ହେଡଲାଇନସ୍:

ଦୁର୍ନୀତି ସଚିବାଳୟରେ.. ତାକୁ ଜଗି  ପାରୁନାହାନ୍ତି, ଆଉ ବ୍ଲକ ଆଡୁ ଜଗିବେ କଚୁ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

||ଗାଁ ପରିମଳ ଧୋବା ତୁଠରୁ|| 

ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଦୟନୀୟ ସ୍ଥିତି, ଦେଖିଲେ ଦୟା ଆସିବ 

ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ) ଥାର୍ଡ଼ ଫ୍ଲୋରରେ ମୁଖ୍ୟମନ୍ତ୍ରୀ, ଯିଏ କହିଥିଲେ ସଚିବାଳୟ ଜଗିବେ | ଦ୍ଵିତୀୟ ମହଲା ରେ ମୁଖ୍ୟ ସଚିବ ସାରା ରାଜ୍ୟ ଜଗୁଛନ୍ତି  | ପ୍ରଥମ ମହଲାରେ ପୂର୍ତ୍ତ ସଚିବ , ଯିଏ କି ପୂର୍ତ୍ତ ବିଭାଗ ଜଗୁଛନ୍ତି | ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ...ଯାହାକି ମୁଖ୍ୟ ସଚିବଙ୍କ ନାକତଳେ, ଆଉ ଯାହାକି ମାତ୍ର ଗୋଟିଏ ମହଲା ଉପରେ, ସେଠି ହେଉଥିବା ଅନିୟମିତତା ତଥା ଦୁର୍ନିତୀର ଟେର ପାଇଁ ପାରୁନାହାନ୍ତି  ପ୍ରଥମ ମହଲାରେ ବସିଥିବା ପୂର୍ତ୍ତ ସଚିବ  | ସଚିବାଳୟ ଦାୟିତ୍ୱରେ ଥିବା ଯନ୍ତ୍ରୀ ଆଉ ଠିକାଦାର ଖୋଦ ସଚିବାଳୟ ଭିତରେ ପୂର୍ତ୍ତ ସଚିବାକୁ ଚୂନ ମାରି ଦେଉଛନ୍ତି | ଆଉ ରାଜ୍ୟ କଥା କିଏ ପଚାରେ | ହେଲେ ଖୋଦ ସଚିବାଳୟର ଯନ୍ତ୍ରୀ ଠିକାଦାରଙ୍କୁ ଜଗି ହେଉନି ଯେତେବେଳେ ବ୍ଲକ ପଂଚାୟତରେ ଦୁର୍ନୀତି ଜଗିବେ କଚୁ | 

ଆମେ ଯାହା କହିବାକୁ ଯାଉଛୁ, ତାହା ଅତି ଛୋଟିଆ କଥାଟିଏ | ହେଲେ ଛୋଟ କଥା ସିନା, ସରକାରଙ୍କ ଭେକକୁ ପଦାରେ ପକାଇ ଦେଉଛି |   ସଚିବାଳୟ ପରିସରରେ କୋଠା, ରାସ୍ତା, ଇନ,ଗ୍ୟାରେଜ, କ୍ୟାଂଟିନ, ଅଧିକାରୀଙ୍କ ପ୍ରକୋଷ୍ଠ  ସବୁର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ବ୍ୟୟ ହେଉଥିବାବେଳେ, ମୁଖ୍ୟ ଶାସନ ସଚିବଙ୍କ କୋରିଡରରେ ସର୍ବଭାରତୀୟ ସେବାଅଧିକାରୀଙ୍କ କାମ ହେଉଥିବା ସର୍ଭିସେସ୍ ଶାଖା ଅତିବ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ କାମ କରୁଥିବାର ନଜରକୁ ଆସିଛି  । କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅବଗତ କରୁଥିଲେ ହେଁ, କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । 

