ହେଡଲାଇନସ୍:

ପୂର୍ବତଟ ରେଳପଥର ଉପମୁଖ୍ୟ ପରିଚାଳନା ପ୍ରବନ୍ଧକଙ୍କ ପାରଳା ରେଳଷ୍ଟେସନ ପରିଦର୍ଶନ ଓ ଅନୁଧ୍ୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳପଥର ଉପମୁଖ୍ୟ ପରିଚାଳନା ପ୍ରବନ୍ଧକ ଶ୍ରୀ ଦିଲିପ ରଞ୍ଜନ  ପାଳ ସମେତ ଅନ୍ୟାନ୍ୟ ୪ଜଣ ଅଧିକାରୀ ଆଜି ପାରଲାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନରେ ଆସି ଷ୍ଟେସନର ଭିତ୍ତିମୁଖୀ ଓ ମୌଳିକ ସମସ୍ୟା ଗୁଡିକ ଅନୁଧ୍ୟାନ କରିଥିଲେ ।
ପାରଳାଖେମୁଣ୍ଡି ରେଳଷ୍ଟେସନ ଗତ କିଛି ବର୍ଷ ହେଲା ବିଭିନ୍ନ ମୌଳିକ ସମସ୍ୟା ଗୁଡିକ ଦେଇ ଗତି କରୁଛି । ଏହି ସବୁ ସମସ୍ୟା ଗୁଡିକ ଉପରେ ବିଭିନ୍ନ ସମୟ ଗୁଡିକ ଉପରେ ବିଭିନ୍ନ ସମୟରେ ସାମ୍ୱାଦିକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳ ବିଭାଗ ଅଧିକାରୀମାନଙ୍କୁ ମଧ୍ୟ ଅବଗତ କରାଯାଉଥିଲା । ରେଳଷ୍ଟେସନ ପରିଦର୍ଶନ ବେଳେ ଉପମୁଖ୍ୟ ପରିଚାଳନା ପ୍ରବନ୍ଧକ ଶ୍ରୀ ପାଲ ଷ୍ଟେସନ କାର୍ଯ୍ୟାଳୟ ଓ ଷ୍ଟେସନ ଅବସ୍ଥା ସହ ପ୍ଲାଟଫାର୍ମ ଓ ତା ଉଚ୍ଚତା, ବିଜୁଳି, ପାନୀୟ ଯୋଗାଣ, ଶୌଚାଳୟ, ପରିଷ୍କାର ପରିଛନ୍ନତା ଏବଂ ରାଜସ୍ୱ ଆଦାୟ ପ୍ରଭୃତି ତନ୍ନତନ୍ନ ଅନୁଧ୍ୟାନ କରିଥିଲେ ।
    ଏଠାରେ ସୂଚନାଯୋଗ୍ୟ ଯେ  ନୌପଡା ଗୁଣପୁର ଭାୟା ପାରଳାଖେମୁଣ୍ଡି ରେଲ ପଥରେ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ଚାରିଜୋଡା ରେଳ ଚଳାଚଳ କରୁଛି । ସେ ସବୁ ହେଲା-ରାଉଲକେଲା-ଗୁଣୁପୁର-ରାଉରକେଲା, ପୁରୀ-ଗୁଣୁପୁର-ପୁରୀ, ବିଶାଖାପାଟଣା ଏବଂ ଗୁଣୁପରୁ-ପଲାସା ଗୁଣପୁର ଚଳାଚଳ କରିବା ସହ ପାରଳାଖେମୁଣ୍ଡି ଓ ଗୁଣୁପୁର ଷ୍ଟେସନ ମାନ୍ୟତା  ଦିଆଯାଇ ଷ୍ଟେସନ ମାଷ୍ଟର ଓ ଅନ୍ୟାନ୍ୟ ଅତିରିକ୍ତ କର୍ମଚାରୀ ନିଯୁକ୍ତ କରାଯାଇଛି, ହେଲେ ମଧ୍ୟ ବିଶାଖାପାଟଣା ରେଳ ମଣ୍ଡଳର ଏହି ରେଳପଥ ଉନ୍ନତି ଦିଗରେ ବୈମାତୃକ ମନୋଭାବ ଯୋଗୁଁ ବର୍ତ୍ତମାନ ସୁଦ୍ଦା ଏହି ରେଳପଥରେ ରେଳ ଚଳାଚଳ ହୋଇ ପ୍ରାୟ ୮ ବର୍ଷ ବିତିଯାଇଥିଲେ ମଧ୍ୟ ରେଳ ପଥ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଯେହେତୁ ଏହି ରେଳ ପଥ ବିଶାଖାପାଟଣା ରେଳ ମଣ୍ଡଳ ଅଧିନରେ ରହିଛି ।
    ଏହି ପରିପ୍ରେକ୍ଷୀରେ ପାରଳାରେଳଷ୍ଟେସନର ବିଭିନ୍ନ ସମସ୍ୟା ଉପରେ ଆସିଥିବା ଉପମୁଖ୍ୟ ପରିଚାଳନା ପ୍ରବନ୍ଧକ ଶ୍ରୀ ପାଲଙ୍କ ସହ ଆଲୋଚନା କରି ନୌପଡା ଠାରେ କୌଣାର୍କ ଏକ୍‍ସପ୍ରେସର ରହଣୀ, ପଲାସାଠାରେ ଭୁବନେଶ୍ୱର-ରାମେଶ୍ୱର ଟ୍ରେନର ରହଣୀ,ଭୁବନେଶ୍ୱର-ପଲାସା ୨ୟ ଡିଏମୟୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଗୁଣୁପୁର-ରାଉରକେଲା ଟ୍ରେନ ଗୁଣୁପୁର ଠାରୁ ଅପରାହ୍ନ ୪ଟାରେ ଛାଡିବା ଦାବୀ କରି ପାରଳାଖେମୁଣ୍ଡି ପ୍ଲାଟଫାର୍ମର ଉଚ୍ଚତା ବୃଦ୍ଧି ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମୀର ଉନ୍ନତି ପାଇଁ ଅନୁରୋଧ କରାଯାଇଥିଲା ।
    ଉପମୁଖ୍ୟ ପରିଚାଳନା ପ୍ରବନ୍ଧକ ଶ୍ରୀ ପାଲ ଦାବୀ ଗୁଡିକ ଯଥାର୍ଥ ବୋଲି କହି ପର୍ଯ୍ୟାୟ କ୍ରମେ ସମସ୍ତ ଦାବୀ ଉପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

0
0
0
s2sdefault