ବାଜପେୟୀଙ୍କ ଦେହାନ୍ତ ଦେଲା ଏଇ ବିରଳ ଅବସର : ସବୁ ବିରୋଧୀ(!) ଏକାଠି ହୋଇଲେ ପ୍ରଥମ ଥର 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 

ଭୁବନେଶ୍ୱର : ଦିବଂଗତ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜନୀତିରେ ପ୍ରଥମଥର ପାଇଁ କୌଣସି ଏକ ରାଜନୀତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବାଜପେୟୀଙ୍କ ଅଭାବ ଆମ ସମସ୍ତଙ୍କୁ ବ୍ୟଥିତ କରିଛି  । ମୋର ବ୍ୟକ୍ତିଗତ କ୍ଷତି ମଧ୍ୟ ହୋଇଛି । ସେ ଆହୁରି କହିଥିଲେ, ବାଜପେୟୀଙ୍କର ବିଶାଳ ହୃଦୟରେ ଓଡିଶା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା  । ସେ ଥିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ  । ଆଦର୍ଶବାଦ ଓ ସହନଶୀଳତାର ସେ ଥିଲେ ମୂର୍ତ୍ତିମନ୍ତ  ପ୍ରତୀକ  । ତାଙ୍କ ବିୟୋଗରେ ବାସ୍ତବରେ ଗୋଟିଏ ଯୁଗର ଅବସାନ ଘଟିଛି  । ବାଜପେୟୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ରାଜନୀତିର ଅଦ୍ୱିତୀୟ ଧ୍ରୁବତାରା ହେଉଛନ୍ତି ଅଟଳ ବିହାରୀ ବାଜପେୟୀ  । ରାଜନୀତିକ ଶିଷ୍ଟା·ର, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଷ୍ଟ୍ରବାଦ ତାଙ୍କଠୁ ଶିବାର ଅଛି  । ସେ ପ୍ରକୃତରେ ଅଜାତଶତ୍ରୁ ଥିଲେ ସେ ସମ୍ବିଧାନକୁ ସବୁଠୁ ଊ୍ମରେ ର ନିଜକୁ ବାସ୍ତବରେ ସମ୍ବିଧାନର ପୂଜାରୀ ମନେକରି କାର୍ଯ୍ୟ  କରୁଥିଲେ ।

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଏଭଳି ବ୍ୟକ୍ତି ଭାରତବର୍ଷରେ କମ୍ ଦେବାକୁ ମିଳନ୍ତି  । ସେ ହେଉଛନ୍ତି ଜଣେ ଅଜାତଶତ୍ରୁ  । ନା ରାଜନୀତିକ ଚିନ୍ତାଧାରା ସହ ଅନେକ ଲୋକଙ୍କ ତୀବ୍ର ମତଭେଦ ଥିଲା  । କିନ୍ତୁ ବିରୋଧୀ ଦଳକୁ ସେ ସବୁବେଳେ ସମ୍ମାନ ଦେଉଥିଲେ  । ବାଜପେୟୀଙ୍କ ଦିଗଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟ ଓ ଦେଶକୁ ସେହି ଦିଗରେ ନେଇଯିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ  ବାଜପେୟୀଙ୍କ ସହ ନିଜର ଅନୁଭୂତି ସମ୍ପର୍କରେ ସୂଚନା ଦେଇ ତାଙ୍କର ମହନୀୟତାର ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ, ବିଭିନ୍ନ  ରାଜନୀତିକ ଦଳକୁ ଏକାଠି ନେଇ କାଯର୍ୟ କରିବାର କଳାକୌଶଳ ବାଜପେୟୀଙ୍କ ଭଳି ମହାନ ନେତାଙ୍କ ପାଖରେ ଦେବାକୁ ମିଳିଥିଲା  । ବାଜପେୟୀ ବାସ୍ତବରେ ଜଣେ ରାଷ୍ଟ୍ରବାଦୀ ନେତା ଥିଲେ ଯିଏ କି ଅନ୍ୟ ଆ ଳିକ ଦଳଗଗୁଡିକୁ ଯଥେଷ୍ଟ ସମ୍ମାନ ଦେଉଥିଲେ । ଏହି କାଯର୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଡାକ୍ତର ଦାମୋଦର ରାଉତ, ସାଂସଦ ପ୍ରସତ୍ତ ଆ·ଯର୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ପଦ୍ମନାଭ ବେହେରା, ଅମର ପ୍ରସାଦ ଶତପଥୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଯର୍ୟନାରାୟଣ ପାତ୍ର ଓ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଆଯର୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ରବି ବେହେରା, ଯଜେ୍ଞଶ୍ୱର ବାବୁଙ୍କ ସମେତ ସିପିଆଇ,ସିପିଏମ୍, ବିଏସପି ଓ ଲୋକ ଜନଶକ୍ତି ପାର୍ଟିର ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ । ବାଜପେୟୀଙ୍କ ପାଇଁ ଆୟୋଜିତ କାଯର୍ୟକ୍ରମରେ ସମାଜର ବିଭିତ୍ତ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ  ।  ବେଦପାଠ ସହ ବାଜପେୟୀଙ୍କ ଓଡିଶା ପ୍ରତି ରହିଥିବା ଭଲପାଇବାକୁ ନେଇ ଏକ ସଂକ୍ଷିପ୍ତ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ବିଜେପିର ସମସ୍ତ ବାଇସ୍ଥ  ନେତାମାନେ ଏହି କାଯର୍ୟକ୍ରମରେ ସାମିଲ ହୋଇଥିଲେ ।

0
0
0
s2sdefault