂ ଉପହାର ସେହି ମୁହୂର୍ତ୍ତକୁ ଅଧିକ ସ୍ମରଣୀୟ କରିବାର ଭାରତୀୟ ପରମ୍ପରା ସୂତ୍ରକୁ ମଧ୍ୟ ଡାଲମିଆ ସିମେଣ୍ଟ ବଜାୟ ରଖିଛି । ସେଥିପାଇଁ ସମସ୍ତ ଗ୍ରାହକ ନିଶ୍ଚିତ ପୁରସ୍କାର ପାଇବେ ଏବଂ ପୂର୍ବାଞ୍ଚଳର ଭାଗ୍ୟଶାଳୀ ଗ୍ରାହକ ବାଇକ, ଟିଭି ଏବଂ ସ୍ମାର୍ଟୱାଚ୍‍ ଭଳି ବମ୍ପର ପୁରସ୍କାର ଜିତିପାରିବେ ।
ଡାଲମିଆ ସିମେଣ୍ଟ ‘ଡିଏସ୍‍ପି ହର୍‍ ଘର୍‍ ହାପି ଅଫର’ ଗ୍ରାହକଙ୍କୁ ବାସଗୃହ ନିର୍ମାଣ ଆରମ୍ଭ କରିବାକୁ ଉତ୍ସାହିତ କରୁଛି, କାରଣ ବାସଗୃହ ନିର୍ମାଣ ନିମନ୍ତେ ଡିସେମ୍ବର-ମାର୍ଚ୍ଚ ଉପଯୁକ୍ତ ସମୟ ଭାବରେ ବିବେଚିତ ହେଉଛି । ପ୍ରାକ୍‍ ନିର୍ମାଣ ଠାରୁ ନିର୍ମାଣ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ଏକ ବାସଗୃହ ନିର୍ମାଣର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ଡିସିବିଏଲ୍‍ ମାର୍ଗଦର୍ଶନ ତାହାର ୱେବସାଇଟ୍‍ www.dalmiadspoffer.com ଏବଂ ହେଲ୍‍ପଲାଇନ ନମ୍ବର ୧୮୦୦୨୦୨୦ ଜରିଆରେ ଯୋଗାଇ ଦେଉଛି । ଉପଭୋକ୍ତାଙ୍କ ପାଇଁ ଉତ୍ପାଦର ପ୍ରମୋ ବଜାରରେ ୨୦୨୨ ଡିସେମ୍ବର ୧୫ରୁ ପ୍ରସାରଣ ଆରମ୍ଭ ହୋଇଛି ଏବଂ ଏହା ୨୦୨୩ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଡାଲମିଆ ସିମେଣ୍ଟର ‘ଡିଏସ୍‍ପି ହର୍‍ ଘର୍‍ ହାପି’ ସମ୍ପର୍କରେ ଉଲ୍ଲେଖକରି ଡିସିବିଏଲ୍‍ ମୁଖପାତ୍ର କହିଛନ୍ତି, “ଡାଲମିଆ ସିମେଣ୍ଟ ପୂର୍ବ ଭାରତରେ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ହୋଇଛି, ଯେଉଁଠାରେ ଏହାର ମୁଖ୍ୟ ବଜାର ଅଂଶ ରହିଛି ଏବଂ ଏହା ବହୁବିଧ ଉତ୍ପାଦ ଉପଲବ୍ଧ କରାଉଛି । କମ୍ପାନୀ ତାହାର ବ୍ୟବସାୟିକ କାର୍ଯ୍ୟକଳାପରେ ଗ୍ରାହକଙ୍କୁ କେନ୍ଦ୍ର ସ୍ଥାନରେ ବଜାୟ ରଖିବା ସହିତ ବହୁବିଧ ଯୋଜନା ଓ ଅଫର୍‍ ଯୋଗାଇ ଦେଉଛି । ଡାଲମିଆ ସିମେଣ୍ଟର ପ୍ରିମିୟମ ଉତ୍ପାଦ ଡିଏସ୍‍ପି ସିମେଣ୍ଟର ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡ଼ିଶା ଆଦି ବଜାରରେ ଉଚ୍ଚତର ଚାହିଦା ଲକ୍ଷ୍ୟ କରିଛି ଏବଂ ଏହି ନୂଆ ଅଫର୍‍ ସମ୍ଭାବ୍ୟ କ୍ରେତାଙ୍କ ମଧ୍ୟରେ ବ୍ରାଣ୍ଡ୍‍ର ପସନ୍ଦଯୋଗ୍ୟତାକୁ ଅଧିକ ମଜଭୁତ କରିବ । ମୋଟାମୋଟି ବିକ୍ରି କ୍ଷେତ୍ରରେ ପ୍ରିମିୟମ ବ୍ରାଣ୍ଡ୍‍ର ଅଂଶରେ ବୃଦ୍ଧି ଘଟାଇ ଏବଂ ବ୍ରାଣ୍ଡ୍‍ ନିମନ୍ତେ ସଚେତନତାରେ ଉନ୍ନତି ଘଟାଇ ଡାଲମିଆ ଡିଏସ୍‍ପିର ବିକ୍ରି ପରିମାଣରେ ଆମେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ ଲକ୍ଷ୍ୟ ରଖିଛୁ ।”
ଲକି ଡ୍ର ପୁରସ୍କାର ସହିତ ଡିସିବିଏଲ୍‍ ମଧ୍ୟ ଗ୍ରାହକଙ୍କୁ ଏକ ଡଫେଲ ବ୍ୟାଗ୍‍ (ପ୍ରତି ୧୦୦ ଡାଲମିଆ ସିମେଣ୍ଟ ବ୍ୟାଗ୍‍ କ୍ରୟ କ୍ଷେତ୍ରରେ) ପ୍ରଦାନ କରିବ । ଗ୍ରାହକମାନେ ସ୍ୱୀକୃତିପ୍ରାପ୍ତ ଡିଲର/ସବ୍‍ଡିଲରଙ୍କ ନିକଟରୁ ଡାଲମିଆ ଡିଏସ୍‍ପି ସିମେଣ୍ଟ ବ୍ୟାଗ୍‍ ଖରିଦ କରିବା ପରେ ସେମାନଙ୍କର ନିଶ୍ଚିତ ଉପହାର ଦାବି କରିପାରିବେ । ଅଫର ସମ୍ପର୍କରେ ଅଧିକ ବିସ୍ତୃତ ଭାବରେ ଜାଣିବାକୁ ଗ୍ରାହକମାନେ www.dalmiadspoffer.com କୁ ଦେଖିପାରିବେ ।

0
0
0
s2sdefault