ହେଡଲାଇନସ୍:

ପଦ୍ମପୁର 213 ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କଲେ ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାପାଙ୍କୁ ମୁଣ୍ଡିଆ ମାରି , ମାଁ ଙ୍କର ଆଶୀର୍ବାଦ ନେଇ ଯାଇଥିଲେ ମତଦାନ କରିବାକୁ

ବରଗଡ :- ପଦ୍ମପୁର ର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ବିୟୋଗ , ପଦ୍ମପୁର ଉପନିର୍ବାଚନ ଘୋଷଣା ଓ ବିଜୁ ଜନତା ଦଳ ତରଫରୁ ବର୍ଷା ସିଂ ବରିହା ଙ୍କୁ ପ୍ରାର୍ଥୀ କରିବା , ପିତାଙ୍କର ମୃତ୍ୟୁ ପରେ ନିଜେ ଗଭୀର ଶୋକ ରେ ଥାଇ ମଧ୍ୟ ନିଜର ଜନ୍ମମାଟି ର ବିକାଶ ପାଇଁ ,ଦିନରାତି ପ୍ରଚାର କରିବା , ଲୋକଙ୍କ ପାଖକୁ ବିକାଶର ବାର୍ତ୍ତା ପହଞ୍ଚାଇବା ପରେ ଆଜି ମତଦାନ ଦିନରେ ସକାଳୁ ବର୍ଷା ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ପହଞ୍ଚିଥିଲେ ମତଦାନ କେନ୍ଦ୍ର କୁ । ସକାଳୁ ପ୍ରଥମେ ନିଜର ସ୍ବର୍ଗତ ପିତା ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କୁ ମୁଣ୍ଡିଆ ମାରିବା ପରେ ନିଜର ମାଁ ଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ରାଜପଡା ସ୍କୁଲ କୁ ମତଦାନ କରିବା ପାଇଁ ଯାଇଥିଲେ । ସାଧାରଣ ଭୋଟର ଭଳି ଲାଇନ ରେ ଛିଡା ହୋଇ ଧାଡିରେ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ମତଦାନ ପରେ ବର୍ଷା କହିଛନ୍ତି ଯେ ଏତେ ଦିନ ପର୍ଯନ୍ତ ମୁଁ ମୋର ବାପା ଙ୍କୁ ଭୋଟ ଦେଇ ଆସୁଥିଲି ଏବେ ନିଜକୁ ଦେଇଛି । ପଦ୍ମପୁର ବାସୀ ବିକାଶ କୁ ଭୋଟ ଦେବେ । ବୋଲି କହିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ।।

0
0
0
s2sdefault