ଖବରରୁ ପ୍ରକାଶ ଯେ, ସାଧାରଣ ପ୍ରଶାସନ ବିଭାଗର ସର୍ଭିସେସ୍-୧ ଶାଖା ଯେଉଁଠି ସର୍ବଭାରତୀୟ ସେବା ଅଧିକାରୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, ତାହା ମୁଖ୍ୟ ଶାସନ ସଚିବଙ୍କ ଦପ୍ତରର କୋରିଡରରେ ଅବସ୍ଥିତ । ଅବସ୍ଥିତି ଅନୁଯାୟୀ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏ ମହଲାରେ ଥିବା ସମସ୍ତ ପ୍ରକୋଷ୍ଠକୁ ମରାମତି ଓ ସୌନ୍ଦର୍ଯ୍ୟକରଣରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ, ଏ ଶାଖାକୁ ଅବହେଳା କରାଯାଇଛି । ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ସମ୍ପୃକ୍ତ ମନ୍ତ୍ରୀ ବିଭାଗ ଅବହେଳା କରି ଆସିଛନ୍ତି ।

ଶାଖା ଭିତରେ କୁଢ଼କୁଢ଼ ମଇଳା । କାହିଁ କେଉଁ କାଳରୁ ଏଠାରେ ଝାଡୁ ବାଜିନାହିଁ । ପୁରୁଣା ଓ ଜୀବନ୍ତ ବିଡିଓର  ତାର ଝୁଲି ରହିଛି କାନ୍ଥରେ  । ଝରକାରେ ପରଦା ନାହିଁ କି, ଛାତରେ ଆବଶ୍ୟକ ମୁତାବକ ଆଲୋକର ବ୍ୟବସ୍ଥା ନାହିଁ  । ପଙ୍ଖାରେ ରେଗୁଲେଟର ନାହିଁ  । ସେ ବୁଲୁଛି ମନଇଚ୍ଛା  । କର୍ମଚାରୀଙ୍କ ପାଇଁ ପଡ଼ିଛି ଅତି ନିମ୍ନମାନର ଟେବୁଲ । ବସିବାକୁ ଦିଆଯାଇଛି ଭଙ୍ଗା ଚୌକି । କେହି ଜଣେ ଅତିଥି ଆସିଲେ ବସିବାକୁ ଦେବାକୁ ଭଲ ଚୌକି ଟିଏ ନାହିଁ । ଶାଖାର ଜନୈକ ଉପବିଭାଗ ଅଧିକାରୀଙ୍କ କହିବାନୁଯାୟୀ ଏ ପାକସ୍ଥର  ମରାମତି, ଟେବୁଲ, ଚୌକି, ଆଲୋକ ସଜ୍ଜା ପ୍ରଭୃତି ପାଇଁ ୫ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା  । ସେଥିପାଇଁ ଠିକାଦାର ମଧ୍ୟ ନିଯୁକ୍ତ କରାଯାଇଥିଲା । କିନ୍ତୁ ସମ୍ପୃକ୍ତ ଯନ୍ତ୍ରୀଙ୍କ ପରିଚାଳନା ଅଭାବରୁ ମାତ୍ର ୬ଖଣ୍ଡ ନିମମ୍ନାନର ଟେବୁଲ ଥୋଇ ଦେଇ ଠିକାଦାର ଉଭାନ ହୋଇଗଲା  । ପ୍ରକୋଷ୍ଠ  ଅଧପନ୍ତରିଆ ହୋଇ ପଡି ରହିଲା । ନା ବସିବାର ସୁବିଧା, ନା ଆଲୋକ ଅଛି । ସେହି ଦିନଠାରୁ ଠିକାଦାର ବା ଯନ୍ତ୍ରୀଙ୍କର ଦେଖାନାହିଁ  । ବିଭାଗୀୟ  ଅଧିକାରୀ ମଧ୍ୟ ଚୁପ୍ । ଅଶାନ୍ତି ମଧ୍ୟରେ ଦିନ କାଟୁଛନ୍ତି କର୍ମଚାରୀ  । 

ଏହାରି ଉପରେ ପୂର୍ତ୍ତ ସଚିବ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି | ଦାଇତ୍ୱହୀନ ଯନ୍ତ୍ରୀ ଓ ଠିକାଦାରଙ୍କୁ ତାଗିଦ କରିବେ ବୋଲି ଆଶା କରାଯାଉଛି |

0
0
0
s2sdefault