-
319 ବୁଥ , ଦୁଇ ଲକ୍ଷ 57 ହଜାର 474 ଭୋଟର
-
ଛଅ ଗୋଟି ପିଙ୍କ ବୁଥ ସହିତ ପନ୍ଦର ଗୋଟି ଅଦର୍ଶ ମତଦାନ କେନ୍ଦ୍ର
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଆଜି ହେଉଛି ମତଦାନ । ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅକାଳ ବିୟୋଗ ପରେ ପଦ୍ମପୁର ରେ ହେଉଛି ଉପନିର୍ବାଚନ । ଏହିକ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ 319 ଗୋଟି ବୁଥ ରେ ମତଦାନ କାର୍ୟ୍ଯ ଜାରି ରହିଛି ।ନିର୍ଦ୍ଧାରିତ ସକାଳ ସାତ ଘଣ୍ଟା ସମୟରୁ ସୁରୁଖୁରୁରେ ମତଦାନ ଆଗେଇ ଚାଲିଛି । ଏହି ନିର୍ବାଚନ ମଣ୍ଡଳୀରେ ଏକ ଲକ୍ଷ 29 ହଜାର 497 ଜଣ ପୁରୁଷ ମତଦାତା ରହିଥିବା ବେଳେ ଏକ ଲକ୍ଷ 27 ହଜାର 965 ଜଣ ମହିଳା ମତଦାତା ରହିଛନ୍ତି । ଏହିକ୍ରମରେ ପଦ୍ମପୁର ୱାର୍ଡ ନମ୍ବର 8 , ବୁଥ ନମ୍ବର 219 ରେ ସର୍ବାଧିକ 712 ଜଣ ପୁରୁଷ ଓ 718 ଜଣ ମହିଳା , ସମୁଦାୟ 1430 ଜଣ ଭୋଟର ଥିବା ବେଳେ , ଝାରବନ୍ଧ ବ୍ଲକ ଟାମ୍ପର ଗାଁରେ ବୁଥ ନମ୍ବର 64 ରେ ସର୍ବନିମ୍ନ 172 ଜଣ ପୁରୁଷ ସମେତ 177 ଜଣ ମହିଳା , ସମୁଦାୟ 349 ଜଣ ଭୋଟର ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ ଅନେକ ବୁଥ ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ ଥିବା କାରଣ ରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । ଯେକୋଣସି ପ୍ରକାର ର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ପ୍ରବଳ ଶୀତ ସତ୍ୱେ ମତଦାନ କେନ୍ଦ୍ର ମାନଙ୍କରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ମତଦାନ ଶାନ୍ତିପୂର୍ଣ୍ଣ ରହିଛି ।