ହେଡଲାଇନସ୍:

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଜଗତସିଂହପୁର ପୋକସୋ କୋର୍ଟ ଶୁଣାଇଲେ ଯୁଗାନ୍ତକାରୀ ରାୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର / ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋସ୍କୋ କୋର୍ଟର ଐତିହାସିକ ରାୟ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଣାଇଲେ ଯୁଗାନ୍ତକାରୀ ରାୟ । ତିର୍ତ୍ତୋଲ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗରେ ୪ ଜଣ ଆସାମୀଙ୍କ ବିଚାର କରି ୨ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଆଉ ୨ ଜଣଙ୍କୁ ନିର୍ଦୋସରେ ଖଲାସ କରିଛନ୍ତି । ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିସ୍ନାନନ୍ଦପୁର ଅଞ୍ଚଳରେ ୨୦୧୪ ମସିହାରେ ଏକ ୮ ବର୍ଷୀୟା ନାବାଳିକା ନିଜ ଘରପାଖ ଦୋକାନରୁ ଚକଲେଟ ନେଇ ଫେରୁଥିବାବେଳେ ଅଭିଯୁକ୍ତମାନେ ଟେକି ନେଇ ଦୁଷ୍କର୍ମ ଓ ହତ୍ୟା କରିଥିଲେ । ଏଥିନେଇ ପୋଲିସ ପକ୍ଷରୁ 302 ,376 ,376(D) ଆଦି ଦଫାରେ ଦୀର୍ଘ 8 ବର୍ଷ ଧରି କେଶ ଚାଲିଥିଲା ଯାହାର ଆଜି ଏହାର ଶୁଣାଣି କରାଯାଇ 2 ଜଣଙ୍କୁ ମୃତ୍ୟ ଦଣ୍ଡରେ ଦଣ୍ଡିତ କରାଯାଇଛି ଓ ଦୁଇ ଜଣଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।ଆସିଫ ଓ ଅକିଲ ନାମକ ଦୁଇ ଅଭିଯୁକ୍ତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ ସେକ କରିମ ଓ ସେକ ଆବିଦ ନିର୍ଦୋଷରେ ଖଲାସ ହୋଇଛନ୍ତି । ସରକାରୀ ଓକିଲ ଭାବେ ବରିଷ୍ଠ ଓକିଲ ଦୋଳଗୋବିନ୍ଦ ଦାସ କେଶ ପରିଚାଳନା କରୁଥିଲେ ।

0
0
0
s2sdefault