ହେଡଲାଇନସ୍:

ଅଫିସରଙ୍କୁ କଳିକେଶଙ୍କ ପ୍ରଶ୍ନ : ସରକାର ଆପଣମାନଙ୍କୁ ସବୁ କ୍ଷମତା ଦେଇଥିବା ବେଳେ ଆଉ କି ସ୍ୱାଧୀନତା ଦରକାର ???

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋୟର ସୁକତେଲ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ଅଫିସରଙ୍କୁ ସାଂସଦଙ୍କ ତାଗିଦ, ଗାଁର ସମସ୍ୟା ଗାଁକୁ ଯାଇ ତୁଟାଅ 

ବଲାଙ୍ଗୀର/ନିରୋଜ ମିଶ୍ର : ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ପ୍ରକଳ୍ପ କାମର ଅଗ୍ରଗତିକୁ ନେଇ ସାଂସଦ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସମିକ୍ଷା ବୈଠକରେ ପ୍ରକଳ୍ପକୁ ନେଇ ବିଭିନ୍ନ ସମସ୍ୟା ଉପରେ  ଆଲୋଚନା କରିଛନ୍ତି । ଏହି ବୈଠକରେ ପ୍ରକଳ୍ପରେ ବିସ୍ଥାପିତମାନଙ୍କୁ କେତେ ପରିମାଣର କ୍ଷତି ପୁରଣ ଏବଂ କେତେ ଜଣକୁ ଥଇଥାନ କରାଯାଇଛି ସେ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରକଳ୍ପ ମୂଖ୍ୟ ନିର୍ମାଣ  ଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତ ପକଲ୍ପ ବିଷୟରେ ସବିଶେଷ ବିବରଣି ଉପସ୍ଥାପନ କରିଥିଲେ । ସମୀକ୍ଷା  ସମୟରେ ଖୁଟପାଲି, ସାନ ତେଲେନ ପାଲି, ଚୁଡାପାଲି, ରୁଣ୍ଡି ମୁହାଣ, ଗର୍ଜନ, କଙ୍କରା, ସଂସଲ, ଉଚବାହାଲ, ଖପସା ବାହାଲ, ଢୁଲୁସର, ପରଧିଆପାଲି ଗ୍ରାମମାନଙ୍କରେ ଦେଖାଦେଇଥିବା ବିସ୍ଥାପନ  ଉପରେ ଗୁରତ୍ତ୍ୱ ଦେଇଥିଲେ । କ୍ଷତିପୁରଣ ଓ ବିସ୍ଥାପନ ଭିତରେ ଯେଉଁ ସବୁ ସମସ୍ୟା ଗୁଡିକ ରହିଛି ସେ ସବୁକୁ ସେହି ଗାଁ ରେ ସମାଧାନ କରିବା ପାଇଁ ସ୍ୱତନ୍ତ୍ର ଭୁଅର୍ଜନ ଅଧରକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାର ଅଧିକାରୀମାନଙ୍କୁ ସବୁ କ୍ଷମତା ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କୁ  ଆଉ କି ପ୍ରକାର ସ୍ୱାଧୀନତା ଦରକାର ବୋଲି ପ୍ରଶ୍ନ କରିଥିଲେ । ବିସ୍ଥାପିତମାନଙ୍କୁ କ୍ଷତି ପୁରଣ ଏବଂ ଥଇଥାନ କାର୍ଯ୍ୟ ଶିଘ୍ର ହେଲେ ସବୁ ଅସୁବିଧାର ସମାଧାନ ହୋଇଯିବ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ କରିଥିଲେ । ୨୦୧୩ ଜମି ଅଧିଗ୍ରହଣ ଆଇନକୁ ନେଇ ଲାଗି ରହିଥିବା ବିବାଦକୁ ତୁନନ୍ତ ସମାଧାନ କରିବାପାଇଁ ସାଂସଦ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ରବିନ୍ଦ୍ର କୁମାର ସାହୁ, ପ୍ରକଳ୍ପ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତ, ଡ୍ୟାମ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବିଭୁତି ଭୁଷଣ ଦାସ, ରାଇଟ କେନାଲ ନିର୍ବାହୀ ଯନ୍ତ୍ରୀ ସଂଜିବ ତ୍ରୀପାଠୀ , ଲେପ୍ଟ କେନାଲ ଡିଭିଜନର ପ୍ରମୋଦ ନାଏକ, ବୁଡି ଅଞ୍ଚଳ ଅଗ୍ରଗାମୀ ସଂଘର ସଭାପତି ଉପେନ୍ଦ୍ର ସାହୁ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ସାଂସଦଙ୍କ ପ୍ରତିନିଧି ପ୍ରଦ୍ୟୁମ୍ନ ହୋତା ପ୍ରମୁଖ ଏହି ସମିକ୍ଷା ବୈଠକରେ ଉପସ୍ଥିତ ଥିଲେ । 

0
0
0
s2sdefault