ହେଡଲାଇନସ୍:

ବସ୍ତି ବାସିନ୍ଦାଙ୍କୁ ଘର ଡିହ  ଯୋଗାଇଦେବା ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିକେଏମୟୁ ଓ ସମତା କାନ୍ତି ଦଳ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ଓ ଧାରଣା

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବସ୍ତି ବାସିନ୍ଦାଙ୍କୁ ଘର ଡିହ  ଯୋଗାଇଦେବା ଏବଂ ବେକାର ଯୁବକଙ୍କୁ ପୌରପରିଷଦ ଦ୍ୱାରା ନିର୍ମିତ ଦୋକାନ ଘର ବଣ୍ଟନ ଓ ଥଇଥାନ କରାଯିବା ଦାବୀରେ ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ କାର୍ଯ୍ୟାଳୟ ସାମନାରେ ଭାରତୀୟ କିଶାନ ମଜଦୁର ୟୁନିୟନ ଓ ସମତାକ୍ରାନ୍ତି ଦଳର ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣ ଧାରଣାରେ ବସିଥିଲେ । ଶେଷରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ୫ଦଫା ଦାବୀ ସମ୍ମିଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏବଂ ଶ୍ରୀ ରାଉତଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । ବି.କେ.ଏମ.ୟୁ ତଥା ୟୁନିୟନର ସଭାପତି ଜନାସୁବାସ ଚନ୍ଦ୍ର ରାଓ ଏବଂ ସମତାକାନ୍ତିର ଜିଲ୍ଲା ସଭାପତି ସୁନିଲ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଉଭୟ ଦଳର କର୍ମୀ ଏବଂ ଗରିବ ଘରହୀନ ବସ୍ତି ବାସିନ୍ଦା ଆସି ବିଭିନ୍ନ ସ୍ଲୋଗାନ ଦେଇ (ପୌରପରିଷଦ ବିରୋଧି) ଗଣଧାରଣାରେ ବସିଥିଲେ । ପୌରପରିଷଦ ଅଞ୍ଚଳର ଗରିବ ଘରହୀନ ବସ୍ତିବାସିନ୍ଦାଙ୍କୁ ଘର ନିର୍ମାଣ ପାଇଁ ଜାଗା ଯୋଗାଇ ଦିଆଯାଉ । ଧନି ଓ ସ୍ୱଚ୍ଛଳ ବେଆଇନ ଦଖଲକାରୀଙ୍କୁ ଉଚ୍ଚେଦ କରାଯାଉ । ସର୍ବଦଳୀୟ କମିଟି ଗଠନ କରି ଜାଗା ଦେବା ପ୍ରକ୍ରିୟା ଶେଷ କରିବା ଏବଂ ଠେଲା ଗାଡିରେ ବ୍ୟବସାୟ କରୁଥିବା ଗରିବ ବ୍ୟବସାୟୀମାନଙ୍କୁ ପୌରପରିଷଦ ରୁମ୍‍ ପ୍ରଦାନ କରିବା ଓ ଇଛୁକ ବେକାର ଯୁବକ ମାନଙ୍କୁ ବ୍ୟବସାୟ ପାଇଁ ଜାଗା ଦେବା ପ୍ରଭୃତି ଦାବି କରିଥିଲେ ।

0
0
0
s2sdefault