ହେଡଲାଇନସ୍:

ଠିକଣା ସମୟରେ ଧୋକା ଦେଲା ବିଏସଏନଏଲ : ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ  ଶୁଣିବାରୁ ବଂଚିତ ହେଲେ ଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୪ଟି ପଞ୍ଚାୟତରେ ୭୧ଟି ପ୍ରକଳ୍ପକୁ ୨ କୋଟି ୮୦ ଲକ୍ଷ ମଂଜୁର

ଝାରବନ୍ଧ (ଗୋପାଳ କୃଷ୍ଣ ଗର୍ଗ ) - ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପଡ଼ିଆ ପରିସରରେ ଓଡ଼ିଶା ସରକାରଙ୍କ ବହୁ ମୁଖୀ ଯୋଜନା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଯେଉଁଥିରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା, ସାଂସଦ ପ୍ରଭାତ ସିଂ, ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ , ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟକେତନ ପ୍ରଧାନ, ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ପାଇକମାଳ ସରପଞ୍ଚ ଧବଳେଶ୍ୱର ସାହୁ, ବିଜେଡ଼ି ବ୍ଲକ ସଭାପତି ଜତୀନ୍ଦ୍ର ହାତୀ ଯୋଗ ଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ, ବିଡ଼ି କୃତିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ  । କିନ୍ତୁ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସଠିକ ଭାବରେ ଚାଲିଥିଲାବେଳେ ସରକାରୀ ଦୂରସଞ୍ଚାର ବିଭାଗ ବିଏସଏନଏଲ ନିଜର ପ୍ରକୃତ ରୂପ ଦେଖାଇ ଥିଲା ସଠିକ୍ ସମୟରେ ବିଏସଏନଏଲର ନେଟ୍ ସେବା ବ୍ୟାହତ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ହଜାର ହଜାର ଲୋକ ଏବଂ ନିଜର ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିବାକୁ ଆସିଥିବା ହଜାରହଜାର ଲୋକଙ୍କୁ ନିରାଶ କରିଥିଲା ସରକାରୀ ସଂସ୍ଥା ବିଏସଏନଏଲ  । ଏହି ଘଟଣାକ୍ରମରୁ ବିଏସଏନଏଲ କର୍ତୃପକ୍ଷଙ୍କୁ କର୍ତବ୍ୟ ପରାୟଣ ପଦାକୁ ଆସିଛି ଓ ସେମାନେ କେତେ ନିଜ କର୍ତବ୍ୟକୁ ସଠିକ୍ ରୂପାୟନ କରୁଛନ୍ତି  ସମସ୍ତେ ଜାଣିପାରିଲେ | ଏହି ଅବସରରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନିଜ ବକ୍ତବ୍ୟରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଜନସାଧାରଣଙ୍କୁ ଜଣାଇଥିଲେ ଏବଂ ଦୃଢ଼ ସ୍ୱରରେ କହିଥିଲେ ଯେ କୌଣସି ସରକାରୀ ଅଫିସରେ ଦଲାଲ ମାନଙ୍କୁ  ପ୍ରଶୟ ଦିଅନ୍ତୁ ନାହିଁ ଓ ସରକାର ନିଜେ ଖାଦ୍ୟ ସୁରକ୍ଷା ଆଇନ କରିଥିବା ଜଣାଇଥିଲେ  । ଏଲଇଡି ବଲ୍ ଫି୍ରରେ ମିଳିବ, ଦାନନ ଶ୍ରମିକଙ୍କ ପାଇଁ ଯୋଜନା, ନିର୍ମାଣ ଶ୍ରମିକଙ୍କ ପାଇଁ ଯୋଜନା, ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା, ମତ୍ସ୍ୟଜୀବୀ ଏବଂ କୃଷକଙ୍କ ପାଇଁ ବିଜୁ କୃଷକ କଲ୍ୟାଣ ଯୋଜନା, ବିଜୁ ପକ୍କା ଘର ଓ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ବାବଦରେ ଜଣାଇଥିଲେ, ପରିଶେଷରେ ମେଲେ ଯୋଗେ ମେସଜ୍ ଆସିଲା ଯେ ଝାରବନ୍ଧ ବ୍ଲକର ସମସ୍ତ ୧୪ଟି ପଞ୍ଚାୟତରେ ୭୧ଟି ପ୍ରକଳ୍ପକୁ ମଂଜୁରି ଦେଇ ୨ କୋଟି ୮୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି ବୋଲି ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ଜନସାଧାରଣଙ୍କୁ ଜଣାଇଥିଲେ । ଏହି ପ୍ରକଳ୍ପରେ ମୁଖ୍ୟ ହେଲା ଭୋ ହରିଡାଟାଲ ଗୋଷ୍ଠୀ  କେନ୍ଦ୍ର ୩ଲକ୍ଷ, ଜଟେସିରା ଗାଁ ଗୋଷ୍ଠୀ  କେନ୍ଦ୍ର ୫ଲକ୍ଷ, ଡୁଙ୍ଗୁରିଚଢ଼ା ଗୋଷ୍ଠୀ  କେନ୍ଦ୍ର ୪ଲକ୍ଷ, ସନଦାଦର ଗୋଷ୍ଠୀ  କେନ୍ଦ୍ର ୪ଲକ୍ଷ, ଚିସ୍ତିଭଟା ଗୋଷ୍ଠୀ କେନ୍ଦ୍ର ୩ଲକ୍ଷ, ଜାମପାଲି ଗାଁ ଗାଧୁଆତୁଠ ଓ ବସ୍ତ୍ର ବଦଳଗୃହ ୪ଲକ୍ଷ, ଛୋଟ ଅନକି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବଡ଼କୁଞ୍ଜାରୀ କାରଗିଲ କ୍ରୀଡ଼ା ଭିତିଭୂମି ନିକଟ ଗୋଷ୍ଠୀ  କେନ୍ଦ୍ର ୪ଲକ୍ଷ ଓ ବହୁ ଯୋଜନା । 

0
0
0
s2sdefault