ହେଡଲାଇନସ୍:

ପୁଣି ଉଭା ହେବେ କି ନରସିଂହ : ନାଇଁ ନାଇଁ କରୁଥିଲେ, ହେବକି ଆଗକୁ ହଁ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Bolangir/Niroj Mishra : କଂଗ୍ରେସ ଦଳ ସ୍ପଷ୍ଟ କରିଛି ଯେ ସବୁ ଷ୍ଟାଣ୍ଡିଙ୍ଗ ଏମଏଲଏ ଟିକେଟ ପାଇବେ | ସେମାନଙ୍କ ହାର ଜିତ ସ୍ଥିତିର ବିନା ଅନୁଧ୍ୟାନରେ ଦଳ ପକ୍ଷରୁ ଏହି ଘୋଷଣା କରାଯାଇଆରିଛି | ଆଉ ଦଳର ଏହି ନିଷ୍ପତ୍ତି ବିରୋଧୀ ଦଳ ନେତାଙ୍କ ଟିକେଟ କୁ ନିଶ୍ଚିତ କରିଛି ଏହା ନିଃସନ୍ଦେହ | ହେଲେ ନିର୍ବାଚନ ଲଢ଼ିବେନି ବୋଲି ଆଗରୁ କହିଥିବା  ନରସିଂହ କଣ ଏଥର ପୁଣି ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆବିର୍ଭାବ ହେବେ ନ ତାଙ୍କ ପୁଅ ସମରେନ୍ଦ୍ରଙ୍କୁ ଠିଆ କରେଇବେ ?   

ହେଲେ ଆମେ ଯାହା ଶୁଣୁଛୁ  ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆସନ୍ତା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।  ଶ୍ରୀ ମିଶ୍ର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରେ ତାକୁ ନେଇ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ୭୦ ବର୍ଷ ବୟସ ପରେ ଆଉ ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବା ଉଚିତ ନୁହେଁ ବୋଲି ମତ ରଖିଥିଲେ । କିନ୍ତୁ ଏବେ ଦେଖାଯାଉଛି ଦଳ ପକ୍ଷରୁ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କଥା ମଧ୍ୟ ଆଲୋଚନା ହେଉଛି । ଦଳ ତାଙ୍କୁ କୌଣସି ପରିସ୍ଥିତିରେ ପ୍ରତ୍ୟେକ୍ଷ ନିର୍ବାଚନରୁ ଓହରିଯିବାକୁ ସୁଯୋଗ ଦେବାକୁ ଚାହୁଁନାହିଁ । କେବଳ ଦଳ ନୁହେଁ ଶ୍ରୀ ମିଶ୍ରଙ୍କୁ ତାଙ୍କ ନିର୍ବଚାନମଣ୍ଡଳୀରେ ଏଥିନେଇ ବହୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏବଂ ଶ୍ରୀ ମିଶ୍ର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପ୍ରଚାର ହୋଇଥିବାରୁ ସେ ଯେଉଁ ଅଂଚଳକୁ ଯାଉଛନ୍ତି ସେଠାରେ ପ୍ରଥମେ କର୍ମୀଙ୍କ ପ୍ରଶ୍ନ ବାଣର ଶୀକାର ହେଉଛନ୍ତି । ଆପଣ ଆସନ୍ତା ନିର୍ବାଚନରେ ଲଢ଼ିବେ କି ନା ନାହିଁ ଆଗେ ସ୍ପଷ୍ଟ କରନ୍ତୁ ତା ପରେ ସଭାକାର୍ଯ୍ୟ । ପୂର୍ବରୁ ସେ ଘୋଷଣା କରିଥିବା କଥା କହିବା ସତ୍ତେ୍ୱ ଲୋକେ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ପୁଣି ଛିଡ଼ା ହେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଯାଇ ସଭା କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ବୋଲି ଲୋକେ ଜିଦ ଧରୁଛନ୍ତି । ଦଳ ଏବଂ କର୍ମୀଙ୍କ ଚାପରେ ଏବେ ଶ୍ରୀ ମିଶ୍ର ପେଶୀ ହୋଇଯାଇଛନ୍ତି । କୁହାଯାଉଛି ଏହି ଚାପ ଆଗରେ ତାଙ୍କୁ ହାର ମାନିବାକୁ ପଡ଼ିବ । କରିଥିବା ଘୋଷଣାକୁ ପରିବର୍ତ୍ତନ କରିବାକୁ ହେବ । ଯଦି ସେ ଛିଡ଼ା ନ ହେବାର ଜିଦ ଧରି ବସନ୍ତି ତେବେ ତାଙ୍କ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ବିଦ୍ରୋହର ଦେଖାଦେବାର ସମ୍ଭାବନା ଅଧିକ ରହିଛି । ଲୋକେ ତାଙ୍କୁ କୌଣସି ପରିସ୍ଥିତିରେ ସକ୍ରୀୟ ରାଜନୀତିରୁ ଦୂରେଇ ରଖିବାକୁ ଚାହୁଁନାହାଁନ୍ତି । ଦଳ ମଧ୍ୟ ଦେଖୁଛି ଶ୍ରୀ ମିଶ୍ରଙ୍କ ଭଳି ନେତା ଯଦି ଛିଡ଼ା ନ ହୁଅନ୍ତି ଏହାର ଗୋଟିଏ ଭୁଲ ବାର୍ତ୍ତା ଲୋକଙ୍କ ପାଖକୁ ଯିବ । ଏଥିରେ ଦଳର ବହୁ କ୍ଷତି ଘଟିବ ବୋଲି ନେତାମାନେ ଭାବୁଛନ୍ତି ।

୨୦୧୪ ନିର୍ବାଚନ ସମୟରେ ଅବଶ୍ୟ ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନଙ୍କୁ ପ୍ରାର୍ଥୀ ହେବା ବେଳେ ଏହା ତାଙ୍କର ଶେଷ ପ୍ରତିଯୋଗିତା ବୋଲି ଜଣାଇଥିଲେ । ସେତେବେଳେ ଲୋକେ ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଭୁବନେଶ୍ୱରରେ ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ୭୦ ବର୍ଷ ପରେ ଆଉ କେହି ନିର୍ବାଚନ ଲଢ଼ିବା କଥା ନୁହେଁ ବୋଲି ସେ ମତ ରଖିଥିଲେ । ଏଥିସହ ସେ ଏହି କାର୍ଯ୍ୟକ୍ରମରେ ଜଣାଇ ଦେଇଥିଲେ ଯେ, ଆଉ ନିର୍ବାଚନ ଲଢ଼ି ବେ ନାହିଁ ।ଶ୍ରୀ ମିଶ୍ରଙ୍କ ଭଳି ଜଣେ ଟାଣୁଆ ନେତା ଏବଂ ଓଡ଼ିଶା ସାରା ଯାହାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି ସେ ଯଦି ନ ଲଢ଼ିବେ ତେବେ କଂଗ୍ରେସକୁ ଲୋକେ ଗ୍ରହଣ କରିବା ନେଇ ପ୍ରଶ୍ନ ଉଠିପାରେ । ଲୋକେ ଦେଖୁଛନ୍ତି ଶ୍ରୀ ମିଶ୍ର ସୁସ୍ଥ ଅଛନ୍ତି ଏବଂ ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ରହିଛି ଏ କ୍ଷେତ୍ରରେ ସେ କାହିଁକି ନ ଲଢ଼ିବେ । ସବୁ ଦିଗକୁ ବିଚାର କରି ଦଳପକ୍ଷରୁ ତାଙ୍କୁ ଏଥର ଯେପରି ହେଉ ପ୍ରାର୍ଥୀ ହେବାକୁ ପଡ଼ିବ ବୋଲି କୁହାଯାଇଛି । ଏଥିସହ ନିର୍ବାଚନମଣ୍ଡଳୀର ଲୋକମାନେ ବି ଚାପ ପକାଇବାରେ ଲାଗିଛନ୍ତି । ଅବଶ୍ୟ ଶ୍ରୀ ମିଶ୍ର ଏପର୍ଯ୍ୟନ୍ତ ପୁଣି ଲଢ଼ିବେ ବୋଲି ଘୋଷଣା କରି ନାହାଁନ୍ତି । ତାଙ୍କ ମନ ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଇ ନାହାଁନ୍ତି । କିନ୍ତୁ ପାରିପାଶ୍ୱର୍ିକ ସ୍ଥିତିରୁ ସେ ପୁଣି ଥରେ ଛିଡ଼ା ହେବାକୁ ଯାଉଥିବା କୁହାଯାଉଛି ।

ଦଳ ପକ୍ଷରୁ ଖୁବ ଶୀଘ୍ର ୫୦ ବିଧାନସଭା ଆସରେ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାକୁ ଯାଉଛି । ଏଥିରେ ଦଳର ସବୁ ବିଧାୟକଙ୍କ ନାଁ ପ୍ରକାଶ କରାଯିବ । ଏଥିସହ ଆଉ କିଛି ବରିଷ୍ଠ ନେତାଙ୍କ ନାଁ ମଧ୍ୟ ରହିବ । ଏ ସମ୍ପର୍କରେ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇସାରିଲାଣି । ଦଳର ୧୫ ଜଣ ଯାଙ୍କ ବିଧାୟକଙ୍କୁ ପୁଣି ପ୍ରାର୍ଥୀ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିସାରିଛନ୍ତି । ଏଣୁ ପ୍ରଥମ ପର୍ଯ୍ୟାୟ ତାଲିକାରେ ବିଧାୟକମାନଙ୍କ ନାଁକୁ ମଂଜୁରୀ ଦିଆଯିବ । ଏଥିରେ ଶ୍ରୀ ମିଶ୍ର ଜଣେ ବିଧକ ହୋଇଥିବାରୁ ତାଙ୍କ ନାମ ମଧ୍ୟ ପ୍ରକାଶ ହେବାର ଯଥେଷ୍ଟ ସମ୍ଭାବନା ରହିଛି । 

0
0
0
s2sdefault