ହେଡଲାଇନସ୍:

ଖୋଲା ଶୌଚମୁକ୍ତ ୱାର୍ଡ  ଘୋଷିତ ହେଲା ୧୩ ନ ୱାର୍ଡ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳା ପୌର ପରିଷଦ ଅଧିନସ୍ଥ ବୃହତ ଵାର୍ଡ ଭାବେ ପରିଚିତ ୧୩ ନମ୍ୱର ଵାର୍ଡ ଆଜି ଖୋଲା ଶୌଚମୁକ୍ତ ଵାର୍ଡ ଭାବେ ଘୋଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଵାର୍ଡବାସୀଙ୍କୁ  ନେଇ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦ କାର୍ଯ୍ୟାଳୟର ବରିଷ୍ଠ କର ସଂଗ୍ରାହକ ପ୍ରଦୀପ କୁମାର ଲିମାଙ୍କ ସଭାପତିତ୍ୱରେ ବିଧାୟକ ପ୍ରତିନିଧି ଶ୍ରୀ  କେ.ରାମସ୍ୱାମୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଖୋଲା ଶୌଚମୁକ୍ତ  ଵାର୍ଡ ଘୋଷଣା କରିଥିଲେ ।

ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛତା ମନୋଭାବ ନିଜ ମଧ୍ୟରେ ଜାଗ୍ରତ ହୋଇପାରିଲେ ପରିବେଷ ପରିମଳ ସଫାସୁତରା ରହି ଏକ ସୁସ୍ଥ ଜୀବନ ବିତାଇ ହେବ । ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ସ୍ୱଚ୍ଛତାର ଆବଶ୍ୟକତା ରହିଥିବା ଉପରେ  କହି ପରିବେଶ ଚତୁପାର୍ଶ୍ୱ ସଫାସୁତରା ରଖିବା ପାଇଖାନା ନିତି ବ୍ୟବହାର କରିବା, ଅଳିଆ ଏଣେତେଣେ ନପକାଇବା, ମନସ୍ୱଚ୍ଛ ରଖିବା ଭଳି ପରିବେଶ ସ୍ୱଚ୍ଛ ରଖିବା ପ୍ରଭୃତି ହେଲେ ହିଁ ଏକ ସୁସ୍ଥ ତଥା ନିରୋଗ ସମାଜ ଗଠନ କରିହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ କୁମାରୀ ନନ୍ଦ ଏବଂ ଵାର୍ଡ ସଭ୍ୟା ଏ.ମଞ୍ଜୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛତା ତଥା ପରିବେଶ ସଫାସୁତରା ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ ।ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ସମେତ ଵାର୍ଡର ଶତାଧିକ ମହିଳା, ପୁରୁଷ, ସଚେତନତା ମୂଳକ ବିଭିନ୍ନ ପ୍ଲାକାର୍ଡ ମାନ ଧରି ସମଗ୍ର ଵାର୍ଡ ପଦଯାତ୍ରା କରି ଵାର୍ଡବାସୀଙ୍କୁ ସଚେତନ କରାଇଥିଲେ ।

ଏତଦ୍‍ ବ୍ୟତୀତ ସଚେତନତା ସଭା କାର୍ଯ୍ୟକ୍ରମରେ ନିଜ ଵାର୍ଡକୁ ସମ୍ପୁର୍ଣ୍ଣ ଖୋଲା ଶୌଚମୁକ୍ତ ଵାର୍ଡ ଭାବେ ସବୁଦିନ ପାଇଁ ବଜାୟ ରଖିବା ଦିଗରେ ଉପସ୍ଥିତ ସମସ୍ତଙ୍କୁ ପରିମଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଶପଥ ପାଠ କରାଯାଇଥିଲା ପାରଳାଖେମୁଣ୍ଡି ସ୍ଥିତ ଗୌରହରି ପରିଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭା ଗୃହ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault