ହେଡଲାଇନସ୍:

ପାରଳାଖେମୁଣ୍ଡିରେ ଝୁଲଣ ଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ କରଣସାହି ସ୍ଥିତ ନୃସିଂହନାଥ ମନ୍ଦିର (ସାନରାଧାକାନ୍ତ ମଠ) ଠାରେ ଦୀର୍ଘ ୬ଦିନ ଧରି ଚାଲିବାକୁ ଥିବା ଝୁଲଣଯାତ୍ରା ଆଜି ପଞ୍ଚମ ଦିନରେ ଭକ୍ତଙ୍କ ସମାଗମହୋଇଥିଲା । ବାଦ୍ୟ,ଘଣ୍ଟ,ଶଂଙ୍ଖ ହୁଳହୁଳି ସହ  ଶ୍ରୀନୃସିଂହନାଥ, ରାଧାକୃଷ୍ଣଙ୍କୁ ଝୁଲଣ ମଣ୍ଡପକୁ ଅଣାଯାଇ ସୁସଜ୍ଜିତ ଦୋଳିରେ ବସାଯାଇ ସେଠାରେ ମହନ୍ତ ମଦନମହାରାଜ ପୂଜାର୍ଚ୍ଚନା କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲଳିତ ମୋହନ ଦାସଙ୍କ ଦ୍ୱାରା ଦାସକାଠିଆ ଓ ଆଖପାଖ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ଦଳ ମାନଙ୍କ ଦ୍ୱାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ହୋଇଥାଏ । ଏହି ଝୁଲଣଯାତ୍ରା ଦେଖିବାକୁ ପାରଳା ସହର ସମେତ ଆଖପାଖ ଅଞ୍ଚଳରୁ ଭକ୍ତମାନେ ଆସି ଝୁୁଲଣଯାତ୍ରା ଦେଖିବା ସହ  ସଂକୀର୍ତ୍ତନ ଓ ଦାସକାଠିଆ ଦେଖୁଥିଲେ ।

0
0
0
s2sdefault