ହେଡଲାଇନସ୍:

ଏଇତ ବିକାଶର ଜ୍ୱଳନ୍ତ ସ୍ୱରୂପ, ରାସ୍ତା ନାହିଁ ବାକି କଥା ଛାଡ:   ଟାଟା କରୁନି କି ସରକାର କରୁନାହାନ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 କାଳିଆପାଣିରୁ ଦୟାନିଧି ମହାନ୍ତ : ସୁକିନ୍ଦା କ୍ରୋମାଇଟ ମାଇନିଂ ଟାଟା ଷ୍ଟିଲ ଏବଂ କାଳିଆପାଣ ମାଇନିଂ କ୍ୟାମ୍ପ ଠାରୁ ମାତ୍ର ଦେଢ଼ କି ମି. ଦୂରରେ ଗୋଡି ସାହି ଗୋଟିଏ ଛୋଟିଆ ଗାଁ | ଏହା କଙ୍କଡା ହାଡ ବ୍ଲକ ର ମରୁଆ ବିଲ ଗ୍ରାମ ପଂଚାୟତ ରେ ଯାଏ l ଏହି ଗାଁରେ ପ୍ରାୟ 50  ରୁ ଅଧିକ ପରିବାର ବସବାସ କରୁଅଛନ୍ତି l ଟାଟା ମାଇନିଂ ଖୁବ ନିକଟରେ ଥିବା ଯୋଗୁଁ ଏହି ଗାଁ ର ଲୋକମାନେ ମାଇନିଂ ଏବଂ ମାଇନିଂ ବଜାର ଉପରେ ନିର୍ଭର କରି ଚଳନ୍ତି l   

ଏହି ଗାଁ କୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ରାସ୍ତା ଯାହାକି ଏହି ଗାଁ ର ଲୋକମାନେ ନିଜେ ନିଜେ ତିଆରି କରି ଅଛନ୍ତି l ଏହି ରାସ୍ତା ର ଦୁଇ ମୁଣ୍ଡରେ ଦୁଇ ଜିଲ୍ଲା l ବର୍ଷା ଦିନରେ ଏହି ରାସ୍ତାରେ ଆମ୍ବୁଲାନ୍ସ କିମ୍ବା କୌଣସି ଚାରି ଚାକିଆ ଗାଡି ଯିବା ଭାରି କଷ୍ଟ l ଏବେ ବି ଏହି ଗାଁ ର କେହି ରୋଗ ବ୍ୟାଧିରେ ପଡିଲେ ଲୋକମାନେ ଆଜିକାଲି ମଧ୍ୟ୍ୟ ବଳଦ ଗାଡି କିମ୍ବା ଦୁଇ ଚକିଆ ଯାନ ରେ ଟାଟା ମେଡିକାଲକୁ ନେବା ଆଣିବା କରନ୍ତି l ଏବେ ରାସ୍ତାର ଅବସ୍ଥା ଏତେ ଶୋଚନୀୟ   ଯେ ଗାଁ ର ଲୋକମାନେ ନିଜର କାମ ଧନ୍ଦା ଛାଡି ବର୍ଷା କାଦୁଅ ରେ ରାସ୍ତା ମରାମତି କରୁଛନ୍ତି l ସରକାର କିମ୍ବା ଟାଟା କମ୍ପାନୀ କେହି ଏଥି ପ୍ରତି ଧ୍ୟାନ ଦେଇ ନାହାନ୍ତି l ସ୍ୱାଧୀନତା ର 72 ବର୍ଷ ପରେ ମଧ୍ୟ୍ୟ ସୁନାର ଖଣି ଅଂଚଳରେ ଗୋଟିଏ ଗାଁ କୁ ରାସ୍ତା ନାହିଁ ତାହା କେତେ ଲଜ୍ୟାର କଥା l ଟାଟା  କମ୍ପନି ଏବଂ ସରକାର କହୁଛନ୍ତି ଆମେ ଖଣି ଅଂଚଳରେ ସବୁ ଗାଁ ର ମୌ ଳିକ ସୁବିଧା ସୁଯୋଗ ଯୋଗାଇ ଦେଇ ଅଛୁ l ଏହା କେତେ ଦୂର ସତ୍ୟ ତାହା ସ୍ଵଚଷୁରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ |

 

 

 

 

0
0
0
s2sdefault