ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନୌପଡା ଗୁଣପୁରୁ ଭାୟା ପାରଳାଖେମୁଣ୍ଡି ରେଳପଥ ୯୦କିମି ଦୁରାତ ପାଇଁ ପୁର୍ବତଟ ରେଳପଥର ବିଶାଖାପାଟଣା ମଣ୍ଡଳ ସ୍ଥିତ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ କେ.ଭି.ଭି ନରସିଂହାଙ୍କ ନେତୃତ୍ୱରେ ଏକ ବୈଷୟିକ ଯନ୍ତ୍ରୀ ଦଳ ଆସି ରେଳପଥ ଓ ଜଗୁଆଳୀ ବିହୀନ ରେଳବାଇ କ୍ରସିଂ ତଦାରଖ କରିଥିଲେ । ଏଥି ସମେତ ଗୁଣୁପୁର ଓ ପାରଳାଖେମୁଣ୍ଡି ରେଳ ଷ୍ଟେସନର ମୌଳିକ ଭିତ୍ତିଭୂମୀ ସବୁ ଯଥା ପ୍ଲାଟଫର୍ମର ଉଚ୍ଚତାବୃଦ୍ଧି,ପାନୀୟଜଳ ଯୋଗାଣ, ଯାତ୍ରୀବିଶ୍ରାମାଗାର, ବିଦ୍ୟୁତସେବା ପ୍ରଭୃତି ତଦାରଖ କରିବା ନେଇ ଆସିଥିବା ଜଣାଯାଇଥିଲା | କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ତଦାରଖ ଓ ନିରୀକ୍ଷଣ ଗସ୍ତରେ ଆସିଥିବା ଯନ୍ତ୍ରୀ କିନ୍ତୁ ଦଳ କେବଳ ସ୍ୱତନ୍ତ୍ର ଟ୍ରେନର ଶୀତତାପ ନିୟନ୍ତ୍ରିତ ବଗିରେ ରହି ଭୋଜନ କରି ଶୟନ ଓ ରହଣୀ ହେଲା ସିନା ଟ୍ରେନରୁ ଓହ୍ଲାଇଲେ ନାହିଁ କି କେଉଁ ଠାରେ ହେଲେ ଭିତ୍ତିଭୁମି ସମସ୍ୟା ଜଣାଇବା ପାଇଁ ଅପେକ୍ଷାରତ ସାମ୍ୱାଦିକ କି ବୁଦ୍ଧିଜୀବୀ ସହ ଆଲୋଚନା କଲେ ନାହିଁ କି ସୁଯୋଗ ମଧ୍ୟ ଦେଲେ ନାହିଁ । ଯାହାକି ଏହାର ତଦାରଖ ଓ ନିରିକ୍ଷତା ନାମରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଏଭଳି ବରିଷ୍ଠ ଯନ୍ତ୍ରୀ ଦଳର ଚରମ ଅବହେଳାର ଏକ ନଗ୍ନ ଉଦାହରଣ ସାମ୍ୱାଦିକ ଓ ବୁଦ୍ଧିଜୀବ ମହଲରେ ମତ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ଗଜପତି ଜିଲ୍ଲା ସାମ୍ୱାଦିକ ମାନଙ୍କ ପକ୍ଷରୁ ଷ୍ଟେସନର ମଧ୍ୟ ମୌଳିକ ସମସ୍ୟା ସହ ନୌପଡା-ଗୁଣୁପୁର ରେଳ ପଥରେ ରେଳ ଚଳାଚଳର ବେଗ ବୃଦ୍ଧି ଓ ପ୍ଲାଟଫର୍ମ ଉଚ୍ଚତା ସମ୍ପର୍କିତ ଏକ ଦାବୀ ପତ୍ର ବରିଷ୍ଠ ଯନ୍ତ୍ରୀ ଶ୍ରୀ ନରସିଂହଙ୍କୁ ସାକ୍ଷତ କରି ଦେବା ପାଇଁ ଟ୍ରେନ ଭିତରକୁ ଅନୁରୋଧ କ୍ରମେ ଯାଇଥିଲେ । ହେଲେ ସୁଯୋଗ ଦେଲେ ନାହିଁ । ସେଠାରେ ଥିବା ଅତିରିକ୍ତ ମଣ୍ଡଳ ଯନ୍ତ୍ରୀ ଏ.