ହେଡଲାଇନସ୍:

ଆରଏସପି ଦ୍ଵାରା ଅଧ୍ୟୟନରେ ଉତ୍କର୍ଷତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା/ ସୁଶାନ୍ତ ବେହେରା : ସିଭିକ ସେଣ୍ଟରଠାରେ ଅଗଷ୍ଟ ୧୬ ତାରିଖରେ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଇସ୍ପାତ ସହରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଗ୍ଧଶ୍ରେଷ୍ଠ ଏକାଡେମିକ ପର୍ଫମେନ୍ସ ପୁରସ୍କାରଗ୍ଦ ଓ ଗ୍ଧଶ୍ରେଷ୍ଠ ଏକାଡେମିକ ଏକ୍ସଲେନ୍ସ ପୁରସ୍କାରଗ୍ଦ ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ  ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।  

ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଭୟ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ୨୦୧୮ ଶିକ୍ଷା ବର୍ଷ ନିମନ୍ତେ ବିଭିନ୍ନ ବୋର୍ଡର ଦଶମ ଓ ଦ୍ଵାଦଶ ଶ୍ରେଣୀରେ ରାଉରକେଲାରେ ସର୍ବୋଚ୍ଚ ସ୍ଥାନ ଲାଭ କରିଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ଏକାଡେମିକ ପର୍ଫମେନ୍ସ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ଆକାରରେ ୧୦ ହଜାର ଟଙ୍କା ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା।   

ଦଶମ ଶ୍ରେଣୀ ବର୍ଗରେ ସେକ୍ଟର ୬ ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀ ପ୍ରୀତମ ପ୍ରସାଦ ବଳ, ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଶ୍ରୀ ଗଜରାଜ ମୋହିନୀ, ଦିଲ୍ଲୀ ପବ୍ଲିକ ସ୍କୁଲର ଶ୍ରୀ ଶୁଭେନ୍ଦୁ ଦଳବେହେରା ଓ ସୁଶ୍ରୀ ଅରୁଣିମା ଠାକୁର ଯଥାକ୍ରମେ ମାଧ୍ୟମିକ ଶିକ୍ଷା ବୋର୍ଡ ଓଡିଶା, ଆଇସିଏସଇ ଓ ସିବିଏସଇ ବୋର୍ଡରେ ଶୀର୍ଷ ସ୍ଥାନ ଲାଭ କରି ଏହି ପୁରସ୍କାର ଲାଭ କରିଥିଲେ। ଅନୁରୂପ ଭାବେ ଓଡିଶା ଉଚ୍ଚ ମାଧ୍ୟମିକ ବୋର୍ଡ ଦ୍ଵାଦଶ ଶ୍ରେଣୀ ବିଜ୍ଞାନ, କଳା ଓ ବାଣିଜ୍ୟରେ ଶୀର୍ଷ ସ୍ଥାନ ହାସଲ  ନିମନ୍ତେ ଯଥାକ୍ରମେ ସେକ୍ଟର ୧୯ ଇସ୍ପାତ ବିଦ୍ୟା ମନ୍ଦିରର ଛାତ୍ରୀ, ସୁଶ୍ରୀ ଅର୍ପିତା ବେହେରା, ସରକାରୀ ମହାବିଦ୍ୟାଳୟ ପାନପୋଷର ଛାତ୍ରୀ, ସୁଶ୍ରୀ ବନ୍ଦିତା ପୃଷେଠ ଓ ସୁଶ୍ରୀ ସଞ୍ଜନା ପଲାଇ ଏହି ପୁରସ୍କାର ଲାଭ କରିଥିଲେ। ଦ୍ଵାଦଶ ସିବିଏସଇ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ହାସଲ ନିମନ୍ତେ ବିଜ୍ଞାନରେ ଡକ୍ଟର ଏଏନକେ ଡ଼ିଏଭି ପବ୍ଲିକ ସ୍କୁଲ ଛାତ୍ରୀ, ସୁଶ୍ରୀ ଗୋଲ୍ଦି ରାଣୀ ପାଢୀ, କଳାରେ ଶ୍ରେଷ୍ଠ ସ୍ଥାନ ହାସଲ ନିମନ୍ତେ ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରୀ, ସୁଶ୍ରୀ ଆସ୍ନା ମହାନ୍ତି, ବାଣିଜ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ ନିମନ୍ତେ ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରୀ, ସୁଶ୍ରୀ ମହକ ବାଗାରିଆଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। 

