ହେଡଲାଇନସ୍:

ଆନ୍ତର୍ଜାତୀୟ ସମ୍ମିଳନୀ ସିରିଜ୍ “ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସୋଆ ବିଶ୍ୱ ବିଦ୍ୟାଳୟରେ ଦୁଇଦିନ ଧରି ଆୟୋଜିତ ହୋଇଥିଲା ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ

  • ଭୁବନେଶ୍ୱରର ଲୋକସଭାର ସଦସ୍ୟ ଅପରାଜିତା ଷଢଙ୍ଗି ଉଦ୍ଯାପନୀ ଅଧିବେଶନକୁ କଲେ ସମ୍ବୋଧିତ

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସିରିଜ “ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଅଧିବେଶନକୁ ଭୁବନେଶ୍ୱରର ଲୋକସଭାର ସଦସ୍ୟ ଅପରାଜିତା ଷଢଙ୍ଗି ସମ୍ବୋଧିତ କରିଛନ୍ତି। ଆଜାଦି କା ଅମ୍ରିତ ମହୋତ୍ସବର ଏକ ଅଂଶ ଭାବରେ ଆୟୋଜିତ ଏହି ସମ୍ମିଳନୀରେ ଆଜି ବିଶ୍ୱ ପରିବେଶ ପ୍ରତି ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା କରିବା ପାଇଁ ଭାରତ ଭାବନା ପ୍ରସାର କରିବା ଉଦ୍ଦେଶ୍ୟ ନେଇ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା।
ସାଂପ୍ରତିକ ସମୟରେ ବାୟୁ ପ୍ରଦୂଷଣ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଥିବା ଏକ ମୁଖ୍ୟ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି | ଦେଶରେ ବାୟୁ ଗୁଣବତ୍ତା ଉନ୍ନତି ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ଆଧୁନିକ ବିଜ୍ଞାନ ଏବଂ ପାରମ୍ପାରିକ ଜ୍ଞାନ ସହିତ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ଚିନ୍ତାଧାରାଗୁଡ଼ିକୁ ଏକତ୍ର କରିବା ଆବଶ୍ୟକତା ପରିଲକ୍ଷିତ ହୋଇଛି । ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ଠାରୁ ଆରମ୍ଭ କରି ଭାରତୀୟ ପ୍ରାଚୀନ ଶାସ୍ତ୍ର ଏବଂ ଗ୍ରନ୍ଥଗୁଡ଼ିକରୁ ବାୟୁ ଗୁଣବତ୍ତା ପାଇଁ ରହିଥିବା ସମସ୍ଥ ଉପାଦେୟ ତଥ୍ୟ ଓ ତତ୍ତ୍ୱ ଗୁଡିକଉପରେ ଆଲୋଚନା କରାଯାଇଥିଲା।
ଉଦ୍ଯାପନୀ ଅଭିଭାଷଣରେ ସଂସଦ ଶ୍ରୀମତୀ ଆପରାଜିତା ଷଢଙ୍ଗି କହିଥିଲେ ଯେ "ଦେଶର ବିକାଶରେ ଆଜି ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ସେମାନେ ପ୍ରକୃତି ସହିତ ଅଧିକ ଜଡିତ ହେବା ଆବଶ୍ୟକ ଏବଂ ସେମାନଙ୍କର ଉଦ୍ୟମ ସମସ୍ତଙ୍କ ପାଇଁ ପ୍ରେରଣା ଏବଂ ଉତ୍ସାହର ଉତ୍ସ ହେବ।"
ସାଂସଦ ଶ୍ରୀମତୀ ଷଢଙ୍ଗି ଉଲ୍ଲେଖ କରିଛନ୍ତି ଯେ " ଭାରତ 20 ଡିସେମ୍ବର 2022 ରୁ G20 ର ସଭାପତିତ୍ୱ ଗ୍ରହଣ କରିଛି ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି ଏକ ପ୍ରମୁଖ ପ୍ରସଙ୍ଗ ଯାହା ଜି -20 ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ହେବ | ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଯୁଦ୍ଧକୁ ବିଶ୍ୱକୁ ଆଗେଇ ନେବାପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଭାରତ ଆଡକୁ ଦୃଷ୍ଟି ରଖିଛି ।"