କେ ଜୟସିୟା ମିଶିବାକୁ ମନା କରିଦେଇ ଅପେକ୍ଷାରତ ସମସ୍ତଙ୍କୁ ଚାଲିଯିବାକୁ କହିଥିଲେ । ସ୍ୱତନ୍ତ୍ର ରେଳବଗିରେ ଆସି କୌଣସି ଷ୍ଟେସନରେ ହେଲେ ନ ଓହ୍ଲାଇ କି ଷ୍ଟେସନ ଗୁଡିକର ରହିଥିବା ବିଭିନ୍ନ ସମସ୍ୟା ସବୁର କୌଣସି ତଦାରଖ ନକରି କି ବୁଦ୍ଧିଜିବୀ ସାମ୍ୱାଦିକ ମାନଙ୍କର ସହ ସମସ୍ୟା ସମ୍ପର୍କିତ କୌଣସି ଆଲୋଚନା ନକରି ଦୀର୍ଘ ସମୟର ରହଣୀ ପରେ ଚାଲିଯାଇଥିବା ଯୋଗୁଁ ଏବଂ ଗ୍ରାଉଣ୍ଡଜୀର ସମସ୍ୟାର ତଦାରଖ କରିନଥିବା ଯୋଗୁଁ ରେଳ ବିଭାଗ ସଂପୃକ୍ତ ଅଧିକାରୀଙ୍କ ଏପରି ଚରମ ଅବହେଳା ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ କରି ଏ ସଂପର୍କରେ ପୂର୍ବତଟ ରେଲପଥ ଉଚ୍ଚ କର୍ତ୍ତୃପକ୍ଷ ଓ ରେଳ ମନ୍ତ୍ରାଳୟର ଦୃଷ୍ଟିକୁ ଅଣାଯିବ ବୋଲି ବୁଦ୍ଧିଜୀବ ଓ ସାମ୍ୱାଦିକ ମହଲରେ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି । ଭାରତ ସରକାର ରେଳ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ୍ ସମୟରେ ଏପରି ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀମାନଙ୍କ ବିଭିନ୍ନ ରେଲ ପଥର ଉନ୍ନତି ପାଇଁ ଏବଂ ନିରିକ୍ଷଣ ଓ ତଦାରଖର ଗ୍ରସ୍ତ ଦିଗରେ ଲକ୍ଷ ଲକ୍ଷଟଙ୍କା ଖର୍ଚ୍ଚ କରାଯାଉଅଛି । ହେଲେ ଏଭଳି ରେଳ ଅଧିକାରୀମାନଙ୍କ ଗ୍ରାଉଣ୍ଡ ଜିରୋ ସ୍ତରରୁ କୌଣସି କାର୍ଯ୍ୟ ତଦାରଖ ନକରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ଅଞ୍ଚଳରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ତୀବ୍ର ସମାଲୋଚନା ହୋଇ ଅସନ୍ତୋଷ ପ୍ରକାଶ ପାଇଛି ।
ରାଜ୍ୟ
ଯନ୍ତ୍ରୀ ଦଳର ନୌପଡା ଗୁଣୁପୁର ରେଳପଥ ତଦାରଖ ଫାର୍ସ : ରେଳବାଇ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ ତଦାରଖ ପାଇଁ ଆସିଲେ, ଶୀତତାପ ନିୟନ୍ତ୍ରିତ ବଗିରୁ ଓହ୍ଲାଇଲେନି
- Hits: 560