ହେଡଲାଇନସ୍:

ନିର୍ମାଣ ଶ୍ରମିକଙ୍କ ଦାବି ନେଇ ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଆଣ୍ଡ ବିଲଡିଙ୍ଗ କନଷ୍ଟ୍ରକ୍ସନ ୱାର୍କର ୟୁନିୟନ ପକ୍ଷରୁ ରାଲି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁନ୍ଦରଗଡରୁ ହୋରାଚାନ୍ଦ ଦେହୁରିଆ : ସୁନ୍ଦରଗଡ ଏଏଲଓ ଅଫିସକୁ ଡିଏଲଓ ଅଫିସର ମାନ୍ୟତା ପ୍ରଦାନ, ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଏକମାସ ଭିତରେ ସୁବିଧା ପ୍ରଦାନ ଓ ୨୦୧୬ ମସିହାରୁ ବାକିଥିବା ସମସ୍ତ ସୁବିଧାସୁଯୋଗ ୧୫ ଦିନ ଭିତରେ ପ୍ରଦାନ କରିବା ଦାବିରେ ଏଆଇଟିୟୁସି ସହବନ୍ଧିତ ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଆଣ୍ଡ ବିଲଡିଙ୍ଗ କନଷ୍ଟ୍ରକ୍ସନ ୱାର୍କର ୟୁନିୟନ ପପକ୍ଷରୁ ଏକ ଦାବିପତ୍ର ସୁନ୍ଦରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି  । ୟୁନିୟନର କର୍ମକର୍ତ୍ତାମାନେ ଏକ ରାଲିରେ ଆସି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଦେବା ସହିତ ନିର୍ମାଣ ଶ୍ରମିକଙ୍କୁ ୪ ଡିସିମିଲି ଜଜମି ପ୍ରଦାନ, ନିର୍ମାଣ ଶ୍ରମିକଙ୍କୁ ୩୦୦ଟଙ୍କା ଲେଖାଏ ପେନସନ, ପଞ୍ଜୀକରଣ ପାଇଁ ଆବେଦନ କରୁଥିବା ଶ୍ରମିକଙ୍କୁ ମାସକ ଭିତରେ ପରିଚୟପତ୍ର ପ୍ରଦାନ ନିର୍ମାଣ ଶ୍ରମିକ ବୋଡ ପକ୍ଷରୁ ସେସ୍ ଆହାୟ କରାଯିବା, ସବୁ ନିର୍ମାଣ ଶ୍ରମିକଙ୍କୁ ଘର ଓ ଖଣିଖାଦାନ କଳକାରଖାନାରେ ସ୍ଥନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଥିଲା । ତୂରନ୍ତ ଦାବିଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଏହି ପ୍ରତିନିଧି ଦଳରେ ସାମିଲ ଥିବା କମଳ ଷଣ୍ଢ, ଦୁର୍ଗାଚରଣ ମାଝି ଓ ଗୋଲାପ ବନଛୋର ଦାବି କରିଥିଲେ  । 

0
0
0
s2sdefault