ଭୁବନେଶ୍ୱର : "ଆଜି ଗୋଟେ ପଟେ ବିଜେଡି ପାଳୁଛି ୨୬ ତମ ଜନ୍ମ ଦିବସ | ସେପଟେ ବିଜେପି ପାଳୁଛି ସତ୍ୟାଗ୍ରହ | ଇଏ କେବଳ ଦେଖେଇ ହେବା ପାଇଁ ସେ " ଆମେ ବିଜେଡି ବିଜେପି ଯୋଡାଯୋଡି ନୁହଁ" | ହେଲେ ସତ କଥା ହେଲା ସେମାନେ ଭିତରେ ଭିତରେ କୁଣ୍ଢାକୁଣ୍ଢି ହୋଇ ଅଛନ୍ତି | ବିଜେଡି ବିଜେପି କୁଣ୍ଢାକୁଣ୍ଢି ହୋଇ ଥାଆନ୍ତୁ, ଆମେ ଲୋକଙ୍କ ପାଖକୁ ଯିବୁ | ହାତକୁ ଜୋଡ଼ିବୁ | ଆମର କଂଗ୍ରେସ ପକ୍ଷରୁ ଚେଲା କୁମାର ଓ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ରାଜ୍ୟବ୍ୟାପୀ ହାତଯୋଡ ଅଭିଯାନ |" ଏ କଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାୟ | ଏହା ସହିତ "ହକିଖେଳ କର, ହେଲେ ହଜାର ହଜାର ଉଠା ତଥା ରାସ୍ତାପାର୍ଶ୍ଵ ଦୋକାନୀଙ୍କ ପେଟ ପାଟଣାକୁ ମାର ନାହିଁ" ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ରାଉତରାୟ |
ରାଜ୍ୟ
"ତମେ କୁଣ୍ଢାକୁଣ୍ଢି ହେଇ ରୁହ, ଆମେ ଲୋକଙ୍କୁ ହାତ ଯୋଡ଼ିବୁ"
- Hits: 354