ଆଇଏସସି ବୋର୍ଡ ଅନ୍ତର୍ଗତ ବିଜ୍ଞାନରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର, ଶ୍ରୀ ନିଖିଲ ବେହେରା, କଳାରେ କାର୍ମେଲ ସ୍କୁଲ ଛାତ୍ରୀ, ସୁଶ୍ରୀ ମୁସ୍କାନ ଖାନ ଏବଂ ବାଣିଜ୍ୟରେ ଚିନ୍ମୟ ବିଦ୍ୟାଳୟର ଛାତ୍ର ଶ୍ରୀ ଋଷବ ବଂଶଲ ଶ୍ରେଷ୍ଠ ସ୍ଥାନ ହାସଲ କରି ଏହି ପୁରସ୍କାର ଲାଭ କରିଥିଲେ । ସେହିଭଳି ଆରଏସପି ପରିଚାଳିତ ବିଦ୍ୟାଳୟର ୯୭ଞ୍ଝ ରୁ ଅଧିକ ନମ୍ବର ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ଶ୍ରେଷ୍ଠ ଏକାଡେମିକ ଏକ୍ସଲେନ୍ସ ପୁରସ୍କାର ଆକାରରେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କାର ବିଜେତା ମେଧାବୀ ଛାତ୍ରଛାତ୍ରୀମାନେ ହେଲେ ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଗଜରାଜ ମୋହିନୀ, ସାବିତ୍ରୀ ମହାପାତ୍ର, ଉଦିତ କୁମାର ପଣ୍ଡା, ଅନିମେଷ ଗିରି, ଅମିୟ ରଞ୍ଜନ ଶେଠୀ, ଶୁଭମ ପ୍ରଧାନ ଓ ଅଭିଳାଶା ଶତପଥୀ । ଅନୁରୂପ ଭାବେ ଏହି ପୁରସ୍କାର ଯୋଜନା ଅଧୀନରେ ୯୫ ରୁ ୯୭ଞ୍ଝ ନମ୍ବର ହାସଲ କରି  ୭ ହଜାର ଟଙ୍କାର ପୁରସ୍କାର ରାଶି ଓ ପ୍ରମାଣପତ୍ର ହାସଲ କରିଥିବା ବିଦ୍ୟାର୍ଥୀମାନେ ହେଲେ  ଶୃତି ରାଉତ, ସମ୍ୟକ ପୃଷ୍ଟି, ଉପାସନା ପାଣିଗ୍ରାହୀ, ପ୍ରତ୍ୟୁଷ ସେନାପତି, ଆଦିତ୍ୟ ରଞ୍ଜନ ଦାସ, ଲୋପାମୁଦ୍ରା ଜେନା, ଭୁବନାନନ୍ଦ ପାତ୍ର, ରେଣୁବାଳା ଭୋଇ, ନବନୀତା ମାହାକୁଡ, ସିଦ୍ଧେଶ୍ଵର ସାହୁ, ଅମିୟ ରଞ୍ଜନ ସାହୁ, ସମୀକ୍ଷା ଜେନା, ଶୁଭଶ୍ରୀ ବେହେରା, ଅଂଶୁମାନ ପ୍ରଧାନ, ନିଖିଳ ବେହେରା ଶୁଭଶ୍ରୀ ରଥ, ସଲଗ୍ନା ବେହେରା, କାଜଲ ତନୟା ବେହେରା ଏବଂ ଗିରୀଶ ଚନ୍ଦ୍ର ସାହୁ। 

ଦ୍ଵାଦଶ ଶ୍ରେଣୀ ବିଜ୍ଞାନ ଆଇଏସସିରେ ୯୮ଞ୍ଝ ନମ୍ବର ହାସଲ କରିଥିବା ନିଖିଳ ବେହେରାଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ୯୫ ରୁ ୯୭ଞ୍ଝ ନମ୍ବର ହାସଲ କରି ଥିବା ଶୁଭଶ୍ରୀ ରଥ, ସଲଗ୍ନା ବେହେରା, କାଜଲ ତନୟା ବେହେରା ଏବଂ ଗିରୀଶ ଚନ୍ଦ୍ର ସାହୁଙ୍କୁ   ୭ ହଜାର ଟଙ୍କାର ପୁରସ୍କାର ରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଓଡିଶାରେ ଅଷ୍ଟମ ସ୍ଥାନ ହାସଲ କରିଥିବା ଇସ୍ପାତ ବିଦ୍ୟାମନ୍ଦିରର ଅର୍ପିତା ବେହେରାଙ୍କୁ  ୧୦ ହଜାର ଟଙ୍କାର ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ପ୍ରଭାତ କୁମାର ପ୍ରଧାନ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାଜୀବ ଅଗ୍ରୱାଲ ମଞ୍ଚାସୀନ ଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ମୀନାକ୍ଷୀ ପ୍ରଧାନ ଏବଂ ଶ୍ରୀମତୀ ରେଖା ଅଗ୍ରୱାଲ, ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ , ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। 

 

0
0
0
s2sdefault