ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ନରସିଂହ ରବିବାର ଦିନ ଓଡ଼ଗାଁ ଗସ୍ତରେ ଆସି ସନ୍ଧ୍ୟାରେ ଓଡ଼ଗାଁ ରଘୁନାଥ ମନ୍ଦିର ଠାରେ ପହଞ୍ଚିଥିଲେ । ପରେ ଶ୍ରୀ ରଘୁନାଥ ଜୀଉଙ୍କ ଆଳତି ଦର୍ଶନ ସାରି ଭଦ୍ର ମଣ୍ଡପରେ କିଛି ସମୟ ବସିଥିଲେ । ଏହି ସମୟରେ ପ୍ରଭୁଙ୍କର ନିତି କାନ୍ତି ଓ ମନ୍ଦିରର ଐତିହ ସମ୍ପର୍କରେ ପୂଜକ ମାନଙ୍କ ଠାରୁ ଶୁଣିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ସୁପରଭାଇଜର ଜିତେନ୍ଦ୍ର ମିଶ୍ର ଶ୍ରୀ ରଘୁନାଥଜୀଉଙ୍କ ୨ଟି ପୁସ୍ତକ ଜଷ୍ଟିସଙ୍କୁ ଅର୍ପଣ କରିଥିଲେ । ଜଷ୍ଟିସ ସିଂ ସପରିବାରେ ଆସି ପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ତାଙ୍କୁ ଠାକୁରଙ୍କୁ ଦର୍ଶନ କରାଇଥିଲେ । ନୟାଗଡ଼ ଜିଲ୍ଲା ଜଜ ରୁପଶ୍ରୀ ଚୈ।ଧୁରୀ ଉପସ୍ଥିତ ରହିଥିଲେ ।
ରାଜ୍ୟ
ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କଲେ ହାଇକୋର୍ଟ ବିଚାରପତି
- Hits: 289











