ହେଡଲାଇନସ୍:

ଅଟଳଜୀ ଅମର ରହେ ଧ୍ୱନିରେ କମ୍ପିଲା ସହର :  ଟାଉନ ହଲରେ ଅଟଳ ବିହାରୀ ବାଜପେୟୀଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ)  - ଆଜି ଅଟଳ ବିହାରୀ ବାଜପେୟୀ ସ୍ମୃତି ସଂସଦ ପକ୍ଷରୁ ତାଙ୍କ ଏକାଦଶାହ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଠାରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ସକାଳେ ସାଳନ୍ଦୀ ନଦୀର ରାଜଘାଟ ଠାରେ ଭାଷ୍କର ସାହୁ ଏବଂ  ଶରତ ପଢିଆରୀଙ୍କ ନେତୃତ୍ୱରେ ତିଳତର୍ପଣ କରାଯାଇଥିଲା । ପରେ ଅଟଳଜୀଙ୍କ ଅସ୍ଥିକଳସକୁ ବାଇପାସ୍ ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପ୍ରତିମୂନିକଟରୁ ‘ଅଟଳଜୀ ଅମର ରହେ’ ଧ୍ୱନି ଦେଇ ଏକ ବିଶାଳ ଶୋଭାଯାତ୍ରା ଡାକ୍ତର ପ୍ରଦିପ ନାୟକଙ୍କ ନେତୃତ୍ୱରେ ବିଦ୍ୟାଧର ସାହୁ, ପ୍ରଭାତ ଜେନା, ସୁରେଶ ସାମଲ, ମନସ୍ମିତା ଖୁଣ୍ଟିଆ, ତପନ ମହାନ୍ତି, ଅମ୍ବିକା ଦାସ ପ୍ରମୁଖଙ୍କ ପରିଚାଳନାରେ ହଜାର ହଜାର ଶ୍ରଦ୍ଧାଳୁ ସହିତ ଶହୀଦ ସ୍ମୃତି ଭବନ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ଚରଣ ସେଠୀଙ୍କ ପୌରୋହିତ୍ୟ ଏବଂ ବିଜେପି ଜିଲ୍ଳା ସଭାପତି ବଦ୍ରି ନାରାୟଣ ଧଳଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ  ହୋଇଥିଲା । ଏହି ସଭାକୁ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଡ. ବ୍ରଜମୋହନ ମିଶ୍ର, ମହମ୍ମଦ ଅବଦୁଲ ବାରୀ, ଅଭୟ ଦ୍ୱିବେଦୀ, ଡାକ୍ତର ହରିହର ନାୟକ, ଡାକ୍ତର ପ୍ରଦିପ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରଦିପ ଜାଳି ଉଦ୍ଘାଟନ କରିଥିଲେ । ଅଟଳ ବିହାରୀ ବାଜପେୟୀ ଜଣେ ରାଷ୍ଟ୍ରଭକ୍ତ ଜନନାୟକ, କବି, ପ୍ରବୀଣ ରାଜନୀତିଜ୍ଞ, ସର୍ବୋପରି ସେ  ଜଣେ ଉଦାର ମଣିଷ ଥିଲେ । ରାଜନୀତି କ୍ଷେତ୍ରରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ଗ୍ରହଣ କରିବା ସହ କାରଗିଲ ଯୁଦ୍ଧରେ ବିଜୟୀ ହେବା ଏବଂ ପୋଖରାନରେ ପରମାଣୁ ଅସ୍ତ୍ର ପରୀକ୍ଷା କରି ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରି ଦେଇଥିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସର୍ବଶିକ୍ଷା ଅଭିଯାନ, ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା, ନଦୀ ସଂଯୋଗୀକରଣ, ଅନ୍ତେ୍ୟାଦୟ ଓ ଅନ୍ନପୂର୍ଣ୍ଣା ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା ଭଳି ବହୁ ଜନ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଥିଲେ । ତାଙ୍କ ଅବର୍ତ୍ତମାନରେ ଦଳମତ, ବର୍ଣ୍ଣ ନିର୍ବିଶେଷରେ ଦେଶର ଅଗଣିତ ଜନସାଧାରଣ ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ବ୍ୟକ୍ତିତ୍ୱ ଓ ଦୃଢ ନେତୃତ୍ୱ ସବୁଦିନ ପାଇଁ ଦେଶବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ପ୍ରାକ୍ତନ ବିଧାୟକ ନରେନ ପଲେଇ, ବିଜୁ ଶ୍ରମିକ ସାମ୍ମୁଖ୍ୟ ଜିଲ୍ଳା ସଭାପତି ଅଜୟ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ଅବସରପ୍ରାପ୍ତ ଶିକ୍ଷକ ଶାନ୍ତନୁ ରାଉତ, ସମାଜସେବୀ ସୁଧାକର ରାଉତ, ଅଶୋକ ଦାସ, ରାଧାକାନ୍ତ ସାମଲ, ଯୋଗୀ ଘଡେଇ, ଅଶୋକ ମହାନ୍ତି, ଡ. ରାଧା ବିନୋଦ ନାୟକ, ମାନସ ମହାନ୍ତି, ବନମାଳୀ ଜେନା, ରୁକ୍ମିଣୀ ଦାସ, କଳ୍ପନା ଜେନା, ସ୍ୱର୍ଣ୍ଣଲତା ନାୟକ, ପ୍ରମୋଦ ରାୟ ପ୍ରମୁଖ ବକ୍ତବ୍ୟ ରଖିଥଲେ । ଏହି ସଭାରେ ଅଟଳଜୀଙ୍କ ସ୍ମୃତିରେ ଦୁଇଗୋଟି ପୁସ୍ତକ ବିଷ୍ଣୁ ସେଠୀଙ୍କ ସମ୍ପାଦିତ ପୁସ୍ତକ ‘କେବଳ ଅଟଳ’ ଓ ଅଟଜୀଙ୍କ କବିତାର ଓଡିଆ ଅନୁବାଦ ପ୍ରକାଶ ମହାପାତ୍ରଙ୍କ ‘ଅଟଳଙ୍କ ଅମର କବିତା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଉପଲକ୍ଷେ ପୂର୍ବରୁ ବିକାଶ ଶ୍ରେଷ୍ଠଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଏବଂ ସ୍ୱାଧୀନ ସୁନ୍ଦର ଦାସଙ୍କ ନେତୃତ୍ୱରେ ଆୟୋଜିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ପରେ ଅଟଳଜୀଙ୍କ ଅସ୍ଥି କଳସକୁ ଜିଲ୍ଳାର ସମସ୍ତ ବିଧାନସଭା କ୍ଷେତ୍ରରେ ଥିବା ନଦୀରେ ବିସର୍ଜନ କରିବା ପାଇଁ ସଂସଦର କର୍ମକର୍ତ୍ତାଙ୍କୁ ଅର୍ପଣ କରାଯାଇଥିଲା ।    

0
0
0
s2sdefault