ଏହି ଅବସରରେ ଭାଷଣ ଦେଇ ଶ୍ରୀମତୀ ଷଢଙ୍ଗି କହିଛନ୍ତି ଯେ ଏହି ସମ୍ମିଳନୀରେ ବିଭିନ୍ନ ଆଲୋଚନାଚକ୍ର ମାଧ୍ୟମରେ ବିଭିନ୍ନ ଦିଗ ଉପରେ ବ୍ୟାପକ ଫଳପ୍ରଦ ଆଲୋଚନା ହୋଇଥିଲା | ପରିବେଶ ସୁରକ୍ଷା ଆବଶ୍ୟକତା ଉପରେ ଅଂଶଗ୍ରହଣକାରୀ ତଥା ଜନସାଧାରଣଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମତ ଓ ପ୍ରସ୍ତାବ ମଧ୍ୟ ଉପଲବ୍ଧ ହୋଇଛି । ସମ୍ମିଳନୀରୁ ମିଳିଥିବା ସମ୍ଭାବ୍ୟ ପରାମର୍ଶଗୁଡିକ ତର୍ଜ୍ଜମା କରାଯାଇ ଆଗାମୀ ଦିନରେ କାର୍ଯ୍ୟକାରୀ ମଧ୍ୟ କରାଯାଇପାରେ |
ସେ ବିଶ୍ୱରେ ସନ୍ତୁଳନ ବଜାୟ ରଖିବାର ମହତ୍ତ୍ୱ ଉପରେ ଉଲ୍ଲେଖ କରି କହିଛନ୍ତି ଯେ G20 -2023 ର ଲୋଗୋ ଜୀବନରେ ଭାରତର ଗ୍ରାହାଭିମୁଖୀ ଆଭିମୁଖ୍ୟକୁ ପ୍ରତିଫଳିତ କରିଥାଏ | ଭାରତର ଜି -20 ସଭାପତିୟ ବିଷୟବସ୍ତୁ,ହେଉଛି “ବସୁଧେଇବ କୁଟୁମ୍ବକମ୍”ବା “ସମଗ୍ର ପୃଥିବୀ, ଗୋଟିଏ ପରିବାର | ଗୋଟିଏ ଭବିଷ୍ୟତ ” | ଏହା ପୃଥିବୀର ସୁରକ୍ଷା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଓ ପ୍ରତିବଦ୍ଧତାକୁ ନିଶ୍ଚିତ କରେ | ଏପରି ଏକ ସମୟଚିତ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିବାରୁ ସେ ପରିବେଶ, ଜଙ୍ଗଲ & ଜଳବାୟୁ ପରିବର୍ତ୍ତନ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ଏବଂ ଅନ୍ୟ ସମସ୍ତ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି |
ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ଏ ସମ୍ମିଳନୀ ଅବସରରେ ବାୟୁ ସଂଗଠନ ଏବଂ ପରିବେଶର ବିଭିନ୍ନ ଦିଗ ଉପରେ ସରକାରୀ ସଂଗଠନଗୁଡ଼ିକ ଦ୍ୱାରା ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା | ଏହି ସମ୍ମିଳନୀରେ ବାୟୁ ଗୁଣବତ୍ତା ବିଶେଷଜ୍ଞ, ଛାତ୍ର, ଗବେଷକ ଶିକ୍ଷାବିତ,, ଚେୟାରମ୍ୟାନ୍ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ / ପ୍ରଦୂଷଣ ନିୟନ୍ତ୍ରଣ କମିଟିର ସଦସ୍ୟ ସଚିବ, ବିଭିନ୍ନ ସହରର ମ୍ୟୁନିସିପାଲ କମିଶନର, ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ପରିବେଶ, ଜଙ୍ଗଲ & ଜଳବାୟୁ ପରିବର୍ତ୍ତନ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀମାନେ ଯୋଗ ଦେଇଥିଲେ।

0
0
0
s2sdefault