ହେଡଲାଇନସ୍:

ସରକାରୀ ଅବହେଳା ଯୋଗୁଁ ତେଜୁଛି ଆନ୍ଦୋଳନ  ଆଗକୁ ଅବସ୍ଥା ଅସମ୍ଭାଳ ହେବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପରିସ୍ଥିତି ପାଇଁ ଦାୟୀ ରହିବେ ସରକାର 

  ବରଗଡ଼/Gouranga charana Dash  : -ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ଭାବରେ ପରିଚିତ ହେଲେ ବିଗତ କିଛି ବର୍ଷ ହେଲା ବରଗଡ ର ଆଉ ଏକ ପରିଚୟ ବିଶ୍ୱ ଦରବାର ରେ ସୃଷ୍ଟି ହେଇଛି ଏହା ହେଲା ଓଡ଼ିଶାର କେନ୍ସର ରାଜ ଧାନୀ ଭାବରେ। ରାଜ୍ୟ ର ବେଶି ଭାଗ କେନ୍ସର ରୋଗୀ ବରଗଡ ଜିଲ୍ଲା ରେ ଅଛନ୍ତି। ବିଗତ କିଛି ବର୍ଷ ରେ ଏହି ରୋଗରେ ଜିଲ୍ଲା ର ଶହ ଶହ ରୋଗୀ ପ୍ରାଣ ହରାଇ ସାରିଲେଣି। ସଠିକ ଉପଚାର ନପାଇ କିମ୍ବା ବ୍ୟୟ ବହୁଳ ଉପଚାର କରାଇ ନପାରି ଗରିବ ରୋଗୀ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଦେଖିବାକୁ ଗଲେ ବୁର୍ଲା ବ୍ୟତୀତ ଅନ୍ୟ କୋଣସି ଜାଗାରେ ବଡ ସରକାରୀ ଡାକ୍ତରଖାନା ନାହିଁ। ଆଉ ବୁର୍ଲା ର ଅବସ୍ଥା ନାକହିବା ଭଲ । ଅବ୍ୟଶ୍ୟକତା ର ଅଧା ଭି ଡାକ୍ତର ନାହାନ୍ତି । ଯାହା ଫଳରେ ରୋଗୀସେବେ ରେ ସବୁବେଳେ ବ୍ୟାଘାତ ସୃଷ୍ଟି ହେଉଛି। ପଶ୍ଚିମ ଓଡ଼ିଶାର ସବୁ ସରକାରୀ ଡାକ୍ତରଖାନା ର ସମାନ ଅବସ୍ଥା । କୋଣସି ଗୋଟିଏ ଡାକ୍ତର ଖାନା ରେ ଆବଶ୍ୟକତା ମୁତାବକ କର୍ମଚାରୀ ନାହାଁନ୍ତି। ଦୀର୍ଘ ବର୍ଷ ହେଲା ଲୋକମାନେ ଏହିସବୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। 

