ହେଡଲାଇନସ୍:

ଗଛ ପଡି ତିନି ବଖରା ଘର ନଷ୍ଟ :ସହାୟତାର ହାତ ବଢାଇଲା ବିଜେପି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଣ୍ଟାମାଳ/ବୌଦ୍ଧ (ବଂଶୀଧର ମାଝୀ/ସିମୁନ୍ ନାଏକ) ;  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ବ୍ଲକର ଦପଲା ସଦର ପଞ୍ଚାୟତ ରେ ଗଛ ପଡି ୩ଟି ଗରୀବ ପରିବାରଙ୍କ ତିନି ବଖରା ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଗତକାଲି ପୂର୍ବାହ୍ନ ଦଶଟା ସମୟରେ ସଦର ଦପଲା ଗ୍ରାମରେ ଏକ ବିରାଟକାୟ ଗଛ ପଡି ଗ୍ରାମର ହର ନାଏକ(୪୫) ଖତୁ କଅଁର(୫୦) ଏବଂ ଦଶରଥ କୁଶଳ(୪୮) ଆଦି ତିନି ଜଣଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ମଧ୍ୟମ ବୟସ୍କା ମହିଳା ତପ ନାଏକ ଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରାଯାଇଛି । କ୍ଷୟକ୍ଷତି ନେଇ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ତହସିଲ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଥିବା ବେଳେ ସନ୍ଧ୍ୟା ସୁଦ୍ଧା କୌଣସି ଅଧିକାରୀ ପହଞ୍ଚି ନଥିବା ଜଣାଯାଇଛି । ଦିନ ତମାମ ବର୍ଷା ଲାଗି ରହିଥିବା ହେତୁ ବିପନ୍ନ ପରିବାରମାନେ ପଡୋଶୀ ଘରେ ଆଶ୍ରୟ ନେଇଥିବା ବେଳେ ଖବର ପାଇ ରାଜ୍ୟ ବିଜେପି କାର୍ଯ୍ୟ କାରୀଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲା ଯୁବ ମୋର୍ଚା ସଭାପତି ଶୁଶାନ୍ତ ବାଘ, ଦୁଇ ନମ୍ବର ଯୋନ ମଣ୍ଡଳ ସଭାପତି ଅନିଲ ପ୍ରଧାନ ଏବଂ ଡମ୍ବରୁଧର କଅଁର ଘଟଣା ସ୍ଥଳ ରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ଙ୍କୁ ସହାୟତା ଭାବରେ ତାରପୋଲିନ ଦେବା ସହ ଗୁରୁତର ହୋଇଥିବା  ତପ ନାଏକ ଙ୍କୁ ଚିକିସôା ପାଇଁ କିଛି ଆର୍ଥôକ ସହାୟତା ପ୍ରଦାନ କରିଥିଲେ । 

0
0
0
s2sdefault