ହେଡଲାଇନସ୍:

ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛି ବାପା, ମାଁ ଛେଉଁଣ୍ଡ ଲୋମଶ କନ୍ୟା ରେବତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଚସ୍ପତିଙ୍କ ସୁପାରିସ୍ ର ୧୧ ମାସ ପରେ ବି ମିଳୁନି ଘର

ବୌଦ୍ଧ(ସିମୁନ୍ ନାଏକ) ; ଏକଦା ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସି ନିଜର ଅସ୍ୱାଭାବିକ ଲୋମଶ ଚେହେରା ପାଇଁ ଓଡିଶାର ବିସ୍ମୟ ଲୋମଶ କନ୍ୟା ଭାବେ ସମଗ୍ର ଦେଶରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ରେବତୀ ଆଜି ଦୁର୍ଦ୍ଧିନରେ ପଡି ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ଅତିବାହିତ କରୁଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ବଣ ପାହାଡ ଘେରା ଉପାନ୍ତ ବର୍ତି ଅଂଚଳରେ ଥିବା ତଳଗାଁ ପଂଚାୟତର ଖଳିସାହି ଗ୍ରାମରେ ଜନ୍ମିତ ରେବତୀ କୁ ପିଲା ଦିନରୁ ସ୍ନେହ ଓ ମମତା ଦେଇ ଅତି ଅଲିଓଳି ଝିଅ ଭାବେ ଲାଲଣ ପାଳନ କରିଆସୁଥିବା ବାପା ଓ ମା ଙ୍କ ମଧ୍ୟରୁ ଗତ ବର୍ଷ ପ୍ରଥମେ ମାଁ’ଓ ତାର ଦଶ ଦିନ ବ୍ୟବଧାନରେ ବାପା ତାକୁ ଏକୁଟିଆ କରି ସବୁଦିନ ପାଇଁ ଛାଡି ଚାଲିଗଲେ ଆରପାରିକୁ । ବାପା ଓ ମାଁ ଙ୍କୁ ହରାଇବା ପରଠାରୁ ସମ୍ପୁର୍ଣ୍ଣ ରୂପେ ଏକା ହୋଇ ଯାଇଛି ରେବତୀ । ପେଟ ପୋଷିବାକୁ ଗାଁ ଲୋକଙ୍କ ଗୋରୁ ଓ ଛେଳି ଚରାଇବାକୁ ଆଦରି ନେଇଛି ପନ୍ଥା ଭାବରେ । ଘରରୁ ଛପର କରିବାବୁ ଅର୍ଥ ପ୍ରତି ବନ୍ଧକ ସାଜିବାରୁ ଘର ଛାଉଣୀ କରି ନପାରି ପାଣି ଗଳୁଥିଲେବି ସେଇ ସନ୍ତ ସନ୍ତିଆ ଘରହିଁ ତାରି ପାଇଁ ପାଲଟିଛି ଏକମାତ୍ର ଆଶ୍ରୟସ୍ଥଳୀ । ଗତ ବର୍ଷ ସେପ୍ଟେମ୍ବର ମାସ ୫ ତାରିଖରେ ପ୍ରଶାସନ ପକ୍ଷରୁ ତଳଗାଁ ଠାରେ ହୋଇଥିବା କାର୍ଯ୍ୟାଦେଶ ବଂଟନ କାର୍ଯ୍ୟକ୍ରମକୁ ହରଭଙ୍ଗା ବିଡିଓ ରବୀନ୍ଦ୍ର କୁମାର ଶତପଥି, ପଂଚାୟତ ସମିତି ଅଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର, ତତ୍କାଳୀନ ଜିଲ୍ଲାପାଳ ମଧୂସୁଦନ ମିଶ୍ର ଓ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତ ଯାଇଥିବା ବେଳେ ସେମାନଙ୍କୁ ଦେଖା କରି  ପକ୍କା ଘରଟିଏ ଯୋଗାଇଦେବା ପାଇଁ ଗୁହାରି କରିଥିଲା ବାପା ମାଁ ଛେଉଁଣ୍ଡ ଝିଅ ରେବତୀ । ବାଚସ୍ପତି ପ୍ରଦୀପ କୁମାର ଅମାତ ମଧ୍ୟ ଯଥାଶୀଘ୍ର ଅସହାୟ ଝିଅଟିକୁ ଭିନ୍ନକ୍ଷମ ଭତା ସହ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଉପସ୍ଥିତ ଜିଲ୍ଲାପାଳ ଓ ବିଡିଓଙ୍କୁ ସୁପାରିସ୍ କରିଥିଲେ । ମାତ୍ର ବାଚସ୍ପତିଙ୍କ କହିବାର ଆଜକୁ ପ୍ରାୟ ୧୧ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ବ୍ଲକ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ଘରଟିଏ ଦିଆଯାଇ ନାହିଁ । ଏ ନେଇ ହରଭଙ୍ଗା ବିଡିଓ ଶ୍ରୀ ଶତପଥି ଙ୍କୁ ପଚାରିବାରୁ ସେ ଭିନ୍ନକ୍ଷମ ଭତା ଓ ପକ୍କା ଗୃହ ପାଇବା ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ଭାବେ ନିତୀ  ନିୟମ ରହିଛି । ତେଣୁ ଆମେ ସେଗୁଡିକୁ ଦୃଷ୍ଟି ଆଗରେ ରଖି ଆବଶ୍ୟକ ସମୟରେ ଭତା ଓ ଘର ପ୍ରଦାନ କରିବୁ ବୋଲି କହିଥିଲେ । ଅସମୟରେ ବାପା ମାଁଙ୍କୁ ହରାଇଥିବା ଜଣେ ବହୁ ଚର୍ଚିତ କନ୍ୟା ବଂଚିବାକୁ ରାହା ଖୋଜୁଥିବା ବେଳେ ଘଟଣାର ସ୍ପର୍ଷକାତରତାକୁ ଦୃଷ୍ଟି ଆଗରେ ରଖି ସ୍ଥାନୀୟ ବିଧାୟକ ତଥା ଖୋଦ୍ ଓଡିଶା ବିଧାନସଭାର ବାଚସ୍ପତି ଙ୍କ କହିବା ପରେବି ଯଦି ଜଣେ ଅସହାୟ ଝିଅକୁ ସରକାରୀ ଯୋଜନା ର ସୁବିଧା ରୁ ବଂଚିତ ହେବାକୁ ପଡୁଛି ତାହେଲେ ବ୍ଲକର କୋଣ ଅନୁକୋଣରେ ରହିଥିବା ଅସହାୟ ଲୋକଙ୍କୁ କିଭଳି ସେବା ପ୍ରଦାନ କରାଯାଉଥିବା ବୋଲି ସାଧାରଣରେ ମତପ୍ରକାଶ ପାଉଛି । ନୂତନ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ  ଅସହାୟ ରେବତୀକୁ ସହାୟତା ଯୋଗଇ ଦେବାକୁ ସାଧାରଣରେ ଦାବୀ ହେଉଛି । 

 

0
0
0
s2sdefault