ହେଡଲାଇନସ୍:

ଟ୍ରେନ୍ ଦୁର୍ଘଟଣାରେ ୨ ଗୋଡ଼ ହରାଇଲା ବାପା ମା'ଙ୍କର ରୋଜଗାରିଆ ପୁଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ନିକଟସ୍ଥ ମହିରା ଗ୍ରାମଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ବାପା ମା'ଙ୍କର ରୋଜଗାରୀୟା ପୁଅ ଟ୍ରେନ୍ ଦୁର୍ଘଟଣାରେ ହରାଇଲା ଦୁଇ ଗୋଡ଼ ନାମ ହେଲା ମିଟୁ ସାମଲ l ଗୋଡ଼ ହରାଇଲା ପରେ ଶର୍ଯ୍ୟଶାୟୀ ହେଇଛନ୍ତି ମିଟୁ ସାମଲ l ଗ୍ରାମ ନିକଟରେ ଥିବା ଏକ ମେଲୋଡି ପାର୍ଟିରେ ଗାୟକ ଭାବେ କାମ କରି ରୋଜଗାର କରୁଥିଲେ ସେ l କରୋନା ମହାମାରୀ ଭୟ ଥିବା ଲକଡାଉନ ସମୟରେ ମେଲୋଡି ବନ୍ଦ ହୋଇଯିବାରୁ କିଛି କାମ ଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ଓଡିଶା ଛାଡି ଚାଲିଗଲେ ବେଙ୍ଗାଲୁର l ପ୍ରାୟ ଏକ ବର୍ଷ ସେଠାରେ କାମ କରିଲା ପରେ ଘରକୁ ଆସି ଫୁଣି ନିଜର କର୍ମସ୍ଥଳୀ ବେଙ୍ଗଲୁର ଫେରି ଯାଉଥିଲେ l କିନ୍ତୁ ଫେରିଲା ବାଟରେ କଟକ ରେଳ ଷ୍ଟେସନରେ ଟ୍ରେନ୍ ରେ ଚଢୁଥିବା ସମୟରେ ହାତ ଖସିଯାଇଥିଲା ଓ ତଳେ ପଡି ଯାଇଥିଲେ ମିଟୁ l ଗୁରୁତ୍ତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ହେଲେ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଛନ୍ତି ମିଟୁ l ଘରର ଏକମାତ୍ର ରୋଜଗାରିଆ ପୁଅ ଆକର୍ମଣୀୟ ହୋଇଯିବା ପରେ ଏବେ ବୃଦ୍ଧ ବାପା ମା'ଙ୍କ ପକ୍ଷରେ ଦୁଇ ଓଳି ଓ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି l ପ୍ରଶାସନକୁ ଜଣାଇଲେ କିଛି ସହାୟତା ମିଳିନି ବୋଲି ଅଭିଯୋଗ କରିଛନ୍ତି l ଏମିତି ଅବସ୍ଥାରେ ଗୋଟେ ଶତ୍ରୁ ବି ସହାୟତାର ହାତ ବଢ଼ାଇଥାଏ କିନ୍ତୁ ମିଟୁଙ୍କ ସ୍ତ୍ରୀ ବା ଧର୍ମପତ୍ନୀ ମିଟୁଙ୍କ ଏହି ଦୁଃଖଦ ଅବସ୍ଥାରେ ତାଙ୍କୁ ଛାଡି ଚାଲିଯାଇଛନ୍ତି l ସାତ ଜନ୍ମକୁ ସାଥି ସାଜିଥିବା ସ୍ତ୍ରୀ ମିଟୁଙ୍କ ଗୋଡ଼ କଟିଯିବା ପରେବି ନ ଥିଲେ ତାଙ୍କ ପାଖରେ l ଦୁର୍ଘଟଣାରେ ଗୋଡ଼ ହରାଇ ଦୁର୍ଦଶାରେ ଦିନ କାଟୁଥିବା ମିଟୁକୁ ଗ୍ରାମବାସୀ ଯାହା କିଛି ସାହାର୍ଯ୍ୟ କରିଥିଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି l ପ୍ରଶାସନ ପକ୍ଷରୁ ମିଟୁ ଓ ତାଙ୍କ ପରିବାରକୁ କିଛି ସାହାର୍ଯ୍ୟ ମିଳୁ ବୋଲି ମିଟୁ ଓ ତାଙ୍କ ପରିବାର ସହ ଦାବି କରିଛନ୍ତି ଗ୍ରାମବାସୀମାନେ l

0
0
0
s2sdefault