          ବିଗତ ଦିନରେ ଟାଟା ଗୃପ ଦ୍ୱାରା ଏକ କେନ୍ସର ହସ୍ପିଟାଲ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଆସିଥିବା ବେଳେ ରାଜ୍ୟ ସରକାର ଏହି ହସ୍ପିଟାଲ କୁ ବରଗଡ ରେ ନିର୍ମାଣ ନ କରାଇ ଭୁବନେଶ୍ୱର ରେ ନିର୍ମାଣ କରାଉଥିବା ଜଣା ପଡିବା ପରେ ସମଗ୍ର ବରଗଡ଼ ଜିଲ୍ଲା ରେ ତୀଵ୍ର କ୍ଷୋଭ ପ୍ରକାଶ ପାଉଛି ।ବରଗଡ଼ ସହରରୁ ଆରମ୍ଭ ହେଇଥିବା ଆନ୍ଦୋଳନ ଏବେ ସାରା ଜିଲ୍ଲା କୁ ବ୍ୟାପିବାରେ ଲାଗିଗଲାଣି । ଗତକାଲି ପଦ୍ମପୁର ରେ ହେଇଥିବା ବିଶାଳ ରେଲି ଦେଖିଲେ ଲୋକଙ୍କ ମନରେ ରେ ରହିଥିବା ଆକ୍ରୋଶ ସ୍ପଷ୍ଟ ଭାବରେ ଜଣା ପଡିଯାଉଛି। ସମାୟାନୁକ୍ରମେ ଆନ୍ଦୋଳନ ର ରୂପରେଖ ମଧ୍ୟ ପରିବର୍ତନ ହେଉଛି । କେବଳ ସାଧାରଣ ଜନତା ନୁହଁ ବୁଦ୍ଧିଜୀବୀ,ସ୍ବେଚ୍ଛାସେବୀ, ବ୍ୟବସାୟୀ, ସ୍କୁଲ କଲେଜର ଛାତ୍ର ଛାତ୍ରୀ ,ଯୁବସମାଜ ଧୀରେ ଧୀରେ ଏହି ଆନ୍ଦୋଳନ ରେ ସ୍ୱାଇଛରେ ବହୁସଂଖ୍ୟାରେ ସାମିଲ ହେବାରେ ଲାଗିଛନ୍ତି । ପ୍ରତ୍ୟେକ ଦିନ ଜିଲ୍ଲା ର କୋଣସୀ ନା କୋଣସି ସ୍ଥାନରେ କେନ୍ସର ହସ୍ପିଟାଲ ଦାବିରେ କିଛି ନ କିଛି ନିସ୍ଚୟ ହେଉଛି। 

         ବରଗଡ ଜିଲ୍ଲା ରେ କେନ୍ସର ହସ୍ପିଟାଲ ନିର୍ମାଣ ଦାବିରେ ଆଜି ସକାଳ 8ଘଣ୍ଟା ସମୟରୁ ପାଇକମାଲ ମୁଖ୍ୟ ଛକ ଠାରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ଏହି କାର୍ଯକ୍ରମ ରେ ବହୁ ସଂଖ୍ୟାରେ ସାଧାରଣ ଲୋକ ,ସନ୍ତୀୟ ସଚେତନ ନାଗରିକ ,ଗଣମାଧ୍ୟମ ପ୍ରତିନିଧି ବୁଦ୍ଧିଜୀବୀ , ପ୍ରମୁଖ ଅଂଶ ଗ୍ରହଣ କରିବା ସହିତ ଦସ୍ତଖତ କରିଛନ୍ତି। ଆଗକୁ ଏହି ଅଭିଯାନ କୁ ଆହୁରି ବ୍ୟାପକ କରାଯିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଛନ୍ତି । ଏହି ଅଭିଯାନ କୁ ପାଇକମାଲ ର ଯୁବସମାଜ ପରିଚାଳନା କରୁଛି ।  ବାରମ୍ବାର ଦାବୀ ସତ୍ତ୍ୱେ ଚେତୁଁନାହାନ୍ତି ସରକାର | ବରଗଡ଼ ବାସୀଙ୍କ ନ୍ୟାୟୋଚିତ ଦାବି ପ୍ରତି ନିଦା ବିଷ୍ଣୁ ପରି ଆଖିକାନ  ବନ୍ଦ କରି ଦେଇ ବସି ଯାଇଛନ୍ତି ସରକାର |  ଦାବାନଳ ପରି ବ୍ୟାପୁଥିବା ଏହି ଆନ୍ଦୋଳନ  ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ବରଗଡ଼ ର ବିଭିନ୍ନ ସ୍ଥାନରେ ଜନସାଧାରଣ ମତ ପ୍ରକାଶ କରିଛନ୍ତି | | ଟାଟା ପକ୍ଷରୁ କରାଯାଇଥିବା ସର୍ଭେରେ ଭଟିଣ୍ଡ| ପରେ କ୍ୟାନ୍ସର ରୋଗୀ ସଂଖ୍ୟାରେ ବରଗଡ଼ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ସରକାର ଏହି କ୍ରୁର ସତ୍ୟ ପ୍ରତି ଧ୍ୟାନ ନଦେବା ବରଗଡ଼ ଜିଲ୍ଲା ପ୍ରତି ଉପହାସ ସଦୃଶ | ଯଦି ସରକାର ତୁରନ୍ତ କିଛି ନିଷ୍ପତ୍ତି ନ ନିଅନ୍ତି ତେବେ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି | 

0
0
0
s2sdefault