କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି l ରାଜ୍ୟକୁ ପ୍ରଗତିପଥେ ଆଗେଇ ନେବାକୁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଏହାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ପଞ୍ଚାୟତ ଚେରଙ୍ଗାମାଳ - ନଗ୍ରାବାହାଲ ରାସ୍ତାରେ କୋଡ଼ିଏ ବର୍ଷରୁ ଉର୍ଦ୍ଧ ହେବ ଏହି ଦୁଇ ଗ୍ରାମର ନାଳ ଉପରେ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି l ନିତିଦିନ ଯିବା ଆସିବା ପାଇଁ ଏହି ନାଳ ଦେଇ ଦୁଇ ଗ୍ରାମର ସ୍କୁଲ ଛାତ୍ରଛାତ୍ରୀ, ବିଭିନ୍ନ ଅଫିସ କାର୍ଯ୍ୟ, ହସ୍ପିଟାଲ, ଦୋକାନ, ବଜାର ଯିବାକୁ ପଡ଼ିଥାଏ l ନିର୍ବାଚନ ବେଳେ ଭୋଟ ମାଗିବା ପାଇଁ ଅନେକ ନେତା ଆସିଥାନ୍ତି, ଗ୍ରାମବାସୀଙ୍କୁ ନାଳ ଉପରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ହିଁ ଦିଅନ୍ତି l ନିର୍ବାଚନ ଜିତିବା ପରେ କୌଣସି ନେତା, ରାଜନେତାଙ୍କ ଦେଖାମିଳେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି l ଅନେକ ଦିନରୁ ପଞ୍ଚାୟତ ଅଫିସ୍ ଓ ବ୍ଲକ ଅଫିସରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ କହିଛନ୍ତି, ଏହି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଘୋଡ଼ାବାନ୍ଧୁଣୀ ଠାରୁ ନଗ୍ରାବାହାଲକୁ ରାସ୍ତା ସଂଯୋଗ କରିବା ପାଇଁ ଚେରଙ୍ଗାମାଲ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କରାଯାଇଛି l ଏହି ଦୁଇ ଗ୍ରାମର ନାଳ ଉପରେ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା ପୋଲ ଯୋଗୁଁ ନଗ୍ରାବାହାଲ (ମଦନ ପଡ଼ା)ରୁ ପିଚୁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ l ଏହି ଅର୍ଦ୍ଧ ନିର୍ମିତ ପୋଲ କୁ ଯଥାଶୀଘ୍ର ନିର୍ମାଣ କରିବାକୁ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦୁଇ ଗ୍ରାମବାସୀ ମାନେ ଦାବି କରିଛନ୍ତି l
ରାଜ୍ୟ
କି ବିକାଶ ହେଉଛି କେଜାଣି, ୨୦ ବର୍ଷ ହେଲା ନାଳ ଉପରେ ଛୋଟ ପୋଲଟେ ହେଇପାରୁନି
- Hits